ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର, ମୁଣ୍ଡ ପିଛା ବଢ଼ିପାରେ ଚାଉଳ କିଲୋ

ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର। ମୁଣ୍ଡ ପିଛା ବଢ଼ିପାରେ ଚାଉଳ। ଆଗରୁ ରାସନ କାର୍ଡଧାରୀଙ୍କୁ ୫କିଲୋ ଚାଉଳ ମିଳୁଥିଲା। ହେଲେ ଏବେ ସରକାର ଅଧିକ ଚାଉଳ ଦେବାକୁ ଚିନ୍ତା କରୁଥିବା ଜଣାଯାଇଛି।

New Project (3)

ଭୁବନେଶ୍ବର: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର। ମୁଣ୍ଡ ପିଛା ବଢ଼ିପାରେ ଚାଉଳ। ଆଗରୁ ରାସନ କାର୍ଡଧାରୀଙ୍କୁ ୫କିଲୋ ଚାଉଳ ମିଳୁଥିଲା। ହେଲେ ଏବେ ସରକାର ଅଧିକ ଚାଉଳ ଦେବାକୁ ଚିନ୍ତା କରୁଥିବା ଜଣାଯାଇଛି। ହିତାଧିକାରୀଙ୍କୁ ୫କିଲୋ ଚାଉଳ ପର୍ଯ୍ୟାପ୍ତ ହେଉନଥିବା ଜାଣି ସରକାର ପରିମାଣରେ ପରିବର୍ତ୍ତନ ଆଣିବାକୁ ଚିନ୍ତା କରୁଛନ୍ତି।

ଏହା ଉପରେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, "୫କିଲୋ ଜାଗାରେ ଅଧିକ ୫କିଲୋ ଚାଉଳ ଦେବାକୁ ଚିନ୍ତା କରୁଛନ୍ତି ସରକାର। ରାସନ କାର୍ଡରେ ଥିବା ପ୍ରାୟ ୩କୋଟି ୨୫ଲକ୍ଷ ହିତାଧିକାରୀଙ୍କ ସରକାର ୧୦କିଲୋ ଚାଉଳ ଦେବାକୁ ଚିନ୍ତା କରୁଛନ୍ତି। ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ଉପରେ ନିଷ୍ପତ୍ତି ନେବେ। ଅନେକ ଗରିବ ହିତାଧିକାରୀଙ୍କୁ ୫ କିଲୋ ଚାଉଳ ପର୍ଯ୍ୟାପ୍ତ ହେଉ ନଥିବାରୁ ଏହି ପରିବର୍ତ୍ତନ କରିବାକୁ ଚିନ୍ତା କରୁଛି ଯୋଗାଣ ବିଭାଗ। ମୁଖ୍ୟମନ୍ତ୍ରୀଙ୍କୁ ଏହୖି ପରିବର୍ତ୍ତନ ଉପରେ ମୋହର ଲଗାଇବାକୁ ଫାଇଲ ପଠା ଯିବ। ଏହା ପରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ।" 

ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ କ୍ଷମତାରେ ଥିବା ବିଜେପି ସରକାରଙ୍କୁ ସମାଲୋଚନା କରିବା ପରେ ଯୋଗାଣ ମନ୍ତ୍ରୀ ଏଭଳି ଘୋଷଣା କରିଛନ୍ତି । ବିଜେଡି ନେତା କହିଥିଲେ ଯେ, "ଡବଲ ଇଞ୍ଜିନ ସରକାରରେ ଲୋକେ ହଇରାଣ  ହେଉଛନ୍ତି। ରାଜ୍ୟ କଥା କେନ୍ଦ୍ର ଶୁଣୁନାହିଁ। ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଚାଉଳ ଉଠାଉ ନାହିଁ। ଆଉ ଗୋଟେ ପଟେ ଭୟର ବାତାବରଣ ସୃଷ୍ଟି କରୁଛନ୍ତି ରାଜ୍ୟ ସରକାର । ଗରିବ ଲୋକଙ୍କୁ ଚାଉଳ ନଦେବା ପାଇଁ ସରକାର ଭୟର ବାତାବରଣ ସୃଷ୍ଟି କରୁଛନ୍ତି। ରାସନ କାର୍ଡ କାଟିବାକୁ ସରକାର ପାଲା ଲଗାଇଛନ୍ତି । ବିଜେଡି ଯେତେବେଳେ ସରକାରରେ ଥିଲା, ସେତେବେଳେ ଆମେ କେନ୍ଦ୍ର ଓ ଏଫସିଆଇj ଦୃଷ୍ଟି ଆକର୍ଷଣ କରିଥିଲୁ। ଏବେ ରାଜ୍ୟ ସରକାରଙ୍କ ଗୋଟିଏ ଈଶାରାରେ ଚାଉଳ ଉଠିବା କଥା। ହେଲେ ତାହା ହେଉନାହିଁ। ଡବଲ ଇଞ୍ଜିନ ଯୋଗୁଁ ଓଡ଼ିଶାବାସୀ ଛଟପଟ ହେଉଛନ୍ତି ।"

ration card holder

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe