ମାଲବାହୀ ଟ୍ରେନର ୪ ବଗି ଲାଇନଚ୍ୟୁତ: ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଟ୍ରାକ୍ ସଜଡ଼ା କାମ, ୩ ଟ୍ରେନ୍ ବାତିଲ

Advertisment
ମାଲବାହୀ ଟ୍ରେନର ୪ ବଗି ଲାଇନଚ୍ୟୁତ: ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଟ୍ରାକ୍ ସଜଡ଼ା କାମ, ୩ ଟ୍ରେନ୍ ବାତିଲ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ନିକଟ ୧୬୮/୧୮ ଖୁଣ୍ଟ ନିକଟରେ ବିଳମ୍ବିତ ରାତିରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା। ଲାଇନଚ୍ୟୁତ ହେବା ଫଳରେ ୪ଟି ବଗି ଟ୍ରାକ ବାହାରକୁ ହେଇଯାଇଥିଲା। ଏହା ଫଳରେ ଏହି ଟ୍ରାକରେ ଟ୍ରେନ ଚଳାଚଳ ବନ୍ଦ ହୋଇଥିଲା। ଖୋଦ ସମ୍ବଲପୁର ଡିଭିଜନ ଡିଆରଏମ ଓ ରେଳବାଇ ଅଧକାରୀ ଉପସ୍ଥିତରେ ଯୁଦ୍ଧକାଳୀନ ଭିତ୍ତିରେ ରେଳ କର୍ମଚାରୀମାନେ ଟ୍ରାକ ବାହାରେ ଥିବା ବଗିକୁ ଉଦ୍ଧାର କରାଯାଇଥିଲା। ତେବେ ଏହି ଘଟଣାରେ କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି।

ସମ୍ବଲପୁର ଡିଭିଜନ ଡ଼ିଆରଏମ ତୁଷାରକାନ୍ତ ପାଣ୍ଡେଙ୍କ କହିବା ଅନୁସାରେ ରାତିରେ ରାୟପୁର ବେଲସୁଣ୍ଡାରୁ ଚାଉଳ ବୋଝେଇ ଟ୍ରେନ କଣ୍ଟାବାଞ୍ଜି ଆସୁଥିଲା। କୌଣସି କାରଣରୁ କଣ୍ଟାବାଞ୍ଜି ରେଳ ଷ୍ଟେସନ ପହଞ୍ଚିବା ସେହି ମାଲବାହୀ ଗାଡ଼ିର ୪ ବଗି ଲାଇନଚ୍ୟୁତ ହୋଇଥିଲା। ଲାଇନଚ୍ୟୁତ ହେବା ଫଳରେ ମେନ ଟ୍ରାକ ସହ ପାଖରେ ଥିବା ଅନ୍ୟ ଦୁଇଟି ଟ୍ରାକ ପ୍ରଭାବିତ ହୋଇଥିଲା। ଯାହା ଯୋଗୁ ୩ଟି ପାସେଞ୍ଜର ଟ୍ରେନକୁ ରେଳ ବିଭାଗକୁ ବାତିଲ କରିବାକୁ ପଡ଼ିଲା। ଏବେ ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ ହୋଇଥିବା ବେଳେ ମେନ ଟ୍ରାକରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିବା ବେଳେ ଏବେ ବି ଆଉ ଦୁଇଟି ଟ୍ରାକକୁ ସଜାଡୁଛନ୍ତି ରେଳ କର୍ମଚାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe