government collapsed under public pressure: Arun Sahoo Photograph: (sambad.in)
ଭୁବନେଶ୍ବର: ଜଗନ୍ନାଥ ପ୍ରଧାନଙ୍କ ଗିରଫ ନେଇ ବିଜେଡି ବିଧାୟକ ଅରୁଣ କୁମାର ସାହୁ ପ୍ରତିକ୍ରିୟା ଦେଇଛନ୍ତି। ଗତକାଲି ସନ୍ଧ୍ୟାରେ ଓଡ଼ିଶା କଣ ସାରାଦେଶ ଏକ ହାଇ ଡ୍ରାମା ଦେଖିଲା। ଜନସାଧାରଣଙ୍କ ଚାପରେ ସରକାର ଚେପା ହେଲେ। ଜଣେ ଅଭିଯୁକ୍ତଙ୍କୁ ବାନ୍ଧିବାକୁ ସରକାରଙ୍କୁ ମୁଣ୍ଡ ନୁଆଁଇବାକୁ ପଡିଲା।
ଜଣେ ଅଭିଯୁକ୍ତ ପାର୍ଟି ଅଫିସକୁ ଆସିଲେ ତାଙ୍କ ସଭାପତିଙ୍କ ସହିତ ଆଲୋଚନା କଲେ। କିନ୍ତୁ ଗିରଫ ହେଲେନି। ତାପରେ ନିଜ ଇଚ୍ଛାରେ ଆସି ଆତ୍ମସମର୍ପଣ କଲେ। ଆତ୍ମସମର୍ପଣ ପୂର୍ବରୁ ଜଗା ପ୍ରଧାନ ମିଡିଆକୁ ମନ୍ତବ୍ୟ ଦେଉଛନ୍ତି ଆଉ ପୁଲିସ ଦେଖୁଛି। ଏସବୁ କଥା ଦେଖିଲା ପରେ ଲାଗୁଛି ଆଇନ ଟା କୋଉଠି। ସରକାର ନୂଆ ଟ୍ରେଣ୍ଡ ସୃଷ୍ଟି କଲେ। ଏହା ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତର ବଡ଼ ଲକ୍ଷଣ।
ଅଧିକ ପଢ଼ନ୍ତୁ: ପୁରୀ ବିମାନବନ୍ଦର ଜଙ୍ଗଲ ଜମି ମଞ୍ଜୁରୀକୁ ସ୍ଥଗିତ ରଖିଲା ପରିବେଶ ମନ୍ତ୍ରଣାଳୟ: ଡବ୍ଲୁଆଇଆଇକୁ ପଠାଇବାକୁ ଅନୁରୋଧ
ଦଳ ତାଙ୍କୁ ନିଲମ୍ବନ ନକଲେ ଲୋକହସା ହେବ। ଲୋକଙ୍କର ଓ ଅଫିସରମାନଙ୍କ ଚାପରେ ସରକାର ନିଷ୍ପତ୍ତି ନେଲେ। ଯାହା ସୂଚନା ରହୁଛି ଏହା ପରେ ସରକାର ବର୍ତ୍ତମାନ ବହୁ ଅଫିସରଙ୍କୁ ବଦଳି କରିବେ ଓ ବିଭିନ୍ନ କ୍ଷେତ୍ରରେ ଦଣ୍ଡ ଦେବେ। ଯଦି ଏକଥା କରିବେ ଲୋକେ ତାଙ୍କୁ କ୍ଷମା ଦେବେନି। ବୋଲି ଅରୁଣ ସାହୁ କହିଛନ୍ତି।
ଅଧିକ ପଢ଼ନ୍ତୁ: ପାକିସ୍ତାନ ଦ୍ବାରା ଭାରତ ଉପରେ ନିଜ ଅସ୍ତ୍ରର ପରୀକ୍ଷଣ କରିଥିଲା ଚୀନ୍: ଭାରତୀୟ ସେନାର ଉପ-ମୁଖ୍ୟ
Arun Kumar Sahoo | BJP | BJD | Jagannath Pradhan
Follow Us