ପଞ୍ଚାୟତ ସଶକ୍ତିକରଣ କରିବାରେ ସରକାରଙ୍କ ଆନ୍ତରିକତା ନାହିଁ: କଂଗ୍ରେସ

Advertisment

ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଏକ ପ୍ରହସନ

ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଏକ ପ୍ରହସନ

ଗୃହ ବିଭାଗରୁ ଇସ୍ତଫା ଦିଅନ୍ତୁ ମୁଖ୍ୟମନ୍ତ୍ରୀ: କଂଗ୍ରେସ

The Samikhsya

ଭୁବନେଶ୍ୱର : ତୃଣମୂଳ ସ୍ତରରେ ପଞ୍ଚାୟତ ଓ ସ୍ବାୟତ୍ତ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଓଡ଼ିଶା ସରକାରଙ୍କ ଆନ୍ତରିକତା ନାହିଁ। ସମ୍ବିଧାନର ୭୩ ତମ ଓ ୭୪ ତମ ସଂଶୋଧନ ଅନୁଯାୟୀ ରାଜ୍ୟରେ ପଞ୍ଚାୟତି ରାଜ ବ୍ୟବସ୍ଥା ସଶକ୍ତ ହୋଇପାରିନାହିଁ। ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପୂଣ୍ୟ ଜୟନ୍ତୀ ଅବସରରେ ସ୍ଥାନୀୟ କଂଗ୍ରେସ ଭବନରେ ଅନୁଷ୍ଠିତ ଏକ ଆଲୋଚନା ଚକ୍ରରେ ଦଳୀୟ ନେତାମାନେ ଏପରି ଅଭିଯୋଗ କରିଛନ୍ତି। ଏହା ସହିତ କୋଭିଡ୍‌ ପରିଚାଳନା ପାଇଁ ସରପଞ୍ଚମାନଙ୍କ ଯେପରି ଜିଲ୍ଲାପାଳ କ୍ଷମତା ପ୍ରଦାନ କରାଯାଇଛି ତାହା କେବଳ ପ୍ରହସନ ବୋଲି ଦଳୀୟ ନେତା ସମାଲୋଚନା କରିଛନ୍ତି।

ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଥିଲେ ରାଜ୍ୟରେ ପଞ୍ଚାୟତ ବ୍ୟବସ୍ଥାକୁ ସରକାର ଏପରି କରିଛନ୍ତି, ଯେଉଁଥିରେ ସରପଞ୍ଚ ସମେତ ଅନ୍ୟ ପ୍ରତିନିଧିମାନେ କେବଳ ଅଫିସରମାନଙ୍କ ଅଧସ୍ତନ କର୍ମଚାରୀ ଭାବେ ରହିବେ। ସମ୍ବିଧାନ ଅନୁଯାୟୀ ସେମାନଙ୍କର କ୍ଷମତା ପ୍ରୟୋଗ କରିବାର ସୁଯୋଗକୁ ସଂକୁଚିତ କରାଯାଉଛି। ଫଳରେ ରାଜ୍ୟରେ ଏହି ଅନୁଷ୍ଠାନଗୁଡ଼ିକ ସଶକ୍ତ ହେବା ପରିବର୍ତ୍ତେ ଦୁର୍ବଳ ହୋଇଚାଲିଛି। କରୋନା ମହାମାରୀ ପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଗଲା ସତ, କିନ୍ତୁ ବ୍ଲକ୍‌ ବିଡିଓମାନେ ଦସ୍ତଖତ ନ ଦେଲେ ସରପଞ୍ଚ କୌଣସି ଅର୍ଥ ଖର୍ଚ୍ଚ କରିପାରୁନାହାନ୍ତି। ଏ ନେଇ ଗତ ଫେବ୍ରୁଆରିରେ ପଞ୍ଚାୟତିରାଜ ବିଭାଗ ପ୍ରମୁଖ ଶାସନ ସଚିବ ଏକ ସର୍କୁଲାର୍‌ ଜାରି କରିଥିଲେ। ଦୀର୍ଘ ଦିନ ଧରି ପଲ୍ଲୀସଭା ଓ ଗ୍ରାମସଭା ଆୟୋଜନ ହେଉନାହିଁ। ୨୯ଟି ବିଷୟରେ ପଞ୍ଚାୟତକୁ କ୍ଷମତା ଓ ସହରାଞ୍ଚଳରେ ସ୍ବାୟତ୍ତଶାସନ ବ୍ୟବସ୍ଥାରେ ୧୮ଟି ବିଷୟ ଆଜି ବି କାଗଜ କଲମରେ ସୀମିତ ରହିଛି ବୋଲି ଶ୍ରୀ କାନୁନଗୋ ଅଭିଯୋଗ କରିଥିଲେ।

ଏହି ଅବସରରେ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ପକ୍ଷରୁ 'ସମ୍ବିଧାନ ଓ ଗ୍ରାମ ସ୍ବରାଜ' ଶୀର୍ଷକ ଏକ ଜାତୀୟ ଆଲୋଚନା ଚକ୍ର ଓ୍ବେବିନାର୍‌ ମାଧ୍ୟମରେ ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଏଆଇସିସି ଜାତୀୟ ପ୍ରଶିକ୍ଷଣ ସଂଯୋଜକ ସଚିନ୍‌ ରାଓ, ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ଜାତୀୟ ଅଧ୍ୟକ୍ଷା ସୁଶ୍ରୀ ମୀନାକ୍ଷୀ ନଟରାଜନ୍‌, ଉପାଧ୍ୟକ୍ଷ ହର୍ଷ ବର୍ଦ୍ଧନ, ରାଜ୍ୟ ଅଧ୍ୟକ୍ଷ ସୁଦର୍ଶନ ଦାସ, ପିସିସି ପ୍ରଶିକ୍ଷଣ ସଂଯୋଜକ ଶୁଭେନ୍ଦୁ ମହାନ୍ତି, ବିଜୟ ପ୍ରଧାନ, ନିରଦବରଣ ଖୁଣ୍ଟିଆ, ବିସ୍ମୟ ମହାପାତ୍ର ପ୍ରମୁଖ ଏହି ଆଲୋଚନାରେ ଭାଗ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe