ସରକାରୀ ଅନୁବନ୍ଧିତ କୋଭିଡ୍‌ ହସ୍ପିଟାଲ ରୋଗୀଙ୍କୁ ଶୋଷଣ କରୁଛନ୍ତି: କଂଗ୍ରେସ

ସରକାରୀ ଅନୁବନ୍ଧିତ କୋଭିଡ୍‌ ହସ୍ପିଟାଲ ରୋଗୀଙ୍କୁ ଶୋଷଣ କରୁଛନ୍ତି: କଂଗ୍ରେସ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ସହ ଅନୁବନ୍ଧିତ ଘରୋଇ କୋଭିଡ୍‌ ହସ୍ପିଟାଲ ରୋଗୀଙ୍କୁ ଶୋଷଣ ଓ ଲୁଣ୍ଠନ କରୁଛନ୍ତି। ସରକାର ଏହାକୁ ନିୟନ୍ତ୍ରଣ କରିପାରୁ ନାହାନ୍ତି। ସରକାରୀ ଦଳର ନେତା ମନ୍ତ୍ରୀଙ୍କ ସହିତ ଏସବୁ ଶୋଷଣକାରୀ ଘରୋଇ ହସ୍ପିଟାଲ ଗୁଡ଼ିକର ଅସାଧୁ ମେଣ୍ଟ ଅଛି। ରାଜ୍ୟ ସରକାର କୋଭିଡ୍‌ ପରୀକ୍ଷା ଅଭିଯାନକୁ ଧିମେଇ ଦେବା ସହତ ଟିକାର ଅଭାବ ସଂକ୍ରାନ୍ତରେ ଚୁପ୍ ବସିଛନ୍ତି ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।

ଆଜି ରାଜ୍ୟ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଅମୀୟ ପାଣ୍ଡବ ଓ ରଜନୀ କୁମାର ମହାନ୍ତି ଗଣମାଧ୍ୟମକୁ ମିଳିତ ଭାବେ ସମ୍ବୋଧିତ କରିଥିଲେ। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଜୁନ୍ ୨୧ରେ କେନ୍ଦ୍ର ସରକାର ଜାତୀୟ ଟିକା ନୀତିରେ ପରିବର୍ତନ କରିଥିଲେ। ଏଥିରେ ସ୍ପଷ୍ଟ ଭାବେ ୨୫ଭାଗ ଟିକା କର୍ପୋରେଟ୍ ଓ ‌ଘରୋଇ ହସ୍ପିଟାଲମାନଙ୍କୁ ଦିଆଯିବ। ଟିକା ନୀତିରେ ପରିବର୍ତନ ପରେ ରାଜ୍ୟର ଘରୋଇ ହସ୍ପିଟାଲମାନେ ସେମାନଙ୍କୁ ଆବଣ୍ଟିତ ଟିକାକୁ ସଂପୂର୍ଣ୍ଣଭାବେ ଉଠାଇଲେ ନାହିଁ। ଯାହାଫଳରେ ଓଡ଼ିଶା ଏହାର ୧୭ଲକ୍ଷ ୭୪ହଜାର ଡୋଜ୍ ଟିକା ଭାଗ ହରାଇଛି। ମୁଖ୍ୟମନ୍ତ୍ରୀ ଓଡ଼ିଶା ମୋ ପରିବାର ଓ ପ୍ରତ୍ୟେକଟି ଜୀବନ ମୋ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ ବୋଲି କହୁଛନ୍ତି। ମାତ୍ର ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତରେ ଟିକା ପାଇଁ ହାହାକାର ପଡ଼ିଥିବା ବେ‌ଳେ ମୁଖ୍ୟମନ୍ତ୍ରୀ ରାଜ୍ୟ ଭାଗ ଟିକା ପାଇଁ କେ‌ବଳ ଚିଠି ଲେଖି ଚୁପ୍ ବସିବେ ନା ଯୁଦ୍ଧଂ ଦେହି ଡାକରା ଦେବେ ବୋଲି କଂଗ୍ରେସ ପକ୍ଷରୁ ପ୍ରଶ୍ନ କରାଯାଇଛି।

କେନ୍ଦ୍ର ସରକାର ଡିସେ‌ମ୍ବର ସୁଦ୍ଧା ଦେଶର ୧୮ବର୍ଷରୁ ଅଧିକ ଯୁବପିଢ଼ିଙ୍କୁ ଟିକା ଦେବା ଲାଗି କହିଥିଲେ। ଦେଶରେ ୧୮ବର୍ଷରୁ ଅଧିକ ୧୦୮ କୋଟି ଲୋକ ଥିବା ବେ‌ଳେ ସେମାନଙ୍କୁ ୧୬ କୋଟି ଡୋଜ୍ ଦରକାର। ମାତ୍ର ଆଜି ପର୍ଯ୍ୟନ୍ତ ୪୫ କୋଟି ଲୋକଙ୍କୁ ଟିକା ଦିଆଯାଇଛି। ଏବେ ଦିନକୁ ୪୦-୪୫ଲକ୍ଷ ଡୋଜ୍ ଟିକା ଦିଆଯାଉଥିବା ବେଳେ ବଳକା ୧୬୧ କୋଟି ଡୋଜ୍ ଆଉ ୫ମାସ ଭିତରେ କିଭଳି ଦିଆଯିବ ବୋଲି କଂଗ୍ରେସ ପ୍ରଶ୍ନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe