ସଂସ୍କୃତିର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ: ମୁଖ୍ୟମନ୍ତ୍ରୀ

Advertisment

ସଂସ୍କୃତି ଓ ସଂସ୍କାରଧର୍ମୀ କାର୍ଯ୍ୟ ଏବଂ ଏହାର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଆଗାମୀ ୧୦ ବର୍ଷ ଅର୍ଥାତ ୨୦୩୬ ମସିହା ପର୍ଯ୍ୟନ୍ତ ଭିଜନ୍‌ ଡକ୍ୟୁମେଣ୍ଟ ‘୩୬ ପାଇଁ ୩୬’ ପ୍ରସ୍ତୁତ ଅଛି।

ସଂସ୍କୃତି ଓ ସଂସ୍କାରଧର୍ମୀ କାର୍ଯ୍ୟ ଏବଂ ଏହାର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଆଗାମୀ ୧୦ ବର୍ଷ ଅର୍ଥାତ ୨୦୩୬ ମସିହା ପର୍ଯ୍ୟନ୍ତ ଭିଜନ୍‌ ଡକ୍ୟୁମେଣ୍ଟ ‘୩୬ ପାଇଁ ୩୬’ ପ୍ରସ୍ତୁତ ଅଛି।

ffhkgdhdfghhh

ପୁରୀ: ସଂସ୍କୃତି ଓ ସଂସ୍କାରଧର୍ମୀ କାର୍ଯ୍ୟ ଏବଂ ଏହାର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଆଗାମୀ ୧୦ ବର୍ଷ ଅର୍ଥାତ ୨୦୩୬ ମସିହା ପର୍ଯ୍ୟନ୍ତ ଭିଜନ୍‌ ଡକ୍ୟୁମେଣ୍ଟ ‘୩୬ ପାଇଁ ୩୬’ ପ୍ରସ୍ତୁତ ଅଛି। ସରକାର ଏହି ଲକ୍ଷ୍ୟରେ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କର ସମାଜର ୪ଟି ବର୍ଗ- ଅନ୍ନଦାତା, ଗରିବ, ମହିଳା ଓ ଯୁବକଙ୍କ ବିକାଶକୁ ପ୍ରାଧାନ୍ୟ ଦେଇ ସମସ୍ତ ଯୋଜନାକୁ ଜନସାଧାରଣଙ୍କ ପାଇଁ ଉପଲବ୍ଧ କରୁଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୁରୀ ମଙ୍ଗଳାଘାଟରେ ଆୟୋଜିତ ରାମଚରିତ ମାନସ ମନ୍ଦିର ଭୂମିପୂଜନ ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ପାଟଣା ଗ୍ରାମରେ ଭଗବାନ ଶ୍ରୀରାମଚରିତ ମାନସ ଭବ୍ୟ ମନ୍ଦିର ହେବା ସୌଭାଗ୍ୟର ବିଷୟ।

ରାମଚରିତ ମାନସ ମନ୍ଦିର ଭୂମି ପୂଜନ ସମାରୋହ

ହିନ୍ଦୁ ପରମ୍ପରାର ଏହା ଏକ ଅନନ୍ୟ ନିଦର୍ଶନ। ଏହି ମନ୍ଦିର ନିର୍ମାଣ ନିମନ୍ତେ ଭୂମି ପୂଜନ କରିବାକୁ ଜଗଦ୍‌ଗୁରୁ ରାମଭଦ୍ରାଚାର୍ଯ୍ୟ ଜୀ ମହାରାଜଙ୍କ ଆଗମନ ଆମ ପାଇଁ ଆଶୀର୍ବାଦ। ସେ କହିଥିଲେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଆମ ସରକାର ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଭାବରେ ଏବଂ ୨୦୪୭ରେ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ବିକଶିତ ଭାରତକୁ ସାକାର କରିବ। ରାଜ୍ୟରେ ସମସ୍ତ ଜନହିତକର ଯୋଜନା ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚୁଛି, ଯାହା ଓଡ଼ିଶା ବିକାଶର ଶିଖର ଛୁଇଁବ। ଭୂମି ପୂଜନ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ସେହି ସ୍ଥାନରେ ଏକ ନିମ୍ବ ଗଛ ଲଗାଇଥିଲେ। ଭୂମି ପୂଜନ ଯଜ୍ଞରେ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। 

କାର୍ଯ୍ୟକ୍ରମରେ ପଦ୍ମବିଭୂଷଣ ଜଗଦ୍‌ଗୁରୁ ରାମଭଦ୍ରାଚାର୍ଯ୍ୟ ଜୀ ମହାରାଜ ଅଧ୍ୟକ୍ଷତା କରି ଏହି ନୂତନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରିଥିଲେ। ରାଘବ ପରିବାର ଟ୍ରଷ୍ଟ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପୁରୀ ସାଂସଦ ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ୍‌ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe