ଆଦାନିକୁ ଗୋପାଳପୁର ବନ୍ଦର: ଅଂଶଧନ ହସ୍ତାନ୍ତରକୁ କ୍ୟାବିନେଟ୍‌ ଅନୁମୋଦନ

Advertisment

ଗଞ୍ଜାମ ଜିଲ୍ଲାରେ ଥିବା ଗୋପାଳପୁର ବନ୍ଦର ମାଲିକାନା ଶିଳ୍ପପତି ଗୌତମ ଆଦାନିଙ୍କ ‘ଆଦାନି ପୋର୍ଟସ୍‌ ଆଣ୍ଡ୍ ଏସ୍‌ଇଜେଡ୍’ ହାତକୁ ଯାଇଛି। ବନ୍ଦରରେ ଶାପୁରଜୀ ପାଲୋଞ୍ଜି ପୋର୍ଟ ମେଣ୍ଟେନାନ୍ସ ପ୍ରାଇଭେଟ୍ ଲିମିଟେଡ୍‌ ଏବଂ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‌ (ଓଏସ୍‌ଏଲ୍‌)ର ଥିବା ଅଂଶଧନକୁ ଆଦାନି କିଣିଥିଲା।

ଗଞ୍ଜାମ ଜିଲ୍ଲାରେ ଥିବା ଗୋପାଳପୁର ବନ୍ଦର ମାଲିକାନା ଶିଳ୍ପପତି ଗୌତମ ଆଦାନିଙ୍କ ‘ଆଦାନି ପୋର୍ଟସ୍‌ ଆଣ୍ଡ୍ ଏସ୍‌ଇଜେଡ୍’ ହାତକୁ ଯାଇଛି। ବନ୍ଦରରେ ଶାପୁରଜୀ ପାଲୋଞ୍ଜି ପୋର୍ଟ ମେଣ୍ଟେନାନ୍ସ ପ୍ରାଇଭେଟ୍ ଲିମିଟେଡ୍‌ ଏବଂ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‌ (ଓଏସ୍‌ଏଲ୍‌)ର ଥିବା ଅଂଶଧନକୁ ଆଦାନି କିଣିଥିଲା।

fhhffhfhtt

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାରେ ଥିବା ଗୋପାଳପୁର ବନ୍ଦର ମାଲିକାନା ଶିଳ୍ପପତି ଗୌତମ ଆଦାନିଙ୍କ ‘ଆଦାନି ପୋର୍ଟସ୍‌ ଆଣ୍ଡ୍ ଏସ୍‌ଇଜେଡ୍’ ହାତକୁ ଯାଇଛି। ବନ୍ଦରରେ ଶାପୁରଜୀ ପାଲୋଞ୍ଜି ପୋର୍ଟ ମେଣ୍ଟେନାନ୍ସ ପ୍ରାଇଭେଟ୍ ଲିମିଟେଡ୍‌ ଏବଂ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‌ (ଓଏସ୍‌ଏଲ୍‌)ର ଥିବା ଅଂଶଧନକୁ ଆଦାନି କିଣିଥିଲା। ଏବେ ଆଦାନି ପୋର୍ଟସ୍ ମାଲିକାନାରେ ବନ୍ଦରର ୯୫ ପ୍ରତିଶତ ଅଂଶଧନ ରହିଛି। ଆଦାନିକୁ ବନ୍ଦରର ଅଂଶଧନ ହସ୍ତାନ୍ତର ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ କମିଟି ବୈଠକରେ ମଞ୍ଜୁରି ପ୍ରଦାନ କରାଯାଇଛି। ଏଥି ସହିତ ସଂଶୋଧିତ ରିହାତି ଚୁକ୍ତିନାମାକୁ ମଧ୍ୟ ଅନୁମୋଦନ ପ୍ରଦାନ କରାଯାଇଛି। ଗୋପାଳପୁର ବନ୍ଦରରେ ସାପୁରଜୀ ପାଲୋଞ୍ଜିର ଥିବା ୫୬ ପ୍ରତିଶତ ଓ ଓଏସ୍‌ଏଲ୍‌ର ଥିବା ୩୯ ପ୍ରତିଶତ ଅଂଶଧନକୁ  ଆଦାନି ପୋର୍ଟସ୍‌ ଆଣ୍ଡ୍‌ ଏସ୍‌ଇଜେଡ୍‌ କିଣିଥିଲା। 

ଘରୋଇ ସରକାରୀ ସହଭାଗିତାରେ ଗୋପାଳପୁର ବନ୍ଦରକୁ ଏକ ସବୁଦିନିଆ ବନ୍ଦର ଭାବେ ବିକାଶ କରିବା ଲାଗି ୨୦୦୩ରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଓଏସ୍‌ଏଲ୍‌, ନୋବଲ୍‌ ଗ୍ରୁପ୍ ଓ ସାରା ଇଣ୍ଟରନ୍ୟାସନାଲ୍‌କୁ ନେଇ ଗୋପାଳପୁର ପୋର୍ଟସ୍‌ ଲିମିଟେଡ୍‌ ଗଠନ କରାଯାଇଥିଲା। ସେଥିରେ ଓଏସ୍‌ଏଲ୍‌ର ୩୪ ପ୍ରତିଶତ, ନୋବଲ୍‌ ଗ୍ରୁପ୍‌ର ୩୩ ପ୍ରତିଶତ ଓ ସାରା ଇଣ୍ଟରନ୍ୟାସନାଲ୍‌ର ୩୩ ପ୍ରତିଶତ ଅଂଶଧନ ଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଗୋପାଳପୁର ବନ୍ଦର ଏକ ଋତୁକାଳୀନ ଅଣ ବୃହତ୍‌ ବନ୍ଦର ଭାବେ ରାଜ୍ୟର ବାଣିଜ୍ୟ ଓ ପରିବହନ ବିଭାଗ ଅଧୀନରେ ପରିଚାଳିତ ହେଉଥିଲା। ୨୦୧୦ ଓ ୨୦୧୭ରେ ବନ୍ଦରର ଅଂଶଧନରେ ପରିବର୍ତ୍ତନ ଘଟିଥିଲା। ବର୍ତ୍ତମାନ ଗୋପାଳପୁର ବନ୍ଦର ୧୧.୪୩ ନିୟୁତ ଟନ୍ ପଣ୍ୟ ପରିବହନ କରୁଥିବା ବେ‌ଳେ ମୋଟ ଆୟର ୭.୫ ପ୍ରତିଶତ ରାଜ୍ୟ ସରକାରଙ୍କୁ ରାଜସ୍ବ ଭାବେ ପ୍ରଦାନ କରୁଛି। ୨୦୨୩-୨୪ ଆର୍ଥିକ ବର୍ଷରେ ବନ୍ଦର କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ୩୮ କୋଟି ଟଙ୍କାର ଅଂଶଧନ ଦେଇଥିଲେ। ଏବେ ବନ୍ଦରରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୪୦୦୦ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏହାର ସମ୍ପ୍ରସାରଣ ହେଲେ ସରକାରଙ୍କୁ ଅଧିକ ରାଜସ୍ବ ମିଳିବ ଏବଂ ଲୋକମାନଙ୍କ ପାଇଁ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଅଂଶଧନ ହସ୍ତାନ୍ତରକୁ କ୍ୟାବିନେଟ୍‌ ଅନୁମୋଦନ
ବିବାହିତ ଝିଅଙ୍କୁ ବି ଅନୁକମ୍ପାମୂଳକ ନିଯୁକ୍ତି
ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ଆସିଲା ନିୟମାବଳୀ

ଅନୁକମ୍ପାମୂଳକ ନିଯୁକ୍ତି କ୍ଷେତ୍ରରେ ଆଜି କ୍ୟାବିନେଟ୍‌ରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ବେସାମରିକ ସେବା(ପୁନର୍ବାସ ସହାୟତା) ନିୟମାବଳୀ, ୨୦୨୦ ଅନୁଯାୟୀ ସରକାରୀ କର୍ମଚାରୀଙ୍କ ଅବିବାହିତ ଝିଅ ଓ ଅବିବାହିତ ସାବତ ଝିଅମାନଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବିଚାର କରାଯାଉଥିଲା। ବିବାହିତା ଝିଅ ଓ ବିବାହିତା ସାବତ ଝିଅମାନଙ୍କୁ ବିଚାରକୁ ନିଆଯାଉ ନାହିଁ। ତେଣୁ ପିତାମାତାଙ୍କ ଉପରେ ନିର୍ଭରଶୀଳ ଥିବା ଝିଅ/ସାବତ ଝିଅଙ୍କୁ(ବିବାହ ସ୍ଥିତି ନିର୍ବିଶେଷରେ) ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ନିମନ୍ତେ ବିଚାର କରାଯିବ। ଏଥି ପାଇଁ ନିୟମାବଳୀରେ ସଂଶୋଧନ ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର ବାଜିଛି। ରାଜ୍ୟର ୟୁନିଫର୍ମ ସେବାରେ ଅବସରପ୍ରାପ୍ତ ଅଗ୍ନିବୀରମାନଙ୍କୁ ଯଥେଷ୍ଟ ନିଯୁକ୍ତି ସୁଯୋଗ ଦେବା ନିମନ୍ତେ ରାଜ୍ୟ ସରକାର ଓଡ଼ିଶା ଅବସରପ୍ରାପ୍ତ ଅଗ୍ନିବୀର(ୟୁନିଫର୍ମ ‌ସେବାରେ ନିଯୁକ୍ତି) ନିୟମାବଳୀ, ୨୦୨୪ ପ୍ରଣୟନ କରିଛନ୍ତି। ଏହାକୁ ଆଜି କ୍ୟାବିନେଟ୍‌ ଅନୁମୋଦନ ମିଳିଛି। ଏଥିରେ ଥିବା ବ୍ୟବସ୍ଥା ଅନୁଯାୟୀ ଅବସରପ୍ରାପ୍ତ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି। ଏହି ସଂରକ୍ଷଣ ଅବସରପ୍ରାପ୍ତ ସୈନିକଙ୍କ ପାଇଁ ଲାଗୁ ହେଉଥିବା ସଂରକ୍ଷଣ ସହିତ ଅତିରିକ୍ତ ୧୦ ପ୍ରତିଶତ ସଂରକ୍ଷଣ ରହିବ। ଏହା ବାଦ୍ ନିର୍ଦ୍ଧାରିତ ବୟସସୀମାକୁ ତିନି ବର୍ଷ କୋହଳ କରାଯିବ ଏବଂ ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷାରୁ ଅବ୍ୟାହତି ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe