ଗିରଫଦାରୀ ପରେ ପ୍ରଥମ ଥର ଜେଲରେ ଗୋପାଳକୁ ଭେଟିବାକୁ ଆସିଲେ ପରିବାରଲୋକ

Advertisment
ଗିରଫଦାରୀ ପରେ ପ୍ରଥମ ଥର ଜେଲରେ ଗୋପାଳକୁ ଭେଟିବାକୁ ଆସିଲେ ପରିବାରଲୋକ

ଚୌଦ୍ବାର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଗୋପାଳ ଦାସ ଚୌଦ୍ବାର ଜେଲ୍‌ରେ ୮ ଦିନ ହେଲା ରହିଲାଣି। ଗିରଫ ହେବା ପରେ ଗୋପାଳକୁ ଆଜି ଅର୍ଥାତ ଫେବୃଆରି ୨୨ ତାରିଖ ବୁଧବାର ଦିନ ତ‌ାର ପରିବାରଲୋକ ପ୍ରଥମଥର ପାଇଁ ଭେଟିବାକୁ ଆସିଥିଲେ।

ନବ ଦାସଙ୍କ ହତ୍ୟାକାରୀ ଗୋପାଳକୁ ଭେଟିବା ପାଇଁ ଜେଲକୁ ତାର ଭାଇ ସତ୍ୟନାରାୟଣ ଦାସ ଆସି ପହଞ୍ଚିଥିଲେ। ତେବେ ଏହି ଭେଟାଭେଟି ସମୟରେ ଜେଲରେ ସୁରକ୍ଷାକର୍ମୀ ଉପସ୍ଥିତ ଥିଲେ। ସତ୍ୟନାରାୟଣ ସୁରକ୍ଷାକର୍ମୀଙ୍କ ନିର୍ଦେଶ ଅନୁଯାୟୀ ଭାଇ ଗୋପାଳକୁ ଭେଟି କିଛି ସମୟ କଥାବର୍ତ୍ତା ହୋଇଥିଲେ। ପରସ୍ପରକୁ ଭେଟିବା ସମୟରେ ସେଠାରେ ଭାବବିହ୍ବଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ସେଠାରୁ ଗୋପାଳର ଭାଇ ଚାଲି ଆସିଥିଲେ।

ତେବେ ଏହାପୂର୍ବରୁ କୁହାଯାଉଥିଲା କି ଜେଲ୍‌ରେ ମୁଲାକାତ ବ୍ୟବସ୍ଥାରେ  କୌଣସି ଅଙ୍କୁଶ ନଥିବା ବେଳେ ଗୋପଳକୁ ଭେଟିବା ପାଇଁ ତା’ର ପରିବାର ଲୋକ ଅଥବା ଅନ୍ୟ କୌଣସି ସଦସ୍ୟ ଜେଲକୁ ଆସୁ ନାହାନ୍ତି।

ଜେଲ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗୋପାଳ ଦାସର ଜୀବନଯାପନ ସ୍ବାଭାବିକ ରହିଛି। ସକାଳୁ ଉଠି ଏକଘଣ୍ଟାରୁ ଅଧିକ ସମୟ ଧରି ନିଜ ସେଲ୍‌ ବାରଣ୍ତାରେ ବ୍ୟାୟାମ କରୁଛି। ସବୁ ଖବରକାଗଜରୁ ଟିକିନିଖି ଖବର ପଢୁଛି। ଜେଲ୍‌ ଲାଇବ୍ରେରିରୁ ନୂଆନୂଆ ବହି ଆଣି ଦିନକୁ ପ୍ରାୟ ୮ରୁ ୧୦ଘଣ୍ଟା ପଢ଼ାପଢ଼ି କରୁଛି।

ଜେଲ୍‌ ଆସିବାର ଦ୍ବିତୀୟ ଦିନରୁ ଲାଇବ୍ରେରିରୁ ଆଣିଥିବା ଗୀତା ଓ ଭାଗବତ ବହିକୁ ନିଜ ପାଖରେ ରଖି ପଢୁଛି। ଏବେ ସୁଦ୍ଧା ଲାଇବ୍ରେରିରୁ ପ୍ରାୟ ୧୦ରୁ ଅଧିକ ବହି ପଢ଼ି ଫେରାଇ ସାରିଲାଣି। ବହି ଓ ଖବରକାଗଜ ମାଗିବା ବ୍ୟତୀତ ଆଉ କୌଣସି ଜିନିଷ ପାଇଁ ‌ଗୋପାଳ କହୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe