ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

Advertisment
ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ଭବାନୀପାଟଣା: ଭବାନୀପାଟଣା ସହରର ଜିଲ୍ଲାପାଳ ଅଫିସ ସମ୍ମୁଖରେ ଥିବା ଏକ ଦୋକାନରେ ବିଳମ୍ବିତ ରାତିରେ ସଟ୍‌ସର୍କିଟରୁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ିଯାଇଥିବା ଜଣାପଡ଼ିଛି। ସୂଚନାନୁସାରେ ଗତକାଲି ରାତିରେ ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ଦୋକାନରୁ ଧୂଆଁ ବାହାରୁଥିବା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

ଦୋକାନରେ ଥିବା ଫ୍ରିଜ, ଟଙ୍କା ସମେତ ସବୁ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଜଳିଥିବା ଦୋକାନ ପ୍ରକାଶ ନାଏକଙ୍କ ବୋଲି ଜଣାପଡ଼ିଛି। କଳାହାଣ୍ଡି ଜିଲ୍ଲାପାଳ ଓ ଏସ୍‌ପି ଅଫିସ ସମ୍ମୁଖରେ ଏଭଳି ଘଟଣା ଘଟିଥିଲେ ମଧ୍ୟ ପୁଲିସ ପେଟ୍ରାଲିଂ ଢିଲା ଯୋଗୁଁ ବିଳମ୍ବରେ ସୂଚନା ପାଇବା ଘଟଣା ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। ତେଣୁ ଭବାନୀପାଟଣା ସହରରେ ପୁଲିସ ପେଟ୍ରୋଲିଂକୁ ଆହୁରି କଡ଼ାକଡ଼ି କରାଯିବା ପାଇଁ ଭବାନୀପାଟଣା ସହରବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe