ମଝିରୁ ଅଲଗା ହେଲା ମାଲବାହୀ ଟ୍ରେନ: ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ବଡ଼ ଅଘଟଣାରୁ ରକ୍ଷା ମିଳିଲା

Advertisment
ମଝିରୁ ଅଲଗା ହେଲା ମାଲବାହୀ ଟ୍ରେନ: ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ବଡ଼ ଅଘଟଣାରୁ ରକ୍ଷା ମିଳିଲା

କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନରେ ଏକ ଆଲୁମିନିୟମ ବୋଝେଇ ମାଲବାହୀ ଟ୍ରେନର ଏକ ଓ୍ବାଗନ୍ ମଝି ଭାଗରୁ ଛିଡ଼ି ଅଲଗା ହୋଇଯାଇଥିଲା। ତେବେ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ମିଳିଛି। ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ରେଳ ବିଭାଗ ପହଞ୍ଚିଛି।

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳଷ୍ଟେସନରେ ଏପରି ଅଘଟଣ ଘଟିଥିଲା। ମାଲବାହୀ ଟ୍ରେନଟି ଦାମନଯୋଡ଼ିରୁ ଆଲୁମିନିୟମ୍ ବୋଝେଇ କରି ଅନୁଗୁଳ ଅଭିମୁଖେ ଯାଉଥିବା ବେଳେ ଏହି ଅଘଟଣ ସ୍ଥାନୀୟ ଲୋକଙ୍କ ମନରେ ଭୟ ସଞ୍ଚାର କରିଛି। ଟ୍ରେନ୍‌ଟି କେସିଙ୍ଗା ଷ୍ଟେସନରେ କିଛି ସମୟ ପାଇଁ ଅଟକିବା ପରେ ଅନୁଗୁଳ ଅଭିମୁଖେ ବାହାରିଥିଲା। ମାତ୍ର ଟ୍ରେନ୍‌ଟି ଛାଡ଼ିବା ବେଳକୁ ମଝିରୁ ଆଲୁମିନିୟମ୍ ବୋଝେଇ ୱାଗନ ଛିଣ୍ଡି ଅଲଗା ହୋଇଯାଇଥିଲା। ଫଳରେ ପଛ ବଗି ଅଟକି ରହିଥିବା ବେଳେ ଇଞ୍ଜିନ ଆଗକୁ ମାଡ଼ି ଯାଇଥିଲା। ଏହି ସମୟରେ ଟ୍ରେନ୍‌ର ୨ଟି ବଗି ମଧ୍ୟରେ ପ୍ରାୟ ୩୦ ମିଟରର ବ୍ୟବଧାନ ସୃଷ୍ଟି ହୋଇ ଯାଇଥିଲା । ତତ୍‌କ୍ଷଣାତ ଚାଳକ ଟ୍ରେନ୍‌ଟିକୁ ସେଠାରେ ଅଟକାଇ ଦେଇଥିଲେ। ଏହି କାରଣରୁ ବଡ଼ ଅଘଟଣ ଘଟି ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe