ସତ କହିବାକୁ ଗୁଜୁରାଟ ଯିବ ଗୋପାଳ!

ସତ କହିବାକୁ ଗୁଜୁରାଟ ଯିବ ଗୋପାଳ!

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ପୁଲିସ ଏଏସଆଇ ଗୋପାଳ ଦାସ ପୁଣି ୫ ଦିନିଆ ରିମାଣ୍ଡରେ ଯିବ | ତୃତୀୟ ଦଫାରେ ଗୋପାଳକୁ ୫ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି | ଗୋପାଳକୁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିଥିବାବେଳେ ଜେଏଫଏମସି କୋର୍ଟ ଅନୁମତି ଦେଇଛନ୍ତି | ସେହିପରି ଗୋପାଳର ନାର୍କୋ ଟେଷ୍ଟ ଓ ପଲିଗ୍ରାଫ ଟେଷ୍ଟ ପାଇଁ ମଧ୍ୟ ଅନୁମତି ମିଳିଛି | ଉଭୟ ଟେଷ୍ଟ ପାଇଁ ଗୋପାଳ ସହମତ ଥିବା କୋର୍ଟରେ କହିବା ପରେ ଏନେଇ ଅନୁମତି ମିଳିଛି | ତେବେ ମିଳିଥିବା ତାଜା ସୂଚନା ମୁତାବକ ନାର୍କୋ ଟେଷ୍ଟ ପାଇଁ ଅଭିଯୁକ୍ତ ଗୋପାଳ ଗୁଜୁରାଟ ଯିବ | ଗୁଜୁରାଟର ଅହମ୍ମଦାବାଦରେ ଗୋପାଳର ନାର୍କୋ ଟେଷ୍ଟ ହେବ ବୋଲି ଜଣାପଡିଛି | ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଗୋପାଳକୁ ଝାରସୁଗୁଡା ବିମାନବନ୍ଦରରୁ କୋଲକାତା ନିଆଯିବ | ସେଠାରୁ ଗୁଜୁରାଟର ଅହମ୍ମଦାବାଦକୁ ନିଆଯିବ | ଅନ୍ୟପଟେ ଗୋପାଳର ପଲିଗ୍ରାଫ ଟେଷ୍ଟ ଭୁବନେଶ୍ୱରରେ ହେବ |

କେମିତି ଓ କାହିଁକି ହୁଏ ନାର୍କୋ ଟେଷ୍ଟ?
ନାର୍କୋ ଟେଷ୍ଟ୍‍ର ପରୀକ୍ଷଣ ସର୍ବପ୍ରଥମେ ୧୯୨୨ରେ ରବର୍ଟ ହାଉସ୍‌ ନାମକ ଜଣେ ଟେକ୍‌ସାସର ଡାକ୍ତର କରିଥିଲେ। ସେ ଦୁଇଜଣ ଅଭିଯୁକ୍ତଙ୍କ ଉପରେ ଏହାର ପ୍ରୟୋଗ କରିଥିଲେ। ଏହି ଟେଷ୍ଟ୍‍ କରାଯିବା ପୂର୍ବରୁ ପ୍ରଥମେ ବ୍ୟକ୍ତିର ସ୍ୱାସ୍ଥ୍ୟ ଓ ବୟସକୁ ଧ୍ୟାନ ଦିଆଯାଇଥାଏ। ତା’ପରେ ବ୍ୟକ୍ତିକୁ ଇଂଜେକସନ୍‌ ଦିଆଯାଇଥାଏ। ନାର୍କୋ ଟେଷ୍ଟକୁ ନାର୍କୋଆନାଲିସିସ ଟେଷ୍ଟ ମଧ୍ୟ କୁହାଯାଏ | ଏହି ପ୍ରକ୍ରିୟାରେ ଅଭିଯୁକ୍ତଙ୍କୁ ସୋଡିୟମ ପେଣ୍ଟଥାଲ ନାମକ ଡ୍ରଗ୍ସ ଇଂଜେକସନ ମାଧ୍ୟମରେ ଦିଆଯାଇଥାଏ | ଏହା ସେଭଳି ଲୋକଙ୍କୁ ଦିଆଯାଇଥାଏ, ଯେଉଁମାନେ ସତ କହିବାକୁ କୁଣ୍ଠାବୋଧ କରନ୍ତି। ଏହି ଔଷଧୀୟ ପ୍ରୟୋଗ ଫଳରେ ବ୍ୟକ୍ତିର ମସ୍ତିଷ୍କର ତ୍ୱରିତ ପ୍ରତିକ୍ରିୟା ଦେଉଥିବା ଅଙ୍ଗ ଅଚଳ ହୋଇଥାଏ। ଏହା ଫଳରେ ବ୍ୟକ୍ତି ଆଉ ମିଛ କହିପାରିନଥାଏ। ଯାହା ସତ, ତାହା ହିଁ ଲୋକଟି କହିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe