କମିଟି ମାଧ୍ୟମରେ ନିକଟସ୍ଥ ଐତିହ୍ୟ କାର୍ଯ୍ୟର ସମୀକ୍ଷା କରିବାକୁ ନିର୍ଦ୍ଦେଶ
ସୁଆଣ୍ଡୋରେ ସ୍ଥାପନ ହେବ ଗୋପବନ୍ଧୁଙ୍କ ୧୫ ଫୁଟର ବ୍ରୋଞ୍ଜ ମୂର୍ତ୍ତି
ପୁରୀ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋର ବିକାଶ କାର୍ଯ୍ୟ ତ୍ବରାନ୍ବିତ ନିମନ୍ତେ ବିଭିନ୍ନ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। ଉତ୍କଳମଣିଙ୍କ ଷଠିଘରର ବିକାଶ ନିମନ୍ତେ ଆସନ୍ତା ନଭେମ୍ବର ୫ ତାରିଖ ସୁଦ୍ଧା ଏହାକୁ ହସ୍ତାନ୍ତର କରାଯିବ। ସଂସ୍କୃତି ବିଭାଗ ପକ୍ଷରୁ ସୁଆଣ୍ଡୋ ସମ୍ପର୍କିତ ସମୀକ୍ଷା ବୈଠକ ଅବସରରେ ଆଜି ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ଏଥିସହ ସମ୍ପୃକ୍ତ ଗ୍ରାମରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କର ଏକ ୧୫ ଫୁଟର ବ୍ରୋଞ୍ଜ ମୂର୍ତ୍ତି ସ୍ଥାପନ ହେବ ବୋଲି କହିଛନ୍ତି।
ସଂସ୍କୃତି ବିଭାଗର ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ମାଧ୍ୟମରେ ପ୍ରସ୍ତାବିତ ସଂଗ୍ରହାଳୟ ଓ ଐତିହ୍ୟ ଘରର ରୂପରେଖ ପ୍ରସ୍ତୁତି କରାଯାଇଛି। ନଭେମ୍ବର ୧୫ ତାରିଖ ସୁଦ୍ଧା ଏହା ଚୂଡ଼ାନ୍ତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ଖଣି ନିଗମକୁ ଇ ଖଣ୍ଡୋଲାଇଟ୍ ପଥର ଯୋଗାଇ ଦେବାକୁ କୁହାଯାଇଛି। ଏହି ସ୍ଥାନରେ ପ୍ରସ୍ତାବିତ ସପିଂ କମ୍ପ୍ଲେକ୍ସ ନିମନ୍ତେ ସୁଆଣ୍ଡୋ ନିକଟରେ ଥିବା ଜବରଦଖଲ ଅକ୍ଟୋବର ୩୦ ସୁଦ୍ଧା ଅବରୋଧ ମୁକ୍ତ ହେବ ବୋଲି ଜିଲ୍ଲାପାଳ ଶ୍ରୀ ବର୍ମା କହିଛନ୍ତି।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିସନର ତଥା ସଚିବ ଡ.ସୁରେଶ ଚନ୍ଦ୍ର ଦଳାଇ, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଇଂଜିନିୟର ଜୟକୃଷ୍ଣ ଦାସ, ପୁରୀ ଜିଲ୍ଲାପାଳ ଶ୍ରୀ ବର୍ମା, ପୁରୀ ପ୍ରୋଜେକ୍ଟ ଡିଭିଜନର ବରିଷ୍ଠ ପ୍ରକଳ୍ପ ପ୍ରବନ୍ଧକ ଇଂ. ସୁନ୍ଦର ମାଧବ ପାଢ଼ୀ, ଓବିସିସିର ସିଜିଏମ୍ ଇଂ. ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସୁଧୀର ରଂଜନ ସ୍ବାଇଁ, ଅକ୍ଷୟ କୁମାର ବେଉରିଆ, ପ୍ରଶାନ୍ତ ପ୍ରଧାନ ପ୍ରମୁଖ ଯୋଡ଼ି ହୋଇ ପ୍ରକଳ୍ପର ପ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ସୂଚନାଯୋଗ୍ୟ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ଗତବର୍ଷ ସେପ୍ଟେମ୍ବରରେ ସାଢ଼େ ଏଗାର କୋଟି ଟଙ୍କା ମଞ୍ଜୁର କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଐତିହ୍ୟ କ୍ୟାବିନେଟ୍ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବରେ ମୋହର ଲାଗିଥିଲା।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2021/10/puri-s.jpg)