ଗୋପାଳର ମାନସିକ ସ୍ଥିତି ଯାଞ୍ଚ ଆବେଦନ ଖାରଜ

Advertisment
ନବ ଦାସ ହତ୍ୟାକାଣ୍ଡ: କିଏ ବଢ଼ାଉଛି ଗୋପାଳ ଅଡ଼ୁଆ?

ଝାରସୁଗୁଡ଼ା : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି ଯାଞ୍ଚ ପାଇଁ ବେଙ୍ଗାଲୁରୁ ନିମହାନ୍ସରେ ମେଡିକାଲ ଟେଷ୍ଟ ଲାଗି କ୍ରାଇମବ୍ରାଞ୍ଚ କରିଥିବା ଆବେଦନକୁ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ସେସନ କୋର୍ଟ ଶୁକ୍ରବାର ଖାରଜ କରି ଦେଇଛନ୍ତି।

କ୍ରାଇମବ୍ରାଞ୍ଚ ପକ୍ଷରୁ ଉପରୋକ୍ତ ପ୍ରାର୍ଥନା ନେଇ ପୂର୍ବରୁ ଝାରସୁଗୁଡ଼ା ଜିଲ୍ଲା ଜଜ୍‌ କୋର୍ଟରେ ଆବେଦନ କରାଯାଇଥିଲା। ଜିଲ୍ଲାଜଜ୍‌ ଏହି ଆବେଦନକୁ ଗ୍ରହଣ କରିଥିଲେ। ତେବେ, ଏହାର ଶୁଣାଣି ପାଇଁ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ ଅଦାଲତକୁ ହସ୍ତାନ୍ତର କରି ଦେଇଥିଲେ। ଗତ ୧ ତାରିଖରେ ଏହି ମାମଲାର ଶୁଣାଣି ହୋଇଥିଲେ ହେଁ ରାୟ ସଂରକ୍ଷିତ ରହିଥିଲା। ଶୁକ୍ରବାର କ୍ରାଇମବ୍ରାଞ୍ଚର ଆବେଦନ ଖାରଜ ହୋଇଥିବା ରିମାଣ୍ଡ ଓକିଲ ହରି ଶଙ୍କର ଅଗ୍ରୱାଲ ସୂଚନା ଦେଇଛନ୍ତି।

ଶ୍ରୀ ଅଗ୍ରୱାଲ କହିଛନ୍ତି, ଏହି ଆବେଦନ ଯାହା ଆଉଥରେ ରିମାଣ୍ଡ ମଧ୍ୟ ତାହା। ଅଭିଯୁକ୍ତ ଜୁଡିସିଆଲ କଷ୍ଟଡିକୁ ଯିବା ପରେ ଆଉ ରିମାଣ୍ଡ ଦେବାର ନିୟମ ନଥିବାରୁ ଏହି ଆବେଦନକୁ ଖାରଜ କରାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗୋପାଳ ଦାସର ମେଡିକାଲ ଟେଷ୍ଟ ପାଇଁ ଜିଲ୍ଲା ଦୌରାଜଜ୍‌ଙ୍କ ନିକଟରେ ଗତ ୨୨ ତାରିଖରେ କ୍ରାଇମବ୍ରାଞ୍ଚ ପ୍ରାର୍ଥନା କରିଥିଲା। ପୂର୍ବରୁ କ୍ରାଇମବ୍ରାଞ୍ଚ ଜେଏମ୍‌ଏଫ୍‌ସି କୋର୍ଟରେ ଗୋପାଳର ମାନସିକ ସ୍ଥିତିର ଅଧିକ ପରୀକ୍ଷା ପାଇଁ କରିଥିବା ଆବେଦନକୁ କୋର୍ଟ ଖାରଜ କରିସାରିଥିଲେ। କ୍ରାଇମବ୍ରାଞ୍ଚ ଡେପୁଟି ଡାଇରେକ୍ଟର ଚିତ୍ତରଞ୍ଜନ କାନୁନ୍‌ଗୋ ତାଙ୍କ ଆବେଦନ ନେଇ ପୂର୍ବରୁ ବିଭିନ୍ନ କୋର୍ଟ ଦେଇଥିବା ଉଦାହରଣ ଉପସ୍ଥାପନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe