ସୁନାଚେନ, ମଙ୍ଗଳ ସୂତ୍ର ଝାମ୍ପି ନେଲେ ଦୁର୍ବୃତ୍ତ 

Advertisment
ଦୋକାନା ଓ ଘରେ କଳାକନା ବୁଲାଇଲେ: ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି

Jagran

ରାୟଗଡ଼ା: ରାୟଗଡାରେ ଡକାୟତି, ରାହାଜାନି ଓ ଚୋରି ଥମିବାର ନାମ ନେଉ ନାହିଁ। ଗତ ଦୁଇ ଦିନ ତଳେ ସହରର ଦୁଇଟି ସ୍ଥାନରେ ଚୋରି ହୋଇଥିବା ବେଳେ ଆଜି ପୁଣି ଜଣେ ମହିଳାଙ୍କ ବେକରୁ ସୁନା ଚେନ, ମଙ୍ଗଳ ସୂତ୍ର ଝାମ୍ପି ନେଲେ ଦୁର୍ବୃତ୍ତ।

ଆନ୍ଧ୍ରପ୍ରଦେଶର କମରଡ଼ାର ଗ୍ରାମର ମଣି ଭୂଷଣ ରାଓ ନାମକ ବ୍ୟକ୍ତି ନିଜ ପତ୍ନୀକୁ ନେଇ ରାୟଗଡ଼ା ନିଜ ସଂପର୍କୀୟଙ୍କ ଘରକୁ ଆସିଥିଲେ। କାମ ସରିବା ପରେ ଅପରାହ୍ନରେ ନିଜ ବାଇକ୍‌ରେ ଘରକୁ ଫେରୁଥିଲେ। ରାୟଗଡ଼ା ଏବଂ ଆନ୍ଧ୍ରକୁ ଯୋଗାଯୋଗ କରୁଥିବା ରାସ୍ତାର ଜମିଳିପେଟା ନିକଟରେ ଦୁଇ ଜଣ ଦୁର୍ବୃତ୍ତ ମୁଣ୍ଡରେ ହେଲମେଟ ପିନ୍ଧି ମଟର ସାଇକେଲରେ ଆସି ମହିଲାଙ୍କ ବେକରେ ଥିବା ସୁନା ଚେନ, ମଙ୍ଗଳ ସୂତ୍ର ଓ ହାରକୁ ଝାମ୍ପି ନେଥିଲେ। ଭୂଷଣ ରାଓଙ୍କ କହିବା ଅନୁୟାୟୀ ସୁନାର ମୁଲ୍ୟ ୫ ଲକ୍ଷ ଟଂକା ହେବ।

ତେବେ ଏହି ଘଟଣାଟି ଶେଷଖାଲ ଥାନା ଅଂଚଳରେ ହୋଇଥିବା ଜଣାପଡିଛି। ରାୟଗଡାରେ ଲୋକେ ସୁରକ୍ଷିତ ନାହାନ୍ତି ଏଥିରେ ସ୍ପଷ୍ଟ ଜଣାପଡେ। ଲୋକେ ଚୋରି ଓ ଡକାୟତି ଯୋଗୁଁ ତ୍ରାହି ତ୍ରାହି ଡାକ ଛାଡିଲେଣି। ପୁଲିସ ନିକଟରେ ଭୂଷଣ ରାଓ ଅଭିଯୋଗ କରିଥିବା ଜଣାପଡିଛି। ଲଗାତାର ଡକାୟତିମାନେ ନିରିହ ସରଳ ଲୋକଙ୍କୁ ଟାର୍ଗେଟ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe