ଝାରସୁଗୁଡ଼ା : ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଗୋପାଳ ଦାସର ମାନସିକ ସ୍ଥିତି ଯାଞ୍ଚ ପାଇଁ ଝାରସୁଗୁଡ଼ା ଜିଲ୍ଲା ଓ ଦୌରା ଜଜ୍ ଅଦାଲତରେ ଆଜି ଶୁଣାଣି ଥିବା ବେଳେ ଏହା ହୋଇପାରିନାହିଁ। ଏଥି ପାଇଁ ଗତ ୨୨ ତାରିଖ ଦିନ ଝାରସୁଗୁଡ଼ା ଜିଲ୍ଲା ଦୌରାଜଜଙ୍କ ନିକଟରେ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରାର୍ଥନା କରାଯାଇଥିଲା। କୋର୍ଟ ଏହାକୁ ଗ୍ରହଣ କରି ଆଜି ଶୁଣାଣି ପାଇଁ ଦିନଧାର୍ଯ୍ୟ କରିଥିଲେ। ତେବେ ଶେଷ ମୁହୂର୍ତ୍ତରେ ଏହା ହୋଇ ପାରିନଥିଲା। ଆସନ୍ତା ମାର୍ଚ୍ଚ ୧ରେ ଏହାର ଶୁଣାଣି ପାଇଁ ପରବର୍ତ୍ତୀ ତାରିଖ ଧାର୍ଯ୍ୟ ହୋଇଛି। ପୂର୍ବରୁ ଝାରସୁଗୁଡ଼ା ଜେଏମ୍ଏଫ୍ସି କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ।
ଗୋପାଳର ମାନସିକ ସ୍ଥିତି ଯାଞ୍ଚ ଶୁଣାଣି ଘୁଞ୍ଚିଲା
Advertisment
Follow Us