ଝରକାରୁ ମାରୁଛି ବର୍ଷା ପାଣି ଛିଟିକା, ଛତା ତଳେ ଚାଲିଛି ରୋଗୀ ସେବା: ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆସିଲା ଅଭାବନୀୟ ଚିତ୍ର

Advertisment
ଝରକାରୁ ମାରୁଛି ବର୍ଷା ପାଣି ଛିଟିକା, ଛତା ତଳେ ଚାଲିଛି ରୋଗୀ ସେବା: ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆସିଲା ଅଭାବନୀୟ ଚିତ୍ର

ପୁରୀ: ଝରକାରେ ମାରୁଛି ବର୍ଷା ଛିଟିକା, ଆଉ ଛତା ତଳେ ଚାଲିଛି ରୋଗୀ ସେବା । ଏହି ଘଟଣା କେଉଁ ଉପାନ୍ତ ଅଞ୍ଚଳର ନୁହେଁ, ଏହା ଆସିଛି ଉପକୂଳ ଓଡିଶାରୁ । ପୁରୀ ଜିଲ୍ଲା ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆସିଥିବା ଏହି ଘଟଣା ସ୍ମାର୍ଟ ସ୍ୱାସ୍ଥ୍ୟ ସେବାର ଅସଲ ଚେହେରା ପଦାରେ ପକାଇଛି |

ଝରକାରେ କବାଟ ନଥିବା ବେଳେ ଡାକ୍ତରଖାନା ଭିତରକୁ ମାରୁଛି ବର୍ଷା ପାଣି ଛିଟିକା। ଚଟାଣରେ ପାଣି ପଡୁଥିବା ବେଳେ ଥଣ୍ଡା ପବନ ରୋଗୀଙ୍କୁ ଅସ୍ତବ୍ୟସ୍ତ କରୁଛି । ସୂଚନା ମୁତାବକ, ଜଣେ ମହିଳା ରୋଗୀ ଜ୍ୱରରେ ପୀଡିତ ହୋଇ ଡାକ୍ତରଖାନାକୁ ଆସିଥିବା ବେଳେ ତାଙ୍କୁ ସାଲାଇନ୍ ଦିଆଯାଇଥିଲା। ପାଣି ଛିଟିକା ମାରିବାରୁ ତାଙ୍କ ମୁଣ୍ଡ ଉପରେ ଏକ ଛତା ରଖାଯାଇଥିଲେ ବି ଝରକା ପଟୁ ପାଣି ଛିଟିକା ମାରିବା ସହ ଥଣ୍ଡା ପବନକୁ ଡାକ୍ତରଖାନା କର୍ମଚାରୀ ରୋକିପାରିନଥିଲେ | ଏଭଳି ଘଟଣା ଏବେ ରାଜ୍ୟର ସ୍ୱାସ୍ଥ୍ୟସେବା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe