ମାଲବାହୀ ଟ୍ରେନ ଇଞ୍ଜିନରୁ ଅଲଗା ହେଇଗଲା ଅଧାବଗି

Advertisment
ମାଲବାହୀ ଟ୍ରେନ ଇଞ୍ଜିନରୁ ଅଲଗା ହେଇଗଲା ଅଧାବଗି

ଚୌଦ୍ବାର : ନିର୍ଗୁଣ୍ଡି–ତାଳଚେର ରେଳ ଲାଇନର ଶାଳଗାଁ ରେଳଷ୍ଟେସନ ନିକଟରେ ଇଂଜିନରୁ ଅଧା ବଗି ଅଲଗା ହୋଇ କିଛିବାଟ ଗଡି ଯିବା ଭଳି ଏକ ଘଟଣା ଘଟିଛି। ଶାଳଗାଁ ନଖରା ବଜାର ରେଳ ଫାଟକ ନିକଟରେ ଆଜି ସକାଳ ସମୟରେ ଏକ କୋଇଲା ବୋଝେଇ ଟ୍ରେନ ଅତିକ୍ରମ କରୁଥିବାବେଳେ କୌଣସି କାରଣରୁ ଇଂଜିନରୁ ଅନ୍ୟ ରେଳ ବଗି ଗୁଡିକ ଅଲଗା ହୋଇଯାଇଥିଲା। କିଛିବାଟ ଇଂଜିନ ସହ ଥିବା ବଗି ଯିବାପରେ ଘଟଣା ସଂପର୍କରେ ଜାଣି ଡ୍ରାଇଭର ଟ୍ରେନକୁ ଅଟକାଇଥିଲେ। ଟ୍ରେନ ପଛକୁ ଫେରାଇ ଆଣି ବଗିସହିତ ସଂଯୋଗ କରାଯିବାପରେ ଟ୍ରେନଟି ପୁଣିଥରେ ଗନ୍ତବ୍ୟ ପଥରେ ଯାଇଥିଲା। ଘଟଣା ସଂପର୍କରେ ସୂଚନା ପାଇ କଟକ ରେଳଷ୍ଟେସନରୁ ବୈଷୟୀକ ଟିମ୍ ଘଟଣାସ୍ଥଳରେ ପହ‌ଞ୍ଚି ଟ୍ରେନ ସହ ବଗିର ସଂଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe