ପୁଣି ବଦଳିବ ସରକାରୀ କୋଠା ରଙ୍ଗ: ନାରଙ୍ଗୀ କାନ୍ଥରେ ନାଲି ଧାର

Advertisment

ରାଜ୍ୟର ସମସ୍ତ ସରକାରୀ କୋଠାର ରଙ୍ଗ ପୁଣି ବଦଳିବ। ସମସ୍ତ ସରକାରୀ କୋଠାର ବାହାର କାନ୍ଥ ନାରଙ୍ଗୀ ରଙ୍ଗର ହେବ। କାନ୍ଥର ଧାର ନାଲି ରଙ୍ଗର ହେବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ରାଜ୍ୟର ସମସ୍ତ ସରକାରୀ କୋଠାର ରଙ୍ଗ ପୁଣି ବଦଳିବ। ସମସ୍ତ ସରକାରୀ କୋଠାର ବାହାର କାନ୍ଥ ନାରଙ୍ଗୀ ରଙ୍ଗର ହେବ। କାନ୍ଥର ଧାର ନାଲି ରଙ୍ଗର ହେବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ଫେବ୍ରୁଆରି ୧ରୁ ପଦୋନ୍ନତି ଅଦାଲତ

ଭୁବନେଶ୍ବର: ରାଜ୍ୟର ସମସ୍ତ ସରକାରୀ କୋଠାର ରଙ୍ଗ ପୁଣି ବଦଳିବ। ସମସ୍ତ ସରକାରୀ କୋଠାର ବାହାର କାନ୍ଥ ନାରଙ୍ଗୀ ରଙ୍ଗର ହେବ। କାନ୍ଥର ଧାର ନାଲି ରଙ୍ଗର ହେବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ଆଜି ପୂର୍ତ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଲକ୍ଷ୍ମୀକାନ୍ତ ପାଢ଼ୀ ସର୍ବୋଚ୍ଚ ଯନ୍ତ୍ରୀ (ରାସ୍ତା), ସର୍ବୋଚ୍ଚ ଯନ୍ତ୍ରୀ (ଡିପିକ୍ୟୁ), ଓବିସିସି ପରିଚାଳନା ନିର୍ଦ୍ଦେଶକ, ସମସ୍ତ ମୁଖ୍ୟ ଯନ୍ତ୍ରୀଙ୍କୁ ଏନେଇ ଚିଠି ଲେଖିଛନ୍ତି।

ଏହି ଚିଠିରେ କୁହାଯାଇଛି ଯେ ଏଣିକି ରାଜ୍ୟର ଯେଉଁଠି ନୂଆ ସରକାରୀ କାର୍ଯ୍ୟାଳୟ ନିର୍ମାଣ ହେବ ତା’ର ବାହାର କାନ୍ଥର ରଙ୍ଗ ନାରଙ୍ଗୀ ହେବ ଏବଂ କାନ୍ଥର ଧାର ନାଲି ହେବ। ପୁରୁଣା କୋଠାଗୁଡ଼ିକର ମରାମତି ଓ ରକ୍ଷଣାବେକ୍ଷଣ ବେଳେ ଏହି ନୂଆ ରଙ୍ଗ ଲଗାଯିବ। ପୂର୍ତ୍ତ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିଲେ ହେଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଜଳସମ୍ପଦ ବିଭାଗ, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସମେତ ବିଭିନ୍ନ ବିଭାଗ ଅଧୀନରେ ଥିବା କୋଠାର ରଙ୍ଗ ବଦଳିବ କି ନାହିଁ ସେନେଇ କିଛି ନିର୍ଦ୍ଦେଶନାମା ଜାରି ହୋଇନି।

ସୂଚନାଯୋଗ୍ୟ ଯେ ଦୁଇ ବର୍ଷ ତଳେ ପୂର୍ବ ସରକାର ସମସ୍ତ ସରକାରୀ କୋଠାର ରଙ୍ଗ ସବୁଜ ରଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ସମସ୍ତ କୋଠାର ରଙ୍ଗ ସବୁଜ ରଙ୍ଗ ହୋଇଥିଲା। ଏହି ରଙ୍ଗ ପରିବର୍ତ୍ତନକୁ ନେଇ ସେତେବେଳେ ରାଜନୀତି ଜୋର୍ ଧରିଥିଲା। ଏବେ ବିଜେପି ସରକାର ପୁଣି ସେହି ରଙ୍ଗ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe