ସ୍ଥାୟୀ ଦାବି କଲେ ସରକାରୀ ମହାବିଦ୍ୟାଳୟ ଅସ୍ଥାୟୀ କର୍ମଚାରୀ

Advertisment
ନୂତନ ପେନସନ୍‌ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘର ଦାବିପତ୍ର ଅଭିଯାନ

India CSR Network

ଭୁବନେଶ୍ବର : ଓଡ଼ିଶାର ସମସ୍ତ ସରକାରୀ ମହାବିଦ୍ୟାଳୟରେ ଦୈନିକ ମଜୁରିଭିତ୍ତିକ କର୍ମଚାରୀମାନଙ୍କୁ ସ୍ଥାୟୀ କରିବା ଦିଗରେ ପଦକ୍ଷେପ ନେବାକୁ ଓଡ଼ିଶା ସରକାରୀ ମହାବିଦ୍ୟାଳୟ ଅସ୍ଥାୟୀ କର୍ମଚାରୀ ସଂଘ ପକ୍ଷରୁ ଦାବି କରାଯାଇଛି।

ସଂଘ ସଭାପତି ଓ ସାଧାରଣ ସମ୍ପାଦକ ପ୍ରଭାତ କୁମାର ପରିଡ଼ା ଓ ସୁଶାନ୍ତ କୁମାର ମହାନ୍ତି ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି ଯେ ସରକାରୀ ମହାବିଦ୍ୟାଳୟର ଦୈନିକ ମଜୁରିଭିତ୍ତିକ ଓ ଠିକା କର୍ମଚାରୀ ସ୍ବଳ୍ପ ଦୈନିକ ପାରିଶ୍ରମିକରେ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି। ଯେଉଁଥିରେ ଜଣେ ଲୋକ ନିଜେ ବଞ୍ଚିବା ସହ ନିଜ ପରିବାରର ଭରଣ ପୋଷଣରେ ସମ୍ପୂର୍ଣ୍ଣ ଅସମର୍ଥ। ଅସ୍ଥାୟୀ କର୍ମଚାରୀ ବିଭିନ୍ନ ବିଭାଗରେ ନିଜ ନିଜ ଯୋଗ୍ୟତା ଭିତ୍ତିରେ କାର୍ଯ୍ୟ କରୁଛୁ। ବାରମ୍ବାର ଆମ୍ଭେ କଲେଜ ଅଧ୍ୟକ୍ଷଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଜଣାଇଛୁ। ଅନ୍ୟାନ୍ୟ ସଂସ୍ଥାରେ ଆମ ଭଳି ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରାଯାଇଛି। କିନ୍ତୁ ଆମ ପ୍ରତି କେହି ବି ସାମାନ୍ୟ ଅନୁକମ୍ପା ପ୍ରଦର୍ଶନ କରୁନାହାନ୍ତି। ଏପରିକି ଆମ୍ଭମାନଙ୍କ ପାଇଁ ପାରିଶ୍ରମିକ ସେମିତି ନାହିଁ। କଲେଜର ସମସ୍ତ ଛୁଟିରେ ଆମ୍ଭେ ପାଉଥିବା ଦୈନିକ ପ୍ରାପ୍ୟ ବାବଦରେ ପାଉଥିବା ଟଙ୍କା ମଧ୍ୟ କଟି ଯାଉଛି। ଏପରିକି ଗ୍ରୀଷ୍ମ ଛୁଟି ଦୁଇ ମାସ ଏବଂ ଦୂର୍ଗାପୂଜା ଛୁଟି ୧୦ରୁ ୧୫ ଦିନ ମଧ୍ୟ ପା‌ଉଣା ମିଳୁ ନାହିଁ। ଦୀର୍ଘ ବର୍ଷ ଧରି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କଲେଜରେ କାମ କରୁଛି। ବିଭିନ୍ନ ବିଭାଗରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ମଧ୍ୟ ତୁଲାଇ ଆସୁଛୁ। ପ୍ରତିବଦଳରେ ଆମ୍ଭେ ଯାହା ପାଉଛୁ, ତାହା ସାଧାରଣ ଲୋକଙ୍କଠାରୁ ବହୁତ କମ୍‌। ଫଳରେ ଆମ୍ଭ ଭବିଷ୍ୟତ ଦିନକୁ ଦିନ ଅନ୍ଧାର ଆଡକୁ ଗତି କରୁଛି। ସରକାର ଏଦିଗରେ ତୁରନ୍ତ ପଦକ୍ଷେପ ନିଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe