ମାଲଗୋଦାମରେ ୧୫ ଦିନ ପାଇଁ ସାମଗ୍ରୀ ମହଜୁଦ: ୨୪ ଘଣ୍ଟିଆ ଖୋଲା ରହିବ ଗୋଦାମ

Advertisment

ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ମାଲଗୋଦାମ ଓ ଛତ୍ରବଜାରରେ ଆଜି ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ସୋମବାର ସନ୍ଧ୍ୟା ସୁଦ୍ଧା ପାଖାପାଖି ୧୬ କୋଟିରୁ ଅଧିକ ଟଙ୍କାର ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଓ ପନିପରିବା ବ୍ୟବସାୟୀମାନେ ବୋହି ନେଇଛନ୍ତି।

ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ମାଲଗୋଦାମ ଓ ଛତ୍ରବଜାରରେ ଆଜି ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ସୋମବାର ସନ୍ଧ୍ୟା ସୁଦ୍ଧା ପାଖାପାଖି ୧୬ କୋଟିରୁ ଅଧିକ ଟଙ୍କାର ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଓ ପନିପରିବା ବ୍ୟବସାୟୀମାନେ ବୋହି ନେଇଛନ୍ତି।

gdgjgdjgdjdgj

କଟକ: ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ମାଲଗୋଦାମ ଓ ଛତ୍ରବଜାରରେ ଆଜି ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ସୋମବାର ସନ୍ଧ୍ୟା ସୁଦ୍ଧା ପାଖାପାଖି ୧୬ କୋଟିରୁ ଅଧିକ ଟଙ୍କାର ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଓ ପନିପରିବା ବ୍ୟବସାୟୀମାନେ ବୋହି ନେଇଛନ୍ତି। ସାଧାରଣ ଦିନ ମାନଙ୍କରେ ଏହି କାରବାର ୧୧ କୋଟି ଟଙ୍କାରେ ସୀମିତ ରହେ। ବାତ୍ୟା ଆଶଙ୍କାରେ ମାଲଗୋଦାମରେ ୧୫ କୋଟି ଓ ଛତ୍ରବଜାରରେ ଏକ କୋଟି ୨୦ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥିବା ସୂଚନା ମିଳିଛି।

ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ମାଲଗୋଦାମରେ ସୋମବାର ସକାଳୁ ଭିଡ଼ ବଢ଼ିଥିଲା। ସନ୍ଧ୍ୟା ସୁଦ୍ଧା ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଏହି ବାତ୍ୟା ମୁକାବିଲା ପାଇଁ ମାଲଗୋଦାମ ବଣିକ ସଂଘ ତରଫରୁ ସୋମବାର ସନ୍ଧ୍ୟାରେ ଏକ ସୂଚନା ଜାରି କରାଯାଇଛି। ବଣିକ ସଂଘର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ଛାଟୋଇ ସୂଚନା ଦେଇ କହିଛନ୍ତି ଯେ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟକୁ ବହୁ ପରିମାଣରେ ମହଜୁଦକରି ରଖାଯାଇଥିବା ବେଳେ ଏହାକୁ ଗ୍ରାହକମାନଙ୍କ ନିକଟରେ ଅତିଶୀଘ୍ର ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଛି। ମାଲଗୋଦାମ ଅଞ୍ଚଳରେ ପ୍ରଡକ୍ସନ ହାଉସ୍ ନଥିବା ସତ୍ତ୍ୱେ ବାହାର ରାଜ୍ୟରେ ଥିବା ସମସ୍ତ ଫ୍ୟାକ୍ଟ୍ରି ମାନଙ୍କୁ ଆଗୁଆ ସତର୍କ କରାଯାଇ ଅତ୍ୟାବଶ୍ୟକ ସାମଗ୍ରୀ ଓ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଚୁର ପରିମାଣରେ ମହଜୁଦ ରଖାଯାଇଛି।

୨୪ ଘଣ୍ଟିଆ ଖୋଲା ରହିବ ଗୋଦାମ
ମାଲଗୋଦାମରେ ୧୫‌ କୋଟି, ଛତ୍ରବଜାରରେ କୋଟିଏ ୨୦ ଲକ୍ଷର କାରବାର

କୌଣସି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ହେଲେ ବଣିକ ସଂଘକୁ ଜଣାଇବାକୁ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି। ଆବଶ୍ୟକ ହେଲେ ବଣିକ ସଂଘ ତରଫରୁ ଧାର୍ଯ୍ୟ ବ୍ୟବସାୟ ସମୟସୀମା ଛଡ଼ା ୨୪ ଘଣ୍ଟିଆ ଦୋକାନ ଖୋଲା ରଖି ସାମଗ୍ରୀ ଯୋଗାଇଦେବା ପାଇଁ ସମସ୍ତ ବ୍ୟବସାୟୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେଣୁ ଲୋକ ଅଯଥା ଆତଙ୍କିତ ହୋଇ ମାତ୍ରାଧିକ ସାମଗ୍ରୀ ନ କିଣିବାକୁ ପରାମର୍ଶ ଦିଆଯାଇଛି। ବଣିକ ସଂଘର ଏହି ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସମ୍ପାଦକ ଶ୍ରୀ ଛାଟୋଇଙ୍କ ସମେତ ଯୁଗ୍ମ ସାଧାଣର ସମ୍ପାଦକ ପ୍ରଶାନ୍ତ କୁମାର ପାତ୍ର, ଉପ ସଭାପତି ଦୀପକ କୁମାର ଅଗ୍ରଵାଲ, ଖୁଚୁରା ବ୍ୟବସାୟୀ ସଂଘର ସଭାପତି ବିନୋଦ କୁମାର ସାହୁ, ପବନ କୁମାର ସନ୍ଥଲିଆ, ରବି ଛାଚେରିଆ, ବିନୋଦ କୁମାର ଅଗ୍ରଵାଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe