ପୁରାତନ ଖଣ୍ତା ଓ ଅସ୍ତ୍ରଶସ୍ତ୍ର ଉଦ୍ଧାରସ୍ଥଳକୁ ପହଞ୍ଚିଲା ଷଡ଼ବଂଶୀ ଗୌଁଡ ସମାଜ ମହାସଂଘ

Advertisment
ପୁରାତନ ଖଣ୍ତା ଓ ଅସ୍ତ୍ରଶସ୍ତ୍ର ଉଦ୍ଧାରସ୍ଥଳକୁ ପହଞ୍ଚିଲା ଷଡ଼ବଂଶୀ ଗୌଁଡ ସମାଜ ମହାସଂଘ

ଅମ୍ବାଭୋନା: ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍‌ ଅନ୍ତର୍ଗତ ବାରପାହାଡ଼ ଘେରା ଉତ୍ତମ ପଞ୍ଚାୟତ ଲେଥେର ଗ୍ରାମରେ ବହୁ ପୁରାତନ ଖଣ୍ତା ଓ ଅସ୍ତ୍ରଶସ୍ତ୍ରର ସନ୍ଧାନ ମିଳିଛି। ଏହି ଖବର ପାଇ ବରଗଡ଼ ଜିଲ୍ଲା ଷଡ଼ବଂଶୀ ଗୌଁଡ ସମାଜ ମହାସଂଘର କର୍ମକର୍ତ୍ତାମାନେ ଉଦ୍ଧାରସ୍ଥଳକୁ ପହଞ୍ଚି ସେଠାରେ ଗୌଁଡ ସମାଜର ଜନୈକ ବ୍ୟକ୍ତି ରଖିଥିବା ପୁରାତନ ଖଣ୍ଡା ଓ ଅସ୍ତ୍ରଶସ୍ତ୍ର ଦେଖି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ଖେଳ ପଡ଼ିଆରୁ ପୁରାତନ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଥିବାରୁ ଏହାକୁ ଐତିହାସିକ ଖେଳପଡ଼ିଆ ମାନ୍ୟତା ଦେବାକୁ ଗ୍ରାମବାସୀ ଅନୁରୋଧ କରିଥିଲେ।

ବାରପାହାଡ଼ ଘେରା ଜଙ୍ଗଲରେ ବୀର ସୁରେନ୍ଦ୍ର ସାଏଙ୍କ ଐତିହାସିକ ଲୁଚି ରହିଥିବା ଯୋଗୁଁ ଏହା ଉପରେ ପୂର୍ଣ୍ଣ ଭାବେ ଗବେଷଣା ସହିତ ପୁରାତନ ଅସ୍ତ୍ରଶସ୍ତ୍ରଗୁଡ଼ିକ ଉଦ୍ଧାର କରାଯାଇ ଏହାର ରକ୍ଷଣାବେକ୍ଷଣ କରାଯିବାକୁ ଦାବି କରିଥିଲେ। ଐତିହାସିକ ବାରପାହାଡ଼ ଓ ଡେବ୍ରିଗଡ଼ ଭିତ୍ତିଭୂମିର ବିକାଶ ସଂଗେ ସଂଗେ ଏହାକୁ ପର୍ଯ୍ୟଟନ ମାନ୍ୟତା ଦେବାକୁ ଗ୍ରାମବାସୀ ଦାବି କରିଥିଲେ।

ବରଗଡ଼ ଜିଲ୍ଲା ଷଡ଼ବଂଶୀ ଗୌଁଡ ସମାଜ ମହାସଂଘର ସଭାପତି ଲକ୍ଷ୍ମୀନାରାୟଣ ସିଂ ନେତୃତ୍ବରେ ଜିଲ୍ଲା ସଂପାଦକ ଶ୍ୟାମକୁମାର ଭୋଇ, ଅମ୍ବାଭୋନା ଗୌଁଡ ସମାଜ ମହାସଂଘ ସଭାପତି ମହାଦେବ ବାଗ, ସଂପାଦକ ଦେବଦତ୍ତ ସିଂ, ଲେଥେର ଗ୍ରାମ ସମାଜ ସଭାପତି ରବିସିଂ ଧରୁଆ, ଅଲେଖ ଧରୁଆ, ସୁରୁସିଂ ଧରୁଆ, ବରିଷ୍ଠ ସଦସ୍ୟ ରମେଶ ଭୋଇ, ଦିଲୀପ ସିଂ ପ୍ରମୁଖ ଲେଥେର ଗ୍ରାମରେ ପହଞ୍ଚିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe