ଶିମିଳିପାଳରୁ ଖୁସି ଖବର... ‘ଜୀନତ୍‌’ ମାସକର ଅନ୍ତଃସତ୍ତ୍ବା

Advertisment

ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଶିମିଳିପାଳ ଆସିଥିବ‌ା ବାଘୁଣୀ ‘ଜୀନତ୍‌’ ମା’ ହେବାକୁ ଯାଉଛି। ସେ ଏବେ ମ‌ାସକର ଗର୍ଭବତୀ ଥିବାବେଳେ ଆସନ୍ତା ୧୦୦ ଦିନ ମଧ୍ୟରେ ଶାବକଙ୍କୁ ଜନ୍ମ ଦେବ ବୋଲି ଜଣାପଡ଼ିଛି।

ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଶିମିଳିପାଳ ଆସିଥିବ‌ା ବାଘୁଣୀ ‘ଜୀନତ୍‌’ ମା’ ହେବାକୁ ଯାଉଛି। ସେ ଏବେ ମ‌ାସକର ଗର୍ଭବତୀ ଥିବାବେଳେ ଆସନ୍ତା ୧୦୦ ଦିନ ମଧ୍ୟରେ ଶାବକଙ୍କୁ ଜନ୍ମ ଦେବ ବୋଲି ଜଣାପଡ଼ିଛି।

tiger1

ବାରିପଦା: ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଶିମିଳିପାଳ ଆସିଥିବ‌ା ବାଘୁଣୀ ‘ଜୀନତ୍‌’ ମା’ ହେବାକୁ ଯାଉଛି। ସେ ଏବେ ମ‌ାସକର ଗର୍ଭବତୀ ଥିବାବେଳେ ଆସନ୍ତା ୧୦୦ ଦିନ ମଧ୍ୟରେ ଶାବକଙ୍କୁ ଜନ୍ମ ଦେବ ବୋଲି ଜଣାପଡ଼ିଛି। ଶିମିଳିପାଳରେ ବାଘବଂଶ ବୃଦ୍ଧି ଓ ଅନୁବଂଶୀୟ ପରିବର୍ତ୍ତନ ରୋକିବା ଦିଗରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ସୋପାନ ବୋଲି କହିଛନ୍ତି ଶିମଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ।  ୨୦୨୪ ନଭେମ୍ବର ୧୪ରେ ଶିମିଳିପାଳକୁ ଆସିବା ପରେ ଜୀନତ୍‌କୁ ଏନ୍‌କ୍ଲୋଜର୍‌ରୁ ମୁକ୍ତ କରାଯାଇଥିଲା। ତେବେ ‘ଜୀନତ୍‌’ ଶିମିଳିପାଳରେ ନରହି ପଡ଼ୋଶୀ ଝାଡ଼ଖଣ୍ଡ ଏବଂ ପରେ ପଶ୍ଚିମବଙ୍ଗକୁ ପଳାଇଥିଲା। ତାକୁ ଟ୍ରାଙ୍କୁଲାଇଜ୍‌ କରି ଧରିବା ପରେ  ୨୦୨୫ ଜାନୁଆରି ପହିଲାରେ ଯମୁନାଗଡ଼ସ୍ଥିତ ସ୍ୱତନ୍ତ୍ର ଏନ୍‌କ୍ଲୋଜର୍‌ରେ ରହିଥିଲା ଜୀନତ୍‌।

ଏପଟେ ଶିମିଳିପାଳର ‘ଟି-୧୨’ କଳା ମହାବଳ ବାଘ ସାଥୀ ଖୋଜି ଖୋଜି ଯମୁନାଗଡ଼ ଏନ୍‌କ୍ଲୋଜର ପାଖରେ ପହଞ୍ଚିଥିଲା। ଏଠାରେ ଜୀନତ୍‌ ସହ ‘ଟି-୧୨’ର ମିଳନ ପାଇଁ ବ୍ୟବସ୍ଥା କରିଥିଲେ କର୍ତ୍ତୃପକ୍ଷ। ଦେଢ଼ମାସ ତଳେ ଏହାକୁ ଏନ୍‌କ୍ଲୋଜରରୁ ମୁକ୍ତ କରି ଶିମିଳିପାଳ କୋର୍‌ ଏରିଆରେ ଛଡ଼ା ଯାଇଥିଲା। ସେ ଏବେ ‘ଟି-୧୨’ ସହ ବୁଲୁଥିବାର ଚିତ୍ର ଏକାଧିକ କ୍ୟାମେରାରେ କଏଦ ହୋଇଛି। ‘ଜୀନତ’ ଗର୍ଭବତୀ ଥିବାରୁ ତା’ ଉପରେ ନଜର ରଖିବା ପାଇଁ ଏକ ଡାକ୍ତରୀ ଦଳକୁ ନିୟୋଜିତ କରାଯାଇଛି। ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଟି-୧୨ ସହ ମିଶିବା ପରଠାରୁ ‘ଜୀନତ୍‌’ର ସ୍ବଭାବରେ ପରିବର୍ତ୍ତନ ଆସିଛି। ସେ ଆଉ ଶିମିଳିପାଳ ଛାଡ଼ି ଅନ୍ୟ ଜଙ୍ଗଲକୁ ଯିବାକୁ ଇଚ୍ଛା କରୁନି। ତେ‌ବେ ବାଘୁଣୀ ‘ଯମୁନା’ ଏବେ ବି ନିଜ ପାଇଁ ସାଥୀ ଯୋଗାଡ଼ କରିପାରିନି। କୁଳଡ଼ିହାରୁ ଶିମିଳିପାଳ ଦେଇ ହଦଗଡ଼ ଜଙ୍ଗଲ ମଧ୍ୟରେ ଯିବାଆସିବା ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe