Advertisment

ଓଡ଼ିଶାବାସୀଙ୍କୁ ଧନ୍ୟବାଦ: ମୋଦୀ

Advertisment

ଶୁଭେଚ୍ଛା ଜଣାଇଲେ ଶାହ, ନଡ୍ଡା

ଶୁଭେଚ୍ଛା ଜଣାଇଲେ ଶାହ, ନଡ୍ଡା

ଓଡ଼ିଶାବାସୀଙ୍କୁ ଧନ୍ୟବାଦ: ମୋଦୀ

IndiaToday

ଭୁବନେଶ୍ବର: ଓଡ଼ିଶାରେ ବିଧାନସଭା ନିର୍ବାଚନରେ ବିଜେଡି ବିଜୟ ହାସଲ କରିଛି। ଏହାସହ ଲୋକସଭାରେ ବିଜେପି ଏକପ୍ରକାର ଆସନ ପୋଛି ନେଇଛି। ରାଜ୍ୟର ନିର୍ବାଚନ ଫଳାଫଳକୁ ନେଇ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ। ସୁଶାସନ ଓ ଓଡ଼ିଶାର ସଂସ୍କୃତିକୁ ନେଇ ଉତ୍ସବ ପାଳନ କରିବାର ଏହା ହେଉଛି ଏକ ଦମଦାର ବିଜୟ। ଓଡ଼ିଶାର ଲୋକଙ୍କ ସ୍ବପ୍ନକୁ ପୂରଣ କରିବା ଓ ପ୍ରଗତିକୁ ନୂତନ ଉଚ୍ଚତାକୁ ନେବାରେ ବିଜେପି କୌଣସି ପ୍ରକାର ଅବହେଳା କରିବ ନାହିଁ। ଦଳର ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ସେହିପରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଓଡ଼ିଶା ବିଧାନସଭାରେ ବିଜେପିକୁ ସୁଯୋଗ ଦେଇଥିବାରୁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଶ୍ରୀ ଶାହ ‘ଏକ୍ସ’ରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ହାସଲ ହୋଇଥିବା ଏହି ବିଜୟ ‘ବିକଶିତ ଭାରତ, ବିକଶିତ ଓଡ଼ିଶା’ ସଂକଳ୍ପକୁ ସାକାର କରିବ। ରାଜ୍ୟବାସୀଙ୍କୁ ନିଶ୍ଚିତ କରୁଛି ଯେ ଓଡ଼ିଆ ଅସ୍ମିତା, ଓଡ଼ିଆ ଭାଷା, ସଂସ୍କୃତି ଓ ସାହିତ୍ୟକୁ ପ୍ରୋତ୍ସାହିତ କରି ବିଜେପି ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ଉତ୍ସର୍ଗୀକୃତ କାର୍ଯ୍ୟ କରିବ।

ଏହାସହ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ମଧ୍ୟ ଓଡ଼ିଶା ବିଧାନସଭାରେ ବିଜେପିର ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ନଡ୍ଡା କହିଛନ୍ତି ଯେ ବିଜେପି ଦଳ ପ୍ରତି ଓଡ଼ିଶାବାସୀ ଆସ୍ଥା ପ୍ରକଟ କରିଥିବାରୁ ସେମାନଙ୍କୁ ଅନ୍ତରରୁ ଧନ୍ୟବାଦ ଜଣାଉଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ବିଜେପିର କାର୍ଯ୍ୟକର୍ତ୍ତାଙ୍କ ନିରନ୍ତର ଉଦ୍ୟମ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିବଦ୍ଧତା ଓ ଦଳର ଆଦର୍ଶକୁ ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସୁନିଶ୍ଚିତ କରିଛନ୍ତି। କଠିନ ପରିଶ୍ରମ ଓ ନିଷ୍ଠା ଏହି ବିଜୟକୁ ସୁନିଶ୍ଚିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ଶ୍ରୀ ନଡ୍ଡା ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe