ଶ୍ରୀକ୍ଷେତ୍ରରେ ସୁନାବେଶରେ ରଥାରୂଢ଼ ଶ୍ରୀଜିଉ, ଅପରୂପ ଦୃଶ୍ୟ ଉପଭୋଗ କରୁଛି ପୂରା ବିଶ୍ବ

ଆଜି ସୁନାବେଶ: ପାଖାପାଖି ୧ କୁଇଣ୍ଟାଲ ସୁନାଗହଣାରେ ସଜେଇ ହେବେ ଶ୍ରୀଜିଉ

ପୁରୀ: ପବିତ୍ର ଶ୍ରୀକ୍ଷେତ୍ର ଧାମରେ ଆଜି ରଥଉପରେ ଶ୍ରୀଜିଉମାନଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି। ପରମ୍ପରା ଅନୁସାରେ ପ୍ରତି ବର୍ଷ ଆଷାଢ଼ ଶୁକ୍ଲ ପକ୍ଷ ଏକାଦଶୀ ତିଥିରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ରଥ ଉପରେ ସୁନାବେଶ ବା ବଡ଼ ତଡ଼ାଉ ବେଶ ହୋଇଥାଏ। ଶ୍ରୀମନ୍ଦର ରତ୍ନଭଣ୍ଡାରରୁ ସ୍ବର୍ଣ୍ଣାଳଙ୍କା‌ର ଅଣାଯାଇ ଶ୍ରୀଜିଉଙ୍କୁ ସଜ୍ଜିତ କରାଯାଇଥାଏ। ସେବାୟତମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନନ୍ଦିଘୋଷ, ପ୍ରଭୁ ବଳଭଦ୍ରଙ୍କୁ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କୁ ଦର୍ପଦଳନରେ ସୁନାବେଶ କରାଇ ଥାଆନ୍ତି । ଆଜି  ଅପରାହ୍ନ ୪ଟାରୁ ଏହି ସୁନାବେଶ ପ୍ରସ୍ତୁତି ଆରମ୍ଭ ହୋଇ ସଂଧ୍ୟା ୬ଟା ପାଖାପାଖି  ସଂପୂର୍ଣ୍ଣ ହୋଇଛି । ବର୍ତ୍ତମାନ ତ୍ରିରଥରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ସୁନାବେଶରେ ବିରାଜମାନ କରୁଛନ୍ତି। ଏହା ପରେ ରଥାରୂଢ଼ ଶ୍ରୀଜିଉ ରାତି ୧୧ଟା ଯାଏଁ ସୁନାବେଶରେ ଦର୍ଶନ ଦେବେ। ଚଳିତ ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହେଉଥିବାରୁ ଏଥିପୂର୍ବରୁ ମଧ୍ୟ ସୁନାବେଶ ଅବଧି ସମାପ୍ତ ହୋଇପାରେ।

ଶ୍ରୀଜିଉମାନଙ୍କୁ ପ୍ରାୟ ୨୦୦ କିଲୋ ସୁନା ଅଳଙ୍କାରରେ ଅଳଙ୍କୃତ କରାଯାଉଛି। ରଥ ଉପରେ ବର୍ଷକରେ ଥରଟିଏ ସୁନାବେଶ କରାଯାଉ ଥିବାରୁ ଏହାର ଭିନ୍ନ ଗୁରୁତ୍ୱ ରହୁଛି। ମହାପ୍ରଭୁଙ୍କର ଏହି ବେଶ ଦେଖିବା ପାଇଁ କୋଟି କୋଟି ଭକ୍ତ ଅପେକ୍ଷା କରିଥାନ୍ତି। କାରଣ ରଥ ଉପରେ ଶ୍ରୀଜିଉଙ୍କର ଏହି ମନଲୋଭା ବେଶ ଦର୍ଶନ କଲେ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଛି।

ଚଳିତ ବର୍ଷ ମହାମାରୀ କରୋନା ଭାଇରସ ଯୋଗୁଁ ଲାଗୁ ହୋଇଥିବା କଟକଣା ଲାଗି ଭକ୍ତମାନେ ରଥ ସମ୍ମୁଖକୁ ଯାଇପାରି ନାହାନ୍ତି। ଆଜି ଭକ୍ତମାନେ ସୁନାବେଶକୁ ଘରେ ଥାଇ ଟିଭିରେ ସୁନାବେଶର ଅପୂର୍ବ ଦୃଶ୍ୟ ଉପଭୋଗ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe