ଭୁବନେଶ୍ୱର: ଗତ ୪ ବର୍ଷରେ କୃଷି ଋଣ ୨ ଗୁଣ ବଢ଼ିଛି। ଚାଷୀଙ୍କୁ କୃଷି ଋଣ ଦେବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସ୍ଥାନୀୟ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ରେ ଆୟୋଜିତ ଏକ ସମାରୋହକୁ ସମ୍ବୋଧନ କରି ନବୀନ କହିଛନ୍ତି, କୃଷି ଉତ୍ପାଦନ ବୃଦ୍ଧି ଉପରେ ସରକାର ସବୁବେଳେ ଗୁରୁତ୍ୱ ଦେଉଛନ୍ତି। ସେହିଭଳି ଚାଷୀଙ୍କ ଉନ୍ନତି ପାଇଁ ସରକାର ସବୁବେଳେ ତତ୍ପର ଅଛନ୍ତି ବୋଲି ସେ କହିଛନ୍ତି।
ଚାଷୀ ସଚେତନ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି, ୩୧୪ଟି ବ୍ଲକର ଚାଷୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ପ୍ରତିଦିନ ପ୍ରତି ପଞ୍ଚାୟତରେ ୨ଜଣ ଚାଷୀ ପ୍ରଶିକ୍ଷଣ ନେବେ। ପ୍ରଶିକ୍ଷୀତ ଚାଷୀ ପଞ୍ଚାୟତ ସ୍ତରର ଅନ୍ୟ ଚାଷୀଙ୍କୁ ପ୍ରଶିକ୍ଷଣ ଦେବେ।
Follow Us