ବଗିରୁ ଛିଣ୍ଡିଗଲା ଇଞ୍ଜିନ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମାଲବାହୀ ଟ୍ରେନ୍‌

ବଗିରୁ ଛିଣ୍ଡିଗଲା ଇଞ୍ଜିନ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମାଲବାହୀ ଟ୍ରେନ୍‌

YouTube

ରୂପ୍‌ସା/ବାହାର୍ଦ୍ଦା : ବାଲେଶ୍ବର ଜିଲ୍ଲା ବସ୍ତା ରେଳ ଷ୍ଟେସନ୍‌ ନିକଟରେ ଆଜି ଏକ ମାଲବାହୀ ଟ୍ରେନ୍‌ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। କୋଇଲା ବୋଝେଇ ଏହି ମାଲବାହୀ ଟ୍ରେନ୍‌ର ଇଞ୍ଜିନ୍‌ ହଠାତ ବିଚ୍ଛିନ୍ନ ହୋଇଯିବା ଫଳରେ ବଗିଗୁଡିକ ରେଳଧାରଣା ଉପରେ ରହିଯାଇଥିଲା।

ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟା ପ୍ରାୟ ସାଢେ ୫ଟା ବେଳକୁ ଉକ୍ତ ମାଲବାହୀ ଟ୍ରେନ୍‌ (ନଂ୩୨୪୨୧) ୫୮ଟି ବଗିରେ କୋଇଲା ନେଇ ବାଲେଶ୍ୱରରୁ ଖଡ଼ଗପୁର ଅଭିମୁଖେ ଯାଉଥିଲା। ବସ୍ତା ରେଳଷ୍ଟେସନର କିଛି ବାଟ ପୂର୍ବରୁ ଦକ୍ଷିଣ କ୍ୟାବିନ୍‌ଠାରେ ହଠାତ ଟ୍ରେନ୍‌ର ଇଞ୍ଜିନ୍‌ ଛିଣ୍ଡିଯିବାରୁ ବଗିଗୁଡ଼ିକ ଧାରଣାରେ ଅଳ୍ପ ବାଟ ଗଡ଼ି ରହି ଯାଇଥିଲା। ସେପଟେ ଇଞ୍ଜିନ ସହିତ ଅନ୍ୟ ତିନିଟି ବଗି ଷ୍ଟେସନ୍‌ ଆଗରେ ଅଟକି ଯାଇଥିଲା। ଏଥି ଯୋଗୁଁ ଦକ୍ଷିଣ କ୍ୟାବିନ୍‌ ଲେଭଲ୍‌ କ୍ରସିଂ ଫାଟକଠାରେ ଶହଶହ ଗାଡ଼ିମୋଟର ଦୀର୍ଘ ସମୟ ଧରି ଅଟକି ରହିଥିଲା। ପ୍ରାୟ ଏକ ଘଣ୍ଟା ଧରି ଟ୍ରେନ୍‌ଟି ସେଠାରେ ଅଟକିବା ପରେ ରେଳବାଇ ଇଞ୍ଜିନିୟର ଓ କର୍ମଚାରୀ ଇଞ୍ଜିନକୁ ନେଇ ବଗି ସହିତ ଯୋଡିଥିଲେ। ତେବେ କେଉଁ କାରଣରୁ ଏଭଳି ଅଘଟଣ ହେଲା ସେ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କଠାରୁ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଏଥିପାଇଁ ଡାଉନ୍‌ ଲାଇନ୍‌ରେ ଟ୍ରେନ୍‌ ଚଳାଚଳ ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ବନ୍ଦ ରହିବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe