ରାୟଗଡ଼ା: ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ

Advertisment
ରାୟଗଡ଼ା: ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ

ରାୟଗଡ଼ା: କେରାପୁଟ ଜିଲ୍ଲାର ଦାମନଯୋଡ଼ିରୁ ଆଲୁମିନା ପାଉଡ଼ର ନେଇ ଅନୁଗୁଳ ନାଲକୋ ଯାଉଥିବା ମାଲବାହୀ ଟ୍ରେନ୍‌ ସୋମବାର ସନ୍ଧ୍ୟାରେ ଲାଇନଚ୍ୟୁତ ହୋଇଛି। ମିଳିଥିବା ସୂଚନା ଅନୁସାରେ ରାୟଗଡ଼ା ରେଳ ଷ୍ଟେସନ ଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ଏହି ଘଟଣା ଘଟିଛି। ଟ୍ରାକ୍‌ ସମସ୍ୟା ଯୋଗୁଁ ସନ୍ଧ୍ୟା ୫ଟା ୫୦ ବେଳକୁ ମାଲବାହୀ ଟ୍ରେନର ଗୋଟିଏ ବଗି ଓ ଇଞ୍ଜିନ ରେଳ ଧାରଣାରୁ ଖସି ପଡ଼ିଥିଲା।

ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବା ପରେ ମଧ୍ୟ ଯାତାୟତରେ କୌଣସି ଅସୁବିଧା ହେଉ ନାହିଁ ବୋଲି ରାୟଗଡ଼ା ଷ୍ଟେସନ ମାଷ୍ଟର ପୂର୍ଣ୍ଣଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି। ଦୁର୍ଘଟଣା ଘଟିଥିବା ନିକଟରେ ଅନ୍ୟ ୨ଟି ଟ୍ରାକରେ ଟ୍ରେନ ଯାତାୟତ କରୁଛି। ସେ କହିଛନ୍ତି, ଉଦ୍ଧାର ପାଇଁ ପୂର୍ବତଟ ରେଳପଥର ବିଶାଖାପାଟଣା ରେଳ ମଣ୍ଡଳରୁ ଟିମ୍‌ ଆସୁଛନ୍ତି। ସେମାନେ ପହଞ୍ଚିବା ପରେ ଉଦ୍ଧାର କାର୍ଯ୍ୟ ୩ରୁ ୪ ଘଣ୍ଟା ଲାଗିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe