ସୁବର୍ଣ୍ଣପୁର ଓ ଖୋର୍ଦ୍ଧା ଜିଲ୍ଲାରେ ସଂରକ୍ଷଣ ମାମଲା: ହାଇକୋର୍ଟରେ ସରକାରଙ୍କ ଜବାବ ଦାଖଲ

ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

କଟକ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସୁବର୍ଣ୍ଣପୁର ଓ ଖୋର୍ଦ୍ଧା ଜିଲ୍ଲାରେ ଅନୁସୂଚିତ ଜନଜାତି (ଏସଟି) ବର୍ଗର ପ୍ରାର୍ଥୀଙ୍କ ପାଇଁ କୌଣସି ସରପଞ୍ଚ ପଦବି ସଂରକ୍ଷିତ ନ ରହିବା ପ୍ରସଂଗକୁ ବିରୋଧ କରି ଦାୟର ଦୁଇ ମାମଲାରେ ସରକାରଙ୍କ ପକ୍ଷରୁ ଜବାବ ଦାଖଲ କରାଯାଇଛି। ଦୁଇ ଜିଲ୍ଲାର ପଞ୍ଚାୟତ ଅଧିକାରୀ ଜବାବ ଦାଖଲ କରି ଦର୍ଶାଇଛନ୍ତି ଯେ ଆଇନ ଅନୁସାରେ ଅନ୍ୟ କେତେକ ଜିଲ୍ଲାରେ ଏସଟି ବର୍ଗର ପ୍ରାର୍ଥୀଙ୍କୁ ସରପଞ୍ଚ ପଦବି ପାଇଁ ସଂରକ୍ଷଣ ପ୍ରଦାନ କରାଯାଇଛି। ଏହି ଦୁଇ ଜିଲ୍ଲାରେ ମଧ୍ୟ ନିୟମ ଅନୁସାରେ ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ ପ୍ରସଂଗରେ ପଦକ୍ଷେପ ନିଆଯାଇଛି। କୌଣସି ଅନିୟମିତତା‌ ହୋଇ ନାହିଁ। ଆବେଦନକାରୀଙ୍କ ଆଭିଯୋଗ ଗ୍ରହଣୀୟ ନୁହେଁ ବୋଲି ଜବାବରେ ଦର୍ଶାଯାଇଛି। ଏହି ଜବାବ ଉପରେ ପକ୍ଷ ରଖିବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରି ୧୭କୁ ଧାର୍ଯ୍ୟ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୩ଟି ଜିଲ୍ଲାରେ କୌଣସି ସରପଞ୍ଚ ପଦବି ଏସଟି ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରଖାଯାଇ ନାହିଁ। ସୁବର୍ଣ୍ଣପୁର ଜିଲ୍ଲାରେ ୧୦୯ଟି ସରପଞ୍ଚ ପଦବି ରହିଛି। କିନ୍ତୁ ଗୋଟିଏ ବି ଏସଟି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରଖିବା ପାଇଁ ବ୍ୟବସ୍ଥା କରାଯାଇ ନାହିଁ। ଏଭଳି ପ୍ରସଂଗକୁ ନେଇ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ ହୋଇଥିବା ଅଭିଯୋଗ ବିଚାରକୁ ନିଆଯାଇ ନାହିଁ। ଏହା ସମ୍ବିଧାନରେ ଥିବା ବ୍ୟବସ୍ଥା ସହିତ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଉଲ୍ଲଂଘନ କରୁଛି ବୋଲି ଦର୍ଶାଇ ବଳଭଦ୍ର କୁଅଁର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେହିଭଳି ଭାବେ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ସମାନ ଅବସ୍ଥା ରହିଛି। ୧୯୦ଟି ସରପଞ୍ଚ ପଦରୁ ଗୋଟିଏ ବି ଏସଟି ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରଖା ଯାଇ ନାହିଁ। ଖୋର୍ଦ୍ଧା‌ରେ ସମ୍ବିଧାନରେ ଥିବା ବ୍ୟବସ୍ଥା ସହିତ ସଂରକ୍ଷଣ ଆଇନ ଉଲ୍ଲଂଘନ ଅଭିଯୋଗ କରି ଟୁକୁ ମାଝୀ ଓ ଅନ୍ୟ ଚାରିଜଣ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁକାନ୍ତ କୁମାର ଦଳାଇ ଓ ନିରଂଜନ ହୋତା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe