ବ୍ରହ୍ମପୁର: ଗୋପାଳପୁର ଗଣଦୁଷ୍କର୍ମ ଘଟଣାର ଫାଇନାଲ୍ ଚାର୍ଜସିଟ୍ ଗତ ୨୬ ତାରିଖରେ କ୍ରାଇମ୍ବ୍ରାଞ୍ଚ ବ୍ରହ୍ମପୁର ଜେଏମ୍ଏଫ୍ସି କୋର୍ଟରେ ଦାଖଲ କରିଛି। ଚାର୍ଜସିଟ୍ରେ ୨ ନାବାଳକ ମୁଖ୍ୟ ଷଡ୍ଯନ୍ତ୍ରକାରୀ ବୋଲି କ୍ରାଇମ୍ବ୍ରାଞ୍ଚ ଦର୍ଶାଇଛି। ଏହି ମାମଲାରେ ପୁଲିସ ହାତରେ ଧରାପଡ଼ିଥିବା ୬ଜଣ ସାବାଳକ ଓ ୪ଜଣ ନାବାଳକଙ୍କ ମଧ୍ୟରୁ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ଓମ୍ ପ୍ରଧାନଙ୍କୁ କ୍ଲିନ୍ଚିଟ୍ ମିଳିଛି। ବାକି ୫ ସାବାଳକ ଓ ୪ ନାବାଳକଙ୍କ ମଧ୍ୟରୁ ୨ ନାବାଳକଙ୍କ ଭୂମିକା ଅତି ସଂଗିନ ରହିଛି। ସେମାନେ ନିକଟରେ ଦଶମଶ୍ରେଣୀ ଗ୍ରେଡ୍-‘ଡି’ରେ ପାସ୍ କରିଛନ୍ତି।
ତଦନ୍ତ ରିପୋର୍ଟ ଆଧାରରେ, ଅପରାହ୍ଣ ୩ଟା ୪୭ରେ ଓମ୍ଙ୍କ ବ୍ୟତୀତ ଅନ୍ୟ ୯ ଜଣ ଯାକ ବେଳାଭୂମିକୁ ପ୍ରବେଶ କରିଥିଲେ। ସେମାନେ ବେଳାଭୂମିରେ ଯୁବକଯୁବତୀଙ୍କୁ ଟାର୍ଗେଟ୍ କରି ଟଙ୍କା, ସୁନା ତଥା ମୂଲ୍ୟବାନ ଜିନିଷ ଲୁଟିବାକୁ ଯୋଜନା କରିଥିଲେ। ୧୫ ବର୍ଷୀୟ ନାବାଳକ ସୂର୍ଯ୍ୟାସ୍ତ ପରେ ସେଠାକୁ ଯୁବକଯୁବତୀ ଆସୁଥିବା କହିଥିଲା। ଏଥିପାଇଁ ପାନ୍ଥନିବାସ ପଛପଟ ନିଛାଟିଆ ସ୍ଥାନକୁ ସେମାନେ ବାଛିଲେ। ଜଣେ ୧୬ବର୍ଷୀୟ ନାବାଳକ ସହ ବାବୁରାମ ଦଳେଇ, ପ୍ରମୋଦ ନାଏକ ଓ କୁନାଲ ପ୍ରଧାନ ଯୁବତୀଙ୍କୁ ଟାଣି ଦ୍ବିତୀୟ କ୍ୟାବିନ ପାଖକୁ ନେଇଗଲେ। ପ୍ରମୋଦ, ବାବୁରାମ ଓ କୁନାଲ ଯୁବତୀଙ୍କୁ ଦୁଷ୍କର୍ମ କରୁଥିଲାବେଳେ ଜଣେ ନାବାଳକ ଏହାର ଭିଡିଓ ରେକର୍ଡିଂ କରିଥିଲେ। ତାଙ୍କ ନିକଟରୁ ଜବତ ଫୋନ୍ରୁ ପୀଡ଼ିତାଙ୍କ ଫଟୋ, ଭିଡିଓ ଜବତ ହୋଇଥିବା ଜଣାପଡ଼ିଛି। ଅନ୍ୟ ଜଣେ ନାବାଳକ ପୀଡ଼ିତାଙ୍କ ଫୋନ୍ ପେ’ ଖୋଲି ନିଜ ସାଙ୍ଗ ଜ୍ଞାନ ରଂଜନ ଜେନାଙ୍କୁ ଟଙ୍କା ପଠାଇଥିଲା। ଏହି ଟଙ୍କା ଦେଣନେଣ ସମସ୍ତଙ୍କୁ ଧରା ପକାଇ ଦେଇଥିଲା।
ଏହି ମାମଲାରେ ଘଟଣାସ୍ଥଳରୁ ୫ଟି ଅଧପୋଡ଼ା ସିଗାରେଟ୍, ପୀଡ଼ିତାଙ୍କ ପୋଷାକ ପରୀକ୍ଷାଗାରକୁ ଯାଇଥିଲା। ପୀଡ଼ିତାଙ୍କ ସହ ସେଠାରେ ଉପସ୍ଥିତ ୯ଜଣ ଅଭିଯୁକ୍ତଙ୍କ ଡିଏନ୍ଏ, ରକ୍ତ ନମୂନା ବି ପରୀକ୍ଷା ପାଇଁ ପଠାଯାଇଥିଲା। ଯାହାର ରିପୋର୍ଟ କ୍ରାଇମବ୍ରାଞ୍ଚ ଫାଇନାଲ୍ ଚାର୍ଜସିଟରେ ଯୋଡ଼ିଛି। ସିଗାରେଟ୍ରେ ପ୍ରମୋଦ, କୁନାଲ, ବାବୁରାମ ସହ ୨ ନାବାଳକଙ୍କ ଡିଏନ୍ଏ ମେଳ ଖାଇଛି। ପୀଡ଼ିତାଙ୍କ ଶରୀର ଉପରୁ ଓ ଅନ୍ତଃବସ୍ତ୍ରରୁ ପ୍ରମୋଦର ଡିଏନ୍ଏ ମିଳିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us