ଓଡ଼ିଶା ଜଙ୍ଗଲରୁ ଆସିଲା ଖୁସି ଖବର: ଶିମିଳିପାଳରେ ପାଖକୁ ପାଖ ଚାଲୁଛନ୍ତି ଦୁଇ ପ୍ରଜାତିର ବାଘ

ସାତକୋଶିଆ ଗଣ୍ଡରେ ଜନ୍ମନେଲେ ୩୫ ଘଡ଼ିଆଳ

ଓଡ଼ିଶା ଜଙ୍ଗଲରୁ ଆସିଲା ଖୁସି ଖବର: ଶିମିଳିପାଳରେ ପାଖକୁ ପାଖ ଚାଲୁଛନ୍ତି ଦୁଇ ପ୍ରଜାତିର ବାଘ

ଭୁବନେଶ୍ବର: ଗୋଟିଏ ପଟେ ରାଜ୍ୟରେ ହାତୀ ଓ କଲରାପତରିଆ ବାଘ ଗଣନା ଚାଲିଛି। ଆଉ ଅନ୍ୟପଟେ ଓଡ଼ିଶା ଜଙ୍ଗଲରୁ ଭିନ୍ନ ଭିନ୍ନ ଦୁଇଟି ଦୃଶ୍ୟ ଆଜି ସାମ୍ନାକୁ ଆସିଛି। ସକାଳେ ସାତକୋଶିଆ ଗଣ୍ତରେ ୩୫ଟି ଘଡ଼ିଆଳ କୁମ୍ଭିର ଜନ୍ମ ଗ୍ରହଣ ଖବର ଆସିଥିବା ବେଳେ ଦ୍ବିତୀୟ ଦୃଶ୍ୟଟି ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଦୁଇ ପ୍ରଜାତିର ବାଘ କାନ୍ଧକୁ କାନ୍ଧ ମିଶାଇ ଚାଲିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଘଡ଼ିଆଳ ଓ ବାଘ ବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଯୋଜନା କରୁଥିବା ବେଳେ ଏଭଳି ଦୁଇଟି ଖବରକୁ ନେଇ ବନ୍ୟଜନ୍ତୁ ପ୍ରେମୀମାନେ ଖୁସିବ୍ୟକ୍ତ କରିଛନ୍ତି। ଓଡ଼ିଶାରେ ବନ୍ୟପ୍ରାଣୀଙ୍କ ସଂରକ୍ଷଣ ଓ ସଂଖ୍ୟା ବୃଦ୍ଧି କ୍ଷେତ୍ରରେ ଏହା ଏକ ମାଇଲ୍‌ଖୁଣ୍ଟ ହେବ ବୋଲି କୁହାଯାଉଛି।

ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦଙ୍କ କହିଛନ୍ତି ଯେ ଭାରତର ଦକ୍ଷିଣାଞ୍ଚଳ ଭାବେ ମହାନଦୀ ହେଉଛି ଘଡ଼ିଆଳଙ୍କ ଶେଷ ସ୍ଥାନ। ଗୋଟିଏ ସମୟ ଥିଲା ଓଡ଼ିଶାରେ ଘଡ଼ିଆଳ ଲୋପ ପାଇଯିବାର ସମ୍ଭାବନା ସୃଷ୍ଟି ହୋଇଥିଲା। ମାତ୍ର ଆଜି ସକାଳ ସମୟରେ ସାତକୋଶିଆ ଗଣ୍ଡରେ ୩୫ଟି ଘଡ଼ିଆଳ ଜନ୍ମ ଗ୍ରହଣ କରିଛନ୍ତି। ୪ ଦଶନ୍ଧି ପରେ କ୍ରମାଗତ ୪ର୍ଥ ଥର ପାଇଁ ମହାନଦୀର ସାତକୋଶିଆ ଗଣ୍ଡରେ ପ୍ରାକୃତିକ ଭାବେ ଘଡ଼ିଆଳ ପ୍ରଜନନ କରିଛନ୍ତି। ପିସିସିଏଫ୍‌ଙ୍କ ଏଭଳି ସୂଚନା ପରେ ବିଲୁପ୍ତପ୍ରାୟ ଅବସ୍ଥାକୁ ଆସିଯାଇଥିବା ଘଡ଼ିଆଳର ସୁରକ୍ଷା ପାଇଁ ନିଆଯାଉଥିବା ପଦକ୍ଷେପକୁ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ପ୍ରଶଂସା କରିଛନ୍ତି। ଘଡ଼ିଆଳଙ୍କ ସଂଖ୍ୟା ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ସହ କଡ଼ା ନଜର ରଖିଛନ୍ତି। ଭାରତରେ ଦେଖାଯାଉଥିବା ତିନି ପ୍ରଜାତିର କୁମ୍ଭୀର ଯଥା ଘରିଆଳ, ମଗର ଓ ସଲ୍ଟୱାଟର କୁମ୍ଭୀର ରହିଛନ୍ତି।

ସୂଚନା ଅନୁଯାୟୀ ଘଡ଼ିଆଳଙ୍କ ସଂରକ୍ଷଣ ଓ ବଂଶ ବୃଦ୍ଧି କରିବାକୁ ରାଜ୍ୟ ସରକାର ୪ ବର୍ଷ ତଳେ ସାତକୋଶିଆ ଗଣ୍ଡରେ ପ୍ରକଳ୍ପ ଆରମ୍ଭ କରିଥିଲେ। କ୍ରମାଗତଃ ଭାବେ ଏଠାରୁ ସଫଳତା ମିଳୁଛି। ଗୋଟିଏ ଅଣ୍ଡିରା ଓ ମାଈ ଘଡ଼ିଆଳ ରହିଥିବା ବେଳେ କିଛି ଦିନ ତଳେ ଅଣ୍ଡା ଦେଇ ତାହାକୁ ବାଲିରେ ଘୋଡ଼ାଇ ରଖିଥିଲେ। ଆଜି ସେଗୁଡ଼ିକ ଘୁଟିବା ସହ ଘଡ଼ିଆଳ ଛୁଆ ପଦାକୁ ଆସିଛନ୍ତି। ବନ ବିଭାଗ ପକ୍ଷରୁ ଘଡ଼ିଆଳଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯାଇଛି। ପୂର୍ବରୁ ଏହି ଗଣ୍ଡରେ ବହୁ ପରିମାଣରେ ଘଡ଼ିଆଳ ରହୁଥିଲେ। ମାତ୍ର ମହାନଦୀରେ ବାରମ୍ବାର ବନ୍ୟାଜଳ ଆସିବା ଦ୍ବାରା ସେମାନଙ୍କ ବାସସ୍ଥଳୀ ପ୍ରଭାବିତ ହୋଇଥିଲା ଏବଂ ସେମାନେ ତଳକୁ ପଳାଇ ଯାଇଥିଲେ। ଏମିତିକି ମତ୍ସ୍ୟଜୀବୀମାନେ ମାଛ ମାରିବା ଦ୍ବାରା ଘଡ଼ିଆଳଙ୍କ ଜୀବନ ଶୈଳୀ ପ୍ରଭାବିତ ହୋଇଥିଲା। କଡ଼ା ନଜର ସହ କଟକଣା ଲଗାଯିବା ପରେ ଏଭଳି ଖୁସି ଖବର ଆସିଛି। ସେପଟେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଆଜି ଦୁଇଟି ପ୍ରଜାତିର ବାଘ ଏକାଠି ଚାଲିବାର ଦେଖିବାକୁ ମିଳିଛି। ଗୋଟିଏ ସାଧାରଣ ବାଘ ସହ ଅନ୍ୟ ଏକ କଳା ବାଘ ସାଙ୍ଗ ହୋଇ ଜଙ୍ଗଲ ଭିତରେ ଚାଲୁଛନ୍ତି। ଉଭୟଙ୍କୁ ଦୂରରୁ ଦେଖିଲେ ଜଣାପଡ଼ୁଛି ‌ଯେ ସାଧାରଣ ବାଘର ଛାଇ ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe