ମାଲବାହୀ ଟ୍ରେନ ଲାଇନଚ୍ୟୁତ

Advertisment
ମାଲବାହୀ ଟ୍ରେନ ଲାଇନଚ୍ୟୁତ

ରାଉରକେଲା : ରାଉରକେଲାରେ ଆଜି ପୁଣି ଏକ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ଟ୍ରେନ୍‌ର ୨ଟି ୱାଗନ ଲାଇନଚ୍ୟୁତ ହୋଇଥିବାବେଳେ ମରାମତି କାମ ଜାରି ରହିଥିବା ଜଣାପଡ଼ିଛି। ଏହି ମାଲବାହୀ ଟ୍ରେନ୍‌ଟି ରାୟପୁରରୁ ପଶ୍ଚିମବଙ୍ଗକୁ ଯାଉଥିଲା। ଗତକାଲି ରାତି ପ୍ରାୟ ୧୨ଟା ୨୦ ମିନିଟ୍‌ରେ ଟ୍ରେନ୍‌ଟି ରାଉରକେଲା ଷ୍ଟେସନ ୟାର୍ଡ‌୍ ଲାଇନ୍‌ର ଟ୍ରାକ୍‌ ନମ୍ବର ୯ରେ ଲାଇନ୍‌ଚ୍ୟୁତ ହୋଇଥିଲା। ଖବର ପାଇ ରେଲୱେ ଇଂଜିନିଅରିଂ, ଅପରେଟିଂ ଏବଂ କ୍ୟାରେଜ୍‌ ଆଣ୍ଡ୍‌ ୱାଗନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଥିଲେ। ଆଜି ସକାଳୁ ଲାଇନଚ୍ୟୁତ ୨ଟି ୱାଗନକୁ ରେଳଧାରଣା ଉପରକୁ ଆଣିବାକୁ ପ୍ରୟାସ ଆରମ୍ଭ କରାଯାଇଥିଲା। ସିମେଣ୍ଟ୍‌କୁ ଅନଲୋଡ୍‌ କରି ମରାମତି କାମ କରାଯାଇଥିଲା। ଲାଇନଚ୍ୟୁତ ହେବା ଯୋଗୁଁ ସିମେଣ୍ଟ୍‌ ତିଆରି ସ୍ଲିପର ମାଟିରେ ପଶିଯାଇଥିବାରୁ ମରାମତି କାମରେ ବିଳମ୍ବ ହୋଇଛି। ଲାଇନଚ୍ୟୁତ ହେବାର ପ୍ରକୃତ କାରଣ ଜଣାପଡ଼ି ନଥିବାବେଳେ ରେଳଧାରଣାରେ ବୁଲାଣି ସ୍ଥାନରେ ଗୋଟିଏ ରେଳଧାରଣା ସାମାନ୍ୟ ଦବି ଯାଇଥିବାରୁ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe