ଅଧ୍ୟକ୍ଷ ରେହମାନ୍‌ଙ୍କୁ ରିମାଣ୍ତରେ ନେବ ପୁଲିସ୍‌

ଅଧ୍ୟକ୍ଷ ରେହମାନ୍‌ଙ୍କୁ ରିମାଣ୍ତରେ ନେବ ପୁଲିସ୍‌

ଢେଙ୍କାନାଳ : ସଦର ବ୍ଲକ ବେଲ୍‌ଟିକିରିସ୍ଥିତ ‘ଗୁଡ୍‌ ନିୟୁଜ୍‌ ଇଣ୍ତିଆ ସେଲ୍‌ଟର ହୋମ୍‌’ରେ ଅନ୍ତେବାସିନୀଙ୍କୁ ଅସଦାଚରଣ ଘଟଣାର ଅଧିକ ତଦନ୍ତ ପାଇଁ ଜେଲ୍‌ରେ ଅଟକ ଥିବା ଅନୁଷ୍ଠାନର ଅଧ୍ୟକ୍ଷ ଡ. ଫାୟାଜ୍‌ ରେହମାନ୍‌ଙ୍କୁ ପୁଲିସ୍‌ ଆସନ୍ତାକାଲି ଦୁଇଦିନିଆ ରିମାଣ୍ତରେ ଆଣିବ। ରିମାଣ୍ଡ କାଳରେ ପୁଲିସ ଅଭିଯୁକ୍ତ ଡ. ରେହମାନଙ୍କୁ ଛାତ୍ରୀମାନଙ୍କ ପ୍ରତି ହୋଇଥିବା ଶାରୀରିକ ଅସଦାଚରଣ ଘଟଣା ସାଙ୍ଗକୁ ରାଜ୍ୟର ଅନ୍ୟାନ୍ୟ ସ୍ଥାନ ତଥା ଦୁଇ ବାହାର ରାଜ୍ୟରେ ତାଙ୍କ ସଂସ୍ଥା ପକ୍ଷରୁ ଚାଲିଥିବା ସେଲଟର୍‌ ହୋମ୍ ଗୁଡ଼ିକର ପରିଚାଳନା ତଥା ବିଦେଶୀ ଲିଙ୍କ୍ ସଂପର୍କରେ ଖୋଳତାଡ଼ ହେବ ବୋଲି ଜଣାପଡ଼ିଛି।

ଆବଶ୍ୟକ ପଡ଼ିଲେ ଏହି ଘଟଣାରେ ଜେଲ୍‌ରେ ଅଟକ ଥିବା ସଂସ୍ଥାର ଅନ୍ୟ ଦୁଇ ଗିରଫ ଅଭିଯୁକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସୀମାଞ୍ଚଳ ନାଏକ ଓ ସହକାରୀ ନିର୍ଦ୍ଦେଶକ ଉଦିତ କୁମାର ଲିମାଙ୍କୁ ମଧ୍ୟ ପୁଲିସ ରିମାଣ୍ଡରେ ଆଣି ଜେରା କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe