ଭଲ ଖବର: ହସ୍ତତନ୍ତ କରିଛି ସ୍ବାବଲମ୍ବୀ, ୧୧ ମହିଳାଙ୍କୁ ମିଳିଛି ରୋଜଗାର

ଭଲ ଖବର: ହସ୍ତତନ୍ତ କରିଛି ସ୍ବାବଲମ୍ବୀ, ୧୧ ମହିଳାଙ୍କୁ ମିଳିଛି ରୋଜଗାର

ଗଣିଆ: ଗଣିଆ ବ୍ଲକ୍‌ କିଶୋରପ୍ରସାଦ ଗ୍ରାମର ବ୍ରାହ୍ମଣ ସାହି ଆଞ୍ଚଳିକ ମଞ୍ଚର ମା’ଶାରଳା ଏସ୍‌ଏଚ୍‌ଜିର ସଭ୍ୟାମାନଙ୍କୁ ହସ୍ତତନ୍ତ କରିଛି ସ୍ବାବଲମ୍ବୀ। ଏହି ଏସ୍‌ଏଚ୍‌ଜି ୨୦୦୮ରୁ ଗଠନ ହୋଇଥିଲେ ମଧ୍ୟ ପ୍ରଥମେ କିଛି ରୋଜଗାର ହେଉନଥିଲା। ୨ଜଣ ମହିଳା ଏହି ହସ୍ତତନ୍ତ ଲୁଗାବୁଣା ଶିଖି କାମ କରିବା ଆରମ୍ଭ କଲେ। ଏହାପରେ ଏସଏଚ୍‌ଜିର ଅନ୍ୟ ମହିଳାମାନେ ଲୁଗାବୁଣା ଶିଖିଲେ। ପ୍ରଥମେ ଗୋଟିଏ ତନ୍ତରେ କାମ ଶିଖିବା ପରେ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ, କିଶୋରପ୍ରଶାଦ ଶାଖାରୁ କିଛି ଋଣ ଆଣି ଆଉ ୨ଟି ତନ୍ତ ପକାଇ ମହିଳାମାନେ ମାଣିଆବନ୍ଧ ଲୁଗା ବୁଣିଲେ। ୩ଜଣ ସଭ୍ୟା ବୁଣିଲା ବେଳେ ଆଉ ୨ ଜଣ ବବିନ୍‌ କରନ୍ତି ତ ଆଉ କିଛି ବାନ୍ଧି ପକାନ୍ତି। ଏମିତି ସଭିଏଁ ମିଶି କାମକୁ ଆଗେଇ ନେଲେ। ଏସ୍‌ଏଚ୍‌ଜିର ପ୍ରତ୍ୟେକ ମହିଳା ବର୍ତ୍ତମାନ ରୋଜଗାରକ୍ଷମ ହୋଇପାରିଛନ୍ତି।

ଲୁଗାବୁଣା ସହିତ ଲୁଙ୍ଗି, ଗାମୁଛା ଓ ରୁମାଲ ବି ପ୍ରସ୍ତୁତ ହେଲା। ଏବେ ଏହାକୁ ବିକ୍ରି କରି ମହିଳାମନେ ଅର୍ଥ ରୋଜଗାର କରୁଛନ୍ତି। ବିଭିନ୍ନ ମେଳା, ମହୋତ୍ସବ, ପର୍ବପର୍ବାଣୀରେ ଏହି ହାତତିଆରି ସାମଗ୍ରୀର ଚାହିଦା ରହୁଥିବାରୁ ଉନ୍ନତ ମାନର ବେପାର ହୋଇପାରୁଛି। ଏଣୁ ମହିଳାମାନେ ଶୀଘ୍ର ଘରକାମ ସାରି ଲୁଗାବୁଣାରେ ଲାଗି ପଡ଼ୁଛନ୍ତି। ବର୍ତ୍ତମାନ ଏହି ଏସ୍‌ଏଚ୍‌ଜିର ପ୍ରତ୍ୟେକ ମହିଳା ମାସିକ ୧୦ ହଜାରରୁ ଊର୍ଦ୍ଧ୍ବ ଅର୍ଥ ଉପାର୍ଜନ କରି ସ୍ବାବଲମ୍ବୀ ହୋଇପାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe