ସହିଦ ସପ୍ତାହରେ ପୁଲିସକୁ ସଫଳତା: ବିପୁଳ ପରିମାଣର ବିସ୍ଫୋରକ ଜବତ

Advertisment
ସହିଦ ସପ୍ତାହରେ ପୁଲିସକୁ ସଫଳତା: ବିପୁଳ ପରିମାଣର ବିସ୍ଫୋରକ ଜବତ

କୋରାପୁଟ: ନକ୍ସଲ ପାଳନ କରୁଛନ୍ତି ସହିଦ ସପ୍ତାହ। ଏଥିପାଇଁ ସୁରକ୍ଷା କର୍ମୀ ସତର୍କ ରହିଥିବାବେଳେ ଅଘଟଣ ରୋକିବାକୁ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ଯାହାର ପରିଣାମ ବି ସୁରକ୍ଷା କର୍ମୀଙ୍କୁ ମିଳିଛି। ନକ୍ସଲ ମାଟିତଳେ ପୋତି ରଖିଥିବା ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସହିଦ ସପ୍ତାହକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ସୁରକ୍ଷା କର୍ମୀ ଘଞ୍ଚ ଜଙ୍ଗଲରେ ପଇଁତରା ମାରିବା ସହ ସନ୍ଦିଗ୍ଧ ଗତିବିଧି ଉପରେ ମଧ୍ୟ ନଜର ରଖିଛନ୍ତି। ଆମ୍ବଗାଡ଼ିଲି, ମାଳିଗୁଡା ଓ ଗରମପାଣି ଗାଁ ନିକଟସ୍ଥ ଜଙ୍ଗଲରେ କମ୍ବିଂ ଅପରେସନ ସମୟରେ ଗୋଟିଏ ସନ୍ଦିଗ୍ଧ ସ୍ଥାନକୁ ଚିହ୍ନଟ କରିଥିଲେ। ମାଟି ଖୋଳିବାରୁ ୯ଟି ପଏଣ୍ଟ ୩୦୩ ଗୁଳି, ୪୮ଟି ଏକେ-୪୭ ଗୁଳି, ୧୦୮ଟି ପଏଣ୍ଟ ୨୨ଇଞ୍ଚ ଗୁଳି, ୨ଟି ଚାର୍ଜର କ୍ଲିପ୍‌, ୨ଟି ଓର ଜେଲ୍‌, ଦେଢ଼ କେଜି ନଟ୍‌ବୋଲ୍ଟ ସହ ୯୫ଟି ଜିଲୋଟିନ ଷ୍ଟିକ୍‌ ବାହାରିଥିଲା। ଗୁଇନ୍ଦା ସୂଚନା ମୁତାବକ ଜୁଲାଇ ୩୧ ତାରିଖରେ ଆଣ୍ଟି ନକ୍ସଲ ଅପରେସନ ସମୟରେ ଏହି ସାମଗ୍ରୀ ସବୁ ମିଳିଥିଲା। କୋରାପୁଟ ଡିଭିଏଫ୍‌ ଏବଂ ୧୫୧ ବାଟାଲିୟନ ବିଏସଫ୍‌ ଯବାନ ଏହି ଅପରେସନ୍‌ରେ ସାମିଲ ହୋଇଥିଲେ। ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି କୋରାପୁଟ ଏସ୍‌ପି ବରୁଣ ଗୁଣ୍ଟୁପାଲି ବିସ୍ତୃତ ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ ୧୫୧ ବାଟାଲିୟନର ଓଆଇସି ପ୍ରବୀଣ କୁମାର, ରବୀନ୍ଦ୍ର କୁମାର, ତରୁଣ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe