ଗୋଲଡେନ ଭିୟୁ ଠକେଇ : ଏମ୍‌ଡି ଓ ସହଯୋଗୀଙ୍କ ଜାମିନ ଉପରେ ଏକତ୍ର ଶୁଣାଣି ହେବ

Advertisment
ଗୋଲଡେନ ଭିୟୁ ଠକେଇ : ଏମ୍‌ଡି ଓ ସହଯୋଗୀଙ୍କ ଜାମିନ ଉପରେ ଏକତ୍ର ଶୁଣାଣି ହେବ

hindustantimes.com

କଟକ : ଗୋଲଡେନ ଭିୟୁ ଇନଫ୍ରାଷ୍ଟକଚର ଲିଲିଟେଡ ଠକେଇ ମାମଲାରେ ଗିରଫ ହୋଇଥିବା ସଂସ୍ଥାର ପରିଚାଳନା ନିର୍ଦ୍ଦେଶିକଙ୍କ ସହଯୋଗୀ ଦୁଷ୍ମନ୍ତ କୁମାର ମୁଦୁଲିଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟରେ ଶୁଣାଣି ହୋଇଛି। ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ସଂସ୍ଥାର ଏମଡି ଓ ଆବେଦନକାରୀଙ୍କ ଜାମିନ ଉପରେ ଏକତ୍ର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଏଏସସି ଅନୀଲ କୁମାର ନାୟକ ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଜମାକାରୀଙ୍କୁ ଠକି ଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗୋଲଡେନ ଭିୟୁ ଇନଫ୍ରାଷ୍ଟକଚର ଲିଲିଟେଡ ମୁଖ୍ୟ ପ୍ରେମାନନ୍ଦ ମହାପାତ୍ରଙ୍କୁ ଗତ ବର୍ଷ ଗିରଫ କରିଥିଲା। ୨୦୧୪ ମସିହାରେ ତମାଣ୍ତୋ ଅଞ୍ଚଳରେ ଫ୍ଲାଟ ଯୋଗାଇଦେବା ପାଇଁ ପ୍ରତିଶ୍ରୃତି ଦେଇ ଏହି ସ˚ସ୍ଥା ଜମାକରୀଙ୍କ ନିକଟରୁ ୪ କୋଟିରୁ ଅଧିକ ଟଙ୍କା ସ˚ଗ୍ରହ କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପ୍ରତିଶ୍ରୁତି ମୁତାବକ ସ˚ସ୍ଥା ଫ୍ଲାଟ୍‌ ଯୋଗାଇବାରେ ବିଫଳ ହୋଇଥିଲା। ଏ ନେଇ କ୍ରାଇମବ୍ରାଞ୍ଚରେ ଅଭିଯୋଗ ହେବା ପରେ ମାମଲା ରୁଜୁ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe