ଚାଷୀ ପଞ୍ଜିକରଣରେ ଦଲାଲଙ୍କୁ ରୋକିବାକୁ ସରକାର୍ ଇ-କେୱାଇସି ବ୍ୟବସ୍ଥା କରିଛନ୍ତି: ଯୋଗାଣ ମନ୍ତ୍ରୀ

ଚାଷୀ ପଞ୍ଜିକରଣକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ଦଲାଲମାନଙ୍କୁ ରୋକିବାକୁ ସରକାର୍ ଇ-କେୱାଇସି ବ୍ୟବସ୍ଥା କରିଛନ୍ତି। ଚାଷୀଙ୍କ ପାଇଁ ବ୍ୟବସ୍ଥା ଆଉଟିକେ ସରଳୀକରଣ ହୋଇଛି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି....

Government has introduced e-KYC to prevent middlemen in farmer registration: Supplies Minister

Government has introduced e-KYC to prevent middlemen in farmer registration: Supplies Minister Photograph: (sambad.in)

ଭୁବନେଶ୍ବର: ଚାଷୀ ପଞ୍ଜିକରଣକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇଛନ୍ତି।  ଦଲାଲମାନଙ୍କୁ ରୋକିବାକୁ ସରକାର୍ ଇ-କେୱାଇସି ବ୍ୟବସ୍ଥା କରିଛନ୍ତି। ଚାଷୀଙ୍କ ପାଇଁ ବ୍ୟବସ୍ଥା ଆଉଟିକେ ସରଳୀକରଣ ହୋଇଛି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି। ସେଲ୍ଫ ଡିକ୍ଲାରେସନ ଫର୍ମ ଗୋଟେ ଦେବାକୁ ହେବ ସେଥିପାଇଁ । ଗତକାଲିଠୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି।

କାହାକୁ ହଇରାଣ କରିବା ଉଦ୍ଦେଶ୍ୟ ନାହିଁ। ଯେଉଁଠି ଅଭିଯୋଗ ଆସିବ ଯେ, ଫର୍ମ ଗ୍ରହଣ ହେଉନି ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଭାଗ ଚାଷୀ ମଧ୍ୟ ମାଲିକଠୁ ଲେଖା ଆଣିବେ। ତାହେଲେ ତାଙ୍କର ମଧ୍ୟ ପଞ୍ଜିକରଣ ହୋଇପାରିବ।

ପ୍ରକୃତ ଚାଷୀକୁ ଚିହ୍ନିବା ଏବଂ ଦଲାଲଙ୍କୁ ରୋକିବାକୁ ଏହି ପଦକ୍ଷେପ। ଚାଷୀଙ୍କ ସଂଖ୍ୟା କମାଇବା ଏକ ଭୁଲ୍ ଧାରଣା ରାଜନୈତିକ ଉଦ୍ଦେଶ୍ୟ ରଖି ବିରୋଧୀ ଅଭିଯୋଗ କରୁଛନ୍ତି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।

ଅପରପକ୍ଷରେ ବିଜେଡି ପକ୍ଷରୁ ପ୍ରସନ୍ନ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି, ସରକାର ଧାନପଞ୍ଜିକରଣ ପଦ୍ଧତିକୁ ଜଟିଳ କରିଛନ୍ତି। ଜଟିଳ ପଦ୍ଧତିରେ ଚାଷୀ ଧାନ ପଞ୍ଚିକରଣ କରିବା ସମ୍ଭବ ନୁହେଁ। ବହୁ ଚାଷୀ ପଞ୍ଜିକରଣ କରି ପାରିବେ ନାହିଁ।

ତେଣୁ ସରକାରଙ୍କୁ କିପରି ଧାନ ବିକ୍ରୀ କରିବେ। ସରକାର ଘୋଷଣା କଲେ ୮୦୦ ଟଙ୍କା ଇନପୁଟ୍ ସବସିଡି ଦେବେ। ସରକାର ଅପ୍ରତ୍ୟକ୍ଷ ଭାବେ ଚେଷ୍ଠା କରୁଛନ୍ତି ଯେତେ କମ୍ ଚାଷୀ ପଞ୍ଚିକରଣ କରିବେ ୮୦୦  ଟଙ୍କା ବୋନସ ଦେବାକୁ ପଡ଼ିବନି।

ସେଥିରୁ ରକ୍ଷା ପାଇବେ ସରକାର। ଲକ୍ଷ ଲକ୍ଷ ଚାଷୀ ପଞ୍ଚିକରଣରୁ ବଞ୍ଚିତ ହେବେ। ଧାନ ବିକ୍ରୀ କରିପାରିବେ ନାହିଁ । ଯଦି ବିକ୍ରୀ କରିବେ ବହୁତ କମ୍ ଦାମରେ ବିକ୍ରୀ କରିବେ। ଚାଷୀ ହଇରାଣ ହେବ, ବେପାରୀ ଲାଭରେ ରହିବେ। 

 krushna chandra patra

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe