ଅବସରପ୍ରାପ୍ତ ଡାକ୍ତର ଓ ଷ୍ଟାଫ ନର୍ସଙ୍କ ସନ୍ଧାନରେ ରାଜ୍ୟ ସରକାର, ବିଶେଷଜ୍ଞଙ୍କୁ ଦିନକୁ ୫ହଜାର ଓ ଷ୍ଟାଫ ନର୍ସଙ୍କୁ ୧ହଜାର ଟଙ୍କା

Advertisment
କରୋନା ରୋଗୀଙ୍କ ଚିକିତ୍ସା ପାଇଁ ନଦୀ ପାର ହୋଇ ଜଙ୍ଗଲରେ ୮କିମି ଚାଲିଲେ ଡାକ୍ତର

Global News

ଭୁବନେଶ୍ବର: କରୋନାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅବସରପ୍ରାପ୍ତ ଡାକ୍ତର, ଷ୍ଟାଫନର୍ସଙ୍କ ସମେତ ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କୁ ଅସ୍ଥାୟୀ ନିଯୁକ୍ତି ଦେବା ଲାଗି ରାଜ୍ୟ ସରକାର ଯୋଜନା କରିଛନ୍ତି। ରାଜ୍ୟରେ ଆବଶ୍ୟକ ସଂଖ୍ୟକ ଡାକ୍ତରଙ୍କ ଅଭାବ ରହିଛି। ଯଦି ଏଭଳି ପରିସ୍ଥିତିରେ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଯାଏ ତେବେ ଏହାର ମୁକାବିଲା ପାଇଁ ଆବଶ୍ୟକ ସଂଖ୍ୟକ ଡାକ୍ତର, ଷ୍ଟାଫନର୍ସ, ସ୍ବାସ୍ଥ୍ୟକର୍ମୀ, ଫାର୍ମାସିଷ୍ଟଙ୍କ ଆବଶ୍ୟକତା ପଡ଼ିବ। ତେଣୁ ଆସନ୍ତା ୩ମାସ ପର୍ଯ୍ୟନ୍ତ ଠିକାରେ ଏହି ନିଯୁକ୍ତି ଦେବା ଲାଗି ରାଜ୍ୟ ସରାକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ବିଶେଷଜ୍ଞ ଡାକ୍ତରଙ୍କୁ ପ୍ରୋତ୍ସାହନ ଭାବେ ଦିନକୁ ୫ହଜାର ଟଙ୍କା, ଏମ୍‌ବିବିଏସ୍‌ ଡିଗ୍ରିଧାରୀ ମେଡିକାଲ ଅଧିକାରୀଙ୍କୁ ଦିନକୁ ୩ହଜାର, ଷ୍ଟାଫନର୍ସ, ଲାବରେଟାରି ଟେକ୍‌ନିସିଆନ୍‌, ରେଡିଓଗ୍ରାଫର ଓ ଫାର୍ମାସିଷ୍ଟକୁ ଦିନକୁ ୧ହଜାର ଟଙ୍କା ଓ ସ୍ବାସ୍ଥ୍ୟକର୍ମୀ(ପୁରୁଷ/ମହିଳା)ଙ୍କୁ ଦିନକୁ ୮୫୦ ଟଙ୍କା ହିସାବ‌ରେ ଦେବାଲାଗି ରାଜ୍ୟ ସରକାର ସ୍ଥିର କରିଛନ୍ତି। ଏହି ସ୍ବାସ୍ଥ୍ୟକର୍ମୀଙ୍କୁ ଅନଲାଇନ୍ କିମ୍ବା ୱାକ୍ ଇନ୍ ଇଣ୍ଟରଭ୍ୟୁ ଜରିଆରେ ସ୍ଥାନୀୟ ଜିଲ୍ଲାର ସିଡିଏମ୍‌ଓ ନିଯୁକ୍ତି ଦେବା ଲାଗି କୁହାଯାଇଛି।

ରାଜ୍ୟରେ ୬୩୦୦ରୁ ଅଧିକ ଡାକ୍ତର କାର୍ଯ୍ୟ କରୁଛନ୍ତି। ତହିଁରୁ କିଛି ଡାକ୍ତର ମେଡିକାଲ କଲେଜରେ ରେସିଡେଣ୍ଟ ଡାକ୍ତର ଭାବେ କାର୍ଯ୍ୟ କରୁଛନ୍ତି। ତେବେ କ‌ରୋନାର ମୁକାବିଲା ପାଇଁ ଅଧିକ ସଂଖ୍ୟାରେ ଡାକ୍ତର ଜରୁରୀ। ଯେ‌‌ତେ ଅଧିକ ସଂଖ୍ୟାରେ ଡାକ୍ତର, ଷ୍ଟାଫନର୍ସ ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀ ଆସିବେ ସେମାନଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ଦେବା ଲାଗି ଜିଲ୍ଲାମାନଙ୍କୁ ନିର୍ଦେଶ ଦିଆଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe