Advertisment

ଉଦ୍‌ଘାଟନ ଅପେକ୍ଷାରେ ଗୋପାଳପୁର ଜେଡ୍‌ଏସ୍ଆଇ ମ୍ୟୁଜିୟମ୍‌: ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ୬ଶହ ଜୀବଙ୍କ ମଡେଲ ଓ କଙ୍କାଳ

Advertisment
ଉଦ୍‌ଘାଟନ ଅପେକ୍ଷାରେ ଗୋପାଳପୁର ଜେଡ୍‌ଏସ୍ଆଇ ମ୍ୟୁଜିୟମ୍‌: ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ୬ଶହ ଜୀବଙ୍କ ମଡେଲ ଓ କଙ୍କାଳ

ବ୍ରହ୍ମପୁର: ଗୋପାଳପୁରସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ର (ଜେଡ୍‌ଏସ୍ଆଇ) ପରିସରରେ ଥିବା ମ୍ୟୁଜିୟମ୍ ଏବେ ଉଦ୍‌ଘାଟନ ଅପେକ୍ଷାରେ ରହିଛି। ଉଦ୍‌ଘାଟନ ପରେ ଏହାକୁ ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯିବ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୧୯୮୦ ମସିହାରେ ବ୍ରହ୍ମପୁରର ଏକ ଭଡ଼ା ଘରେ ଜେଡ୍‌ଏସ୍ଆଇ ରହିଥିବା ବେଳେ ୨୦୦୫ ମସିହାରେ ଗୋପାଳପୁରସ୍ଥିତ ନିଜସ୍ବ କୋଠାକୁ ସ୍ଥାନାନ୍ତର ହୋଇଥିଲା। କେନ୍ଦ୍ରକୁ ବିଭିନ୍ନ ନୂତନ ପ୍ରଜାତିର ଜୀବଜନ୍ତୁଙ୍କୁ ଅଣାଯାଇ ବୈଜ୍ଞାନିକମାନେ ପରୀକ୍ଷାନିରୀକ୍ଷା କରି ଡିଏନ୍‌ଏ ଚିହ୍ନଟ କରିଥାନ୍ତି। ଏହି କେନ୍ଦ୍ରକୁ ବିଭିନ୍ନ ପ୍ରଜାତିର ମାଛ ଅଣାଯାଇ ଗବେଷଣା ମଧ୍ୟ କରାଯାଇଥାଏ। ପୂର୍ବରୁ ଏହି ମ୍ୟୁଜିୟମ୍‌ରେ ୪ଶହ ପ୍ରଜାତିର ମାଛ, ସାପ, ଶାମୁକା, ଡଲ୍‌ଫିନ୍ ଆଦିର ନମୁନା ତଥା କଙ୍କାଳ ରହିଥିଲା। ନୂତନ ମ୍ୟୁଜିୟମ୍ ପାଇଁ କୋଲକାତାରୁ ନମୁନା ଆସିବା ପରେ ବର୍ତ୍ତମାନ ଏହି ସଂଖ୍ୟା ୬ ଶହକୁ ବୃଦ୍ଧି ପା‌ଇଛି।

କେନ୍ଦ୍ରରେ ମହାବଳ, ଭାଲୁ, କଙ୍ଗାରୁ, ବଣ ବିଲେଇ, ବିଭିନ୍ନ ପ୍ରଜାତିର ପ୍ରଜାପତି, ଝିଣ୍ଟିକା, ବିଛା, ସାପ, ବେଙ୍ଗ ଓ ପକ୍ଷୀ ଆଦିର ମଡେଲ ଓ କଙ୍କାଳ ରହିଛି। ଏସବୁକୁ ଏକ ଅତିରିକ୍ତ କୋଠା ମଧ୍ୟରେ ରଖାଯାଇ ଉଦ୍‌ଘାଟନକୁ ଅପେକ୍ଷା କରାଯାଇଛି। ଗୋପାଳପୁର ଏକ ପର୍ଯ୍ୟଟନ ସ୍ଥଳ। କେନ୍ଦ୍ର ଖୋଲିବା ପରେ ଏହା ସମସ୍ତଙ୍କୁ ଆକର୍ଷଣ କରିବ ବୋଲି କେନ୍ଦ୍ର କର୍ତ୍ତୃପକ୍ଷ କହିଛନ୍ତି। ସଂଗ୍ରହାଳୟକୁ ବିକଶିତ କରିବା ପାଇଁ କେନ୍ଦ୍ରର ବୈଜ୍ଞାନିକ ଡ. ଅନୀଲ ମହାପାତ୍ରଙ୍କ ସମେତ ବହୁ ଗବେଷକ ଚେଷ୍ଟା ଜାରି ରଖିଛନ୍ତି। ବର୍ତ୍ତମାନ କୋଲକାତା ମୁଖ୍ୟାଳୟରୁ ନମୁନା ସଂଗ୍ରହ କରାଯାଇଥିବା ବେଳେ ଆଗକୁ ବିଭିନ୍ନ ସ୍ଥାନରୁ ଅଧିକ ନମୁନା ଆସିବ ବୋଲି ବୈଜ୍ଞାନିକ ଡ. ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe