ଟ୍ରାଏଲ୍ ରନ୍‌ ପରେ ଭୁଲିଗଲେ ସରକାର: ମାଲକାନଗିରିରୁ କେବେ ଉଡ଼ିବ ବିମାନ?

Advertisment

୨୦୨୩ ଜାନୁଆରି ୯ରେ ଆକାଶମାର୍ଗରେ ଯୋଡ଼ି ହୋଇଥିଲା ମାଲକାନଗିରି। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଥିଲେ ବିମାନବନ୍ଦର। ଟ୍ରାଏଲ୍ ରନ୍‌ ସଫଳ ପରେ ବିମାନବନ୍ଦରରେ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ମିଳିଥିଲା ପ୍ରତିଶ୍ରୁତି।

୨୦୨୩ ଜାନୁଆରି ୯ରେ ଆକାଶମାର୍ଗରେ ଯୋଡ଼ି ହୋଇଥିଲା ମାଲକାନଗିରି। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଥିଲେ ବିମାନବନ୍ଦର। ଟ୍ରାଏଲ୍ ରନ୍‌ ସଫଳ ପରେ ବିମାନବନ୍ଦରରେ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ମିଳିଥିଲା ପ୍ରତିଶ୍ରୁତି।

gdjgjgdjgdjcnb

ମାଲକାନଗିରି: ୨୦୨୩ ଜାନୁଆରି ୯ରେ ଆକାଶମାର୍ଗରେ ଯୋଡ଼ି ହୋଇଥିଲା ମାଲକାନଗିରି। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଥିଲେ ବିମାନବନ୍ଦର। ଟ୍ରାଏଲ୍ ରନ୍‌ ସଫଳ ପରେ ବିମାନବନ୍ଦରରେ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ମିଳିଥିଲା ପ୍ରତିଶ୍ରୁତି। ଇତି ମଧ୍ୟରେ ବିତିଗଲାଣି ଦେଢ଼ ବର୍ଷ। ହେଲେ ବିମାନ ଉଡ଼ିବା ତ ଦୂରର କଥା ଏଯାବତ୍‌ ଡିଜିସିଏ ଲାଇସେନ୍ସ ମିଳିପାରିନି। ଫଳରେ ବିମାନସେବାକୁ ନେଇ ଅନିଶ୍ଚିତିତା ଲାଗି ରହିଛି।

ମାଲକାନଗିରି ସହର ଉପକଣ୍ଠ କଟଲିଗୁଡ଼ାରେ ୨୩୪ ଏକର ଜମିରେ (୭୪ ଏକର ସରକାରୀ, ୩୩ ଏକର ଜଙ୍ଗଲ, ୧୨୬ ଏକର ବ୍ୟକ୍ତିଗତ) ନିର୍ମାଣ ହୋଇଛି ବିମାନବନ୍ଦର। ୫୫ ବିସ୍ଥାପିତ ପରିବାରଙ୍କୁ ପକ୍କା ଘର ଦିଆଯିବା ପରେ ୨୦୨୨ ନଭେମ୍ବର ୧ରେ ଆରମ୍ଭ ହୋଇଥିଲା ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ। ୭୦ କୋଟି ବ୍ୟୟ ଅଟ୍ଟକଳରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ମାତ୍ର ୧୪ ମାସ ମଧ୍ୟରେ ରନ୍‌ୱେ, ଟର୍ମିନାଲ୍, ଯାତ୍ରୀ ବିଶ୍ରାମାଗାର, ସୁରକ୍ଷା ପାଚେରୀ, ପ୍ରବେଶ ଓ ପ୍ରସ୍ଥାନ ପଥ, ଆପ୍ରୋଚ୍ ରୋଡ୍ କାର୍ଯ୍ୟ ଶେଷ ହୋଇଥିଲା। ଖର୍ଚ୍ଚ ହୋଇଥିଲା ଶହେରୁ ଊର୍ଦ୍ଧ୍ବ କୋଟି ଟଙ୍କା। ବିମାନ ବନ୍ଦରର ରନୱେ ଲମ୍ବ ୧୬୨୦ ମିଟର ଏବଂ ଓସାର ୩୦ ମିଟର। ଆବଶ୍ୟକସ୍ଥଳେ ରନ୍‌ୱେକୁ ୩ ହଜାର ମିଟର ବା ୩ କିମି ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇପାରିବ। ଜୟପୁର ବିମାନବନ୍ଦର ରନ୍‌ୱେ ଠାରୁ ଏହା ଅଧିକ ଲମ୍ବା। ଫଳରେ ଝାରସୁଗୁଡ଼ା, ରାଉରକେଲା ବିମାନବନ୍ଦର ଭଳି ଉଡ଼ାଣ ନେଇ ଆଶା ବାନ୍ଧିଥିଲେ ଜିଲ୍ଲାବାସୀ। ହେଲେ ଓଡ଼ିଶାରେ ସରକାର ବଦଳିବା ପରେ ବିମାନବନ୍ଦର କାର୍ଯ୍ୟକ୍ଷମକୁ ନେଇ ଆଶଙ୍କା ଲାଗି ରହିଛି।

ଲୋକାର୍ପଣର ଦେଢ଼ ବର୍ଷ ପରେ ବି ମିଳିନି ଲାଇସେନ୍ସ
ସୁରକ୍ଷା ବ୍ୟବସ୍ଥା ଢିଲା, ଦୁର୍ବୃତ୍ତ ଭାଙ୍ଗିଦେଲେଣି ଟର୍ମିନାଲ

ସୁରକ୍ଷା ଦାୟିତ୍ବରେ ଥିବା ଯବାନଙ୍କୁ ହଟାଇ ଦିଆଯିବା ପରେ ଦୁର୍ବୃତ୍ତ ବିମାନବନ୍ଦରରେ ପଶି ଟର୍ମିନାଲକୁ ଭାଙ୍ଗି ଦେବା ସହ ମୂଲ୍ୟବାନ ସାମଗ୍ରୀ ଚୋରି କରି ନେଲେଣି। ଚତୁର୍ପାର୍ଶ୍ବରେ ନିର୍ମାଣ ହୋଇଥିବା ପାଚେରୀ କିଛି ସ୍ଥାନରେ ଭୁଷୁଡ଼ି ଗଲାଣି। ବେସାମରିକ ବିମାନ ଚଳାଚଳ ବିଭାଗ ଅଧିକାରୀଙ୍କ କହିବା କଥା, ବିମାନ ଉଡ଼ାଣ ପାଇଁ ଡିଜିସିଏ ଅନୁମତି ମିଳିନି। ସ୍ବତନ୍ତ୍ର ଅଗ୍ନି ନିରାପତ୍ତା ଓ ଇଲେକ୍ଟ୍ରି ବ୍ୟବସ୍ଥା ମଧ୍ୟ ନାହିଁ। କିନ୍ତୁ ଅଣନିର୍ଧାରିତ ବିମାନ ଉଡ଼ାଣରେ କୌଣସି ଅସୁବିଧା ନାହିଁ। ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ କହିଛନ୍ତି, ବିମାନବନ୍ଦର ପରିଚାଳନା ଦାୟିତ୍ବ ଆମକୁ ହସ୍ତାନ୍ତର ହୋଇନି। ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ. ରବୀନ୍ଦ୍ର ବେହେରା କହିଛନ୍ତି, ସୁରକ୍ଷା ଲାଗି ୨ ରାତ୍ର ଜଗୁଆଳିଙ୍କୁ ନିୟୋଜିତ କରାଯାଇଛି। ଯାହା କିଛି ଭଙ୍ଗାରୁଜା ହୋଇଥିଲା ତାହାର ନିର୍ମାଣ କାର୍ଯ୍ୟ ସରିଛି। ପୁଲିସ ମୁତୟନ ଲାଗି ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe