କୋର୍ଟରେ ହାଜର ହେଲେ ଗୋପାଳପୁର ବିଧାୟକ, ପାଠକ

Advertisment
ଅଧ୍ୟାପକଙ୍କୁ ୟୁଜିସି ସ୍କେଲ୍‌ ପ୍ରସଙ୍ଗ: ହାଇକୋର୍ଟରେ ସରକାରଙ୍କ ଆବେଦନ ଖାରଜ

new india express

ବ୍ରହ୍ମପୁର: ଟାଟା କମ୍ପାନିରେ ନିଯୁକ୍ତି ବାହାନାରେ ଲକ୍ଷାଧିକ ଟଙ୍କା ଠକେଇକୁ ନେଇ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ପୂର୍ବତନ ଆଇଏଫଏସ୍ ଅଧିକାରୀ ଅଭୟକାନ୍ତ ପାଠକ, ତାଙ୍କ ପୁଅ ଆକାଶ ପାଠକଙ୍କ ନାମରେ ଗୋଳନ୍ଥରା ଥାନାରେ ତିନିଟି ଏବଂ ବୈଦ୍ୟନାଥପୁର ଥାନାରେ ଗୋଟିଏ ଏଭଳି ମୋଟ ୪ଟି ମାମଲା ରୁଜୁ ହୋଇଥିଲା। ସେଥିରୁ ଗୋଳନ୍ଥରା ଥାନାରେ ରୁଜୁ ଗୋଟିଏ ମାମଲା(ଜିଆର୍ କେସ୍ ନଂ୨୨୨୫/୨୦)ରେ ଆଜି ତିନି ଅଭିଯୁକ୍ତ ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ଦଣ୍ଡାଧିକାରୀ (ଜେଏମ୍ଏଫ୍‌ସି) ଶିବାନୀ ମିଶ୍ରଙ୍କ କୋର୍ଟରେ ହାଜର ହୋଇଥିଲେ। ସେମାନଙ୍କ ବିରୋଧରେ ଆଜି କୋର୍ଟରେ ଚାର୍ଜଫ୍ରେମ୍ ହୋଇଥିଲା। ତେବେ ଏହି ମାମଲାରେ ପୂର୍ବରୁ ଅଭିଯୁକ୍ତଙ୍କ ପକ୍ଷରୁ କୋର୍ଟରେ ଡିସ୍‌ଚାର୍ଜ ପିଟିସନ୍ ଫାଇଲ୍ କରାଯାଇଥିଲା। କିନ୍ତୁ କୋର୍ଟ ଏହାକୁ ଖାରଜ କରିବା ପରେ ଉକ୍ତ ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ୍ ହୋଇଥିଲା। ଅନ୍ୟ ତିନିଟି ମାମଲାରେ ମଧ୍ୟ ଅଭିଯୁକ୍ତମାନଙ୍କ ପକ୍ଷରୁ କୋର୍ଟରେ ଡିସଚାର୍ଜ ପିଟିସନ୍ ଫାଇଲ୍ ହୋଇଛି। ଏହା ଉପରେ ଶୁଣାଣି ପାଇଁ ଆସନ୍ତା ବୁଧବାର ଦିନ ଧାର୍ଯ୍ୟ ହୋଇଥିବା ନେଇ ବରିଷ୍ଠ ଆଇନଜୀବୀ ଦୀପକ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ଲକ୍ଷ୍ମୀ ନାୟକ ନାମକ ଜଣେ ବ୍ୟକ୍ତି ଗୋଳନ୍ଥରା ଥାନାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପୁଅକୁ ଟାଟା କମ୍ପାନିରେ ଚାକିରି କରାଇ ଦେବାକୁ କହି ବିଧାୟକ କୁଆଡ଼େ ତାଙ୍କ ଠାରୁ ୬ଲକ୍ଷ ଟଙ୍କା ନେଇଥିବା ଏତଲାରେ ଦର୍ଶାଇଥଲେ। ପୁଲିସ ଏକ ମାମଲା (କେସ୍‌ନଂ ୩୭୪/୨୦୨୦) ରୁଜୁ କରିଥିଲା। ଏଥିରେ ବିଧାୟକଙ୍କ ସହ ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଅାକାଶ ପାଠକ ମଧ୍ୟ ଅଭିଯୁକ୍ତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe