ଏପ୍ରିଲ ୧୩ରେ ସରକାରୀ ଆୟୁର୍ବେଦିକ ଚିକିତ୍ସା ସଂଘର କର୍ମକର୍ତା ନିର୍ବାଚନ

Advertisment
ଏପ୍ରିଲ ୧୩ରେ ସରକାରୀ ଆୟୁର୍ବେଦିକ ଚିକିତ୍ସା ସଂଘର କର୍ମକର୍ତା ନିର୍ବାଚନ

Medimetry

ଭୁବନେଶ୍ବର : ଆସନ୍ତା ଏପ୍ରିଲ ୧୩ ତାରିଖରେ ଓଡ଼ିଶା ରାଜ୍ୟ ସରକାରୀ ଆୟୁ‌ର୍ବେଦିକ ଚିକିତ୍ସା ସଂଘର ୨୪ତମ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମଥର ଲାଗି ଏହି ନିର୍ବାଚନ ଅନ୍‌ଲାଇନ୍‌ରେ ଜରିଆରେ ଅନୁଷ୍ଠିତ ହେବ। କର୍ମକର୍ତା ନିର୍ବାଚନ କରିବା ଲାଗି ରାଜ୍ୟ ଗୃହ ବିଭାଗ ଅନୁମତି ପ୍ରଦାନ କରିଛି। ଅନ୍‌ଲାଇନ୍ ଜରିଆରେ ନିର୍ବାଚନ ହେବା ଦ୍ବାରା ରୋଗୀ ସେବାରେ ବ୍ୟାଘାତ ସୃଷ୍ଟି ହେବନାହିଁ।

ନିର୍ବାଚନରେ ସଭାପତି, ସାଧାରଣ ସଂପାଦକ, କୋଷାଧ୍ୟକ୍ଷ, ଯୁଗ୍ମ ସଂପାଦକ, ସାଂଗଠନିକ ସଂପାଦକ ଓ କାର୍ଯ୍ୟନିର୍ବାହୀ ସଦସ୍ୟଙ୍କୁ ଚୟନ କରାଯିବ। ଏଥିପାଇଁ ରାଜ୍ୟ ଆୟୁଷ ନିର୍ଦେଶାଳୟର ୨ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି। ସେମାନେ ନିର୍ବାଚନ ପରିଚାଳନା କରିବେ। ଚଳିତମାସ ୨୭ ତାରିଖରୁ ଏପ୍ରିଲ ୨ତାରିଖ ଭିତରେ ପ୍ରାର୍ଥୀମାନେ ନାମାଙ୍କନପତ୍ର ଭରିବେ। ଏପ୍ରିଲ ୫ ଓ ୬ ତାରିଖ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ୮-୧୦ ତାରିଖ ଭିତରେ ପ୍ରାର୍ଥୀ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ। ୧୩ ତାରିଖ ସକାଳ ୮ଟାରୁ ସଂଧ୍ୟା ୬ଟା ଭିତରେ ଭୋଟିଂ ହେବ। ଏଥିପାଇଁ ସଂଘ ପକ୍ଷରୁ ପ୍ରସ୍ତୁତ ହୋଇଥିବା ୱେବସାଇଟ୍‌ ଜରିଆରେ ସଦସ୍ୟମାନେ ଭୋଟ୍‌ ଦେଇପାରିବେ। ସେହିଦିନ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ବୋଲି ସଂଘର ରାଜ୍ୟ ସଂପାଦକ ଡା.ଚିତ୍ତରଂଜନ ବେ‌ହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe