ସୁନାଗହଣା, ୮୫ ହଜାର ଟଙ୍କା ଲୁଟ୍‌

Advertisment
ସୁନାଗହଣା, ୮୫ ହଜାର ଟଙ୍କା ଲୁଟ୍‌

କାଳିଆପାଣି: କାଳିଆପାଣି ଥାନା ରାଁସୋଳ ଗାଁର ରବି ନାରାୟଣ ସାମଲଙ୍କ ଘରେ ଗତ ୧ତାରିଖ ରାତିରେ ଚ‌ୋରି ହୋଇଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବା ସୁଯୋଗରେ ଦୁର୍ବୃତ୍ତମାନେ ତାଙ୍କ ଶିଡ଼ି ଘର ଭାଙ୍ଗି ଘର ଭିତରକୁ ପଶିବା ପରେ ଏକାଧିକ ଲୁହା ଆଲମିରା ଭାଙ୍ଗି ଲୁଟ୍‌ କରିଥିଲେ। ଏସଂପର୍କରେ ଶ୍ରୀ ସାମଲଙ୍କ ପତ୍ନୀ ରତ୍ନମଣି ଝିଅ ପାଖରୁ ସୂଚନା ପାଇ ଗତକାଲି ଘରେ ପହଞ୍ଚି ଥାନାରେ ଏତଲା ଦେଇଥିଲେ। ଗୋଟିଏ ସୁନା ହାର, ୨ଟି ଚେନ୍, ୨ଟି ମୁଦି, ଗୋଟିଏ ବ୍ରେସଲେଟ୍‌, ୨ ହଳ ରୁପା ପାଉଁଜି ଓ ୮୫ ହଜାର ଟଙ୍କା ଲୁଟ୍‌ ହୋଇଥିବା ସେ ଏତଲାରେ ଦର୍ଶାଇଛନ୍ତି।

ପୁଲିସ କେସ୍‌ ନଂ ୧/୨୩ ରୁଜୁ ହୋଇଛି। ଗତକାଲି ଏସ୍‌ଆଇ ସୁଦାମ ଚରଣ ନନ୍ଦୀ ଘଟଣାସ୍ଥଳ‌ରେ ପହଞ୍ଚି ତଦନ୍ତ କରିଥିଲେ। ଆଜି ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ସଦଳବଳ ରାଁସୋଳରେ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଥିଲେ। ହେଲେ ଲୁଟେରାମାନଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ସୂଚନା ଯୋଗ୍ୟ ଯେ, କାଳିଆପାଣି ତାରିଣୀ ବଜାର ହତ୍ୟାକାଣ୍ଡ ପର ଠାରୁ ଅଭିଯୁକ୍ତ ଶାନ୍ତନୁ ସାମଲର ବାପା ଶ୍ରୀ ସାମଲ ସପରିବାର ଘରଛାଡ଼ି ଅନ୍ୟତ୍ର ରହୁଛନ୍ତି। ପରିବାର ସଦସ୍ୟଙ୍କ ଜୀବନ ପ୍ରତି ବିପଦ ରହିଥିବା ଦର୍ଶାଇ ଶ୍ରୀମତୀ ସାମଲ ପୁଲିସ ସହାୟତା ଲୋଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe