ରାଜ୍ୟ ସରକାରଙ୍କ ନୂଆ ନୀତି: ଏଣିକି ଅବସର ପରେ ନିଯୁକ୍ତି ମନା

Advertisment
ରାଜ୍ୟ ସରକାରଙ୍କ ନୂଆ ନୀତି: ଏଣିକି ଅବସର ପରେ ନିଯୁକ୍ତି ମନା

ଭୁବନେଶ୍ୱର: ଛଟେଇ ହେବେ ଅବସର ପରେ ନିଯୁକ୍ତି ପାଇଥିବା ସରକାରୀ ଚାକିରିଆ। ଅବସର ପରେ ନବୀକରଣ ଜରିଆରେ ମିଳୁଥିବା ନିଯୁକ୍ତିକୁ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର। ଯାହା ଫଳରେ ପ୍ରାୟ ୫୦ ହଜାର କର୍ମଚାରୀଙ୍କୁ ଚାକିରି ହରାଇବାକୁ ପଡ଼ିବ। ଏତେ ସଂଖ୍ୟାରେ କର୍ମଚାରୀ ହଠାତ୍‌ ଚାକିରିରୁ ବାହାରିବା ପରେ ସରକାରଙ୍କ ପାଖରେ କ’ଣ ରହିଛି ତୁରନ୍ତ ବିକଳ୍ପ ବ୍ୟବସ୍ଥା? ଏହି ନିଷ୍ପତି ରାଜ୍ୟରେ ନୂଆ ନିଯୁକ୍ତି ସୃଷ୍ଟି କରିବ କି?

ସରକାର ନେଇଥିବା ଏହି ନିଷ୍ପତି, ରାଜ୍ୟର ବିଭିନ୍ନ ବିଭାଗରେ କାର୍ଯ୍ୟକରୁଥିବା ପ୍ରାୟ ୫୦ ହଜାର ଅବସରପ୍ରାପ୍ତ କର୍ମଚାରୀଙ୍କୁ ଚାକିରି ହରାଇବାକୁ ପଡ଼ିବ। ଗତ ୪ବର୍ଷ ଭିତରେ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଥିବା ଏଭଳି ସରକାରୀ କର୍ମଚାରୀଙ୍କୁ ଚାକିରିରୁ ଅବ୍ୟାହତି ହେବା ନେଇ ନିଷ୍ପତି ହୋଇଛି। ଏହା ସହ ଏଣିକି ଅବସର ପରେ ଆଉ ମିଳିବ ନାହିଁ ନୂଆ ନିଯୁକ୍ତି। ଗତ ମାସ ୧୦ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତି ହୋଇଥିଲା। ଆଉ ସେହି ଅନୁସାରେ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ପତ୍ର ଲେଖି ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କୁହାଯାଇଛି।

publive-image

ଗତକାଲି ଏହି ମର୍ମରେ ଶକ୍ତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ, ଓଡ଼ିଶା ହାଇଡ୍ରୋ-ପାୱାର କର୍ପୋରେସନ୍‌, ଓପିଟିସିଏଲ୍‌, ଗ୍ରିଡ଼କୋ, ସେସୁ ଆଦି କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି-ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତି ନକରିବା ସଂପର୍କରେ ଜଣାଇଛନ୍ତି। ଅବସରପ୍ରାପ୍ତ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବା ନେଇ ହୋଇଥିବା ଏହି ନିଷ୍ପତି ଏବେ ସୃଷ୍ଟି କରିଛି ଅନେକ ପ୍ରଶ୍ନବାଚୀ।

ଏବେ ଦେଶରେ ପ୍ରାୟ ୨୪ ଲକ୍ଷ ସରକାରୀ ଚାକିରି ଖାଲି ପଡ଼ିଥିବା ବେଳେ ବେକାରୀ ସମସ୍ୟାର ମୁକାବିଲା ନେଇ ସବୁଆଡେ ବିତର୍କ ହେଉଛି। ଆଉ ଏଭଳି ସ୍ଥିତିରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ କାର୍ଯ୍ୟରୁ ବିରତ ରଖି ତାଙ୍କ ସ୍ଥାନରେ ନୂଆ ନିଯୁକ୍ତି ଦିଆଗଲେ, ଚାକିରି ପାଇଁ ସଂଘର୍ଷ କରୁଥିବା ଯୁବପୀଢ଼ିଙ୍କ ପାଇଁ ବେଶ ସହାୟକ ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe