ବ୍ରହ୍ମପୁର/ଛତ୍ରପୁର : ଗଂଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ସଂଧ୍ୟାରେ ସଡ଼କ ଦୁର୍ଘଟଣାରେ ଗୋପାଳପୁର ବନ୍ଦର ଏଜିଏମ୍(ଅପରେସନ୍) ପ୍ରତାପ କୁମାର ରଥ(୫୧)ଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ଛତ୍ରପୁର ଗୌତମନଗର ନିବାସୀ ପ୍ରତାପ ଚମାଖଣ୍ଡି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ଦେଇ ତାଙ୍କର ଘରକୁ ବାଇକ୍ରେ ଯାଉଥିଲେ। ତେବେ ସେ ବାଇକ୍ର ଭାରସାମ୍ୟ ରକ୍ଷା କରିନପାରି କଣମଣା ନିକଟରେ ବିଲକୁ ଖସି ପଡ଼ିଥିଲେ। ଏଥିରେ ସେ ଗୁରୁତର ହୋଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଛତ୍ରପୁର ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ବଡ଼ ମେଡିକାଲ ଫାଣ୍ଡି ପୁଲିସ ଶବ ଜବତ କରିଛି। ସେ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ ବୋଲି ଜଣାପଡ଼ିଛି।
ବାଇକ୍ ଦୁର୍ଘଟଣାରେ ଗୋପାଳପୁର ବନ୍ଦର ଏଜିଏମ୍ଙ୍କ ମୃତ୍ୟୁ
Advertisment
Follow Us