ଶୁଖୁଆପଡ଼ା ପାହାଡ଼ର ବୌଦ୍ଧକୀର୍ତିକୁ ଧ୍ବଂସ କରିବାକୁ ସରକାରୀ ଚକ୍ରାନ୍ତ: କଂଗ୍ରେସ

Advertisment
ଶୁଖୁଆପଡ଼ା ପାହାଡ଼ର ବୌଦ୍ଧକୀର୍ତିକୁ ଧ୍ବଂସ କରିବାକୁ ସରକାରୀ ଚକ୍ରାନ୍ତ: କଂଗ୍ରେସ

Lakshmi Sharath

ଭୁବନେଶ୍ବର : ଯାଜପୁର ଜିଲ୍ଲା ପ୍ରସିଦ୍ଧ ବୌଦ୍ଧିକୀର୍ତିସ୍ଥଳ ଲଳିତଗିରିର ଶୁଖୁଆପଡ଼ା ପାହାଡ଼କୁ ନଷ୍ଟ କରିବାକୁ ସରକାରୀ ଚକ୍ରାନ୍ତ ହୋଇଛି। ରାଜ୍ୟ ସରକାର ଏହି ପାହାଡ଼ରୁ ଖଣ୍ଡେଲାଇଟ ପଥର ଉତ୍ତୋଳନ ପାଇଁ ରାଜ୍ୟ ଖଣି ନିଗମକୁ ଲିଜ୍ ସୂତ୍ରରୁ ଦେଇ ଓଡ଼ିଶାର ବୌଦ୍ଧକୀର୍ତି ଓ ଐତିହ୍ୟକୁ ନଷ୍ଟ କରିବାର ଏକ ବିଧିବଦ୍ଧ ଚକ୍ରାନ୍ତ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର।

ଶନିବାର ଦିନ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜ୍ଞାନେନ୍ଦ୍ର କହିଥିଲେ ଯେ ୨୦୦୫ ମସିହାରେ ଯାଜପୁର ଜିଲ୍ଲାପାଳ ଏହି ଶୁଖୁଆପଡ଼ା ପାହାଡ଼ରୁ ମୋରମ ଖନନ ପାଇଁ ଲିଜ୍ ଦେଇଥିଲେ। ମାତ୍ର ସେତେବେଳେ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ବୁଦ୍ଧାୟନ ପକ୍ଷରୁ ହାଇକୋର୍ଟରେ ଏକ ଜନହିତ ମାମଲା କରାଯାଇଥିଲା। କୋର୍ଟ ଏଥିପାଇଁ ଏକ ଯୁଗ୍ମ କମିଟି ଗଠନ କରିଥିଲେ। ଯୁଗ୍ମ କମିଟି ତାଙ୍କ ରିପୋର୍ଟରେ ଲିଜ୍ ନ ଦେବା ଲାଗି ମତ ରଖିଥିଲେ। ଲଳିତଗିରି ଲଣ୍ଡା ପାହାଡ଼କୁ ଏଏସ୍‌ଆଇ କର୍ତୃପକ୍ଷ ତଦାରଖ କରୁଥିବା ବେଳେ ଶୁଖୁଆପଡ଼ା ପାହାଡ଼ର ଶୀର୍ଷରେ ଏକ ବିରାଟ ବୌଦ୍ଧସ୍ତୁପ ରହିଛି। ଏହାର ଖନନ କରାଗଲେ ବୌଦ୍ଧକୀର୍ତି ନଷ୍ଟ ହେବାର ଆଶଙ୍କା ରହିଛି। ତେଣୁ ରାଜ୍ୟ ସରକାର ତୁରନ୍ତ ଖଣି ନିଗମକୁ ଦେଇଥିବା ଲିଜ୍‌କୁ ବାତିଲ କରିବା ସହ ପାହାଡ଼ରୁ ପଥର ଖନନ କାର୍ଯ୍ୟ ତୁରନ୍ତ ବନ୍ଦ କରନ୍ତୁ। ରାଜ୍ୟର ସମସ୍ତ ବୌଦ୍ଧ ଧର୍ମର ଶ୍ରଦ୍ଧାଳୁମାନେ ଏହାର ବିରୋଧ କରିବାକୁ ଶ୍ରୀ ଜ୍ଞାନେନ୍ଦ୍ର ଆହ୍ବାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe