୨୯ରେ ସରକାରୀ ଛୁଟି

ଚଳିତ ବର୍ଷ ଅଗଷ୍ଟ ୨୮ ତାରିଖରେ ନୂଆଁଖାଇ ଛୁଟି ରହିଛି। ନୂଆଁଖାଇ ପରଦିନ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତ ବର୍ଷ ନୂଆଁଖାଇର ପରଦିନ ଅର୍ଥାତ ଅଗଷ୍ଟ ୨୯ ତାରିଖ (ଶୁକ୍ରବାର)କୁ ସମସ୍ତ ସରକାରୀ କାର୍ଯ୍ୟାଳୟ....

lokaseba bhawan

Photograph: (Indus Valley Times)

ଭୁବନେଶ୍ବର: ଚଳିତ ବର୍ଷ ଅଗଷ୍ଟ ୨୮ ତାରିଖରେ ନୂଆଁଖାଇ ଛୁଟି ରହିଛି। ନୂଆଁଖାଇ ପରଦିନ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତ ବର୍ଷ ନୂଆଁଖାଇର ପରଦିନ ଅର୍ଥାତ ଅଗଷ୍ଟ ୨୯ ତାରିଖ (ଶୁକ୍ରବାର)କୁ ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ମାଜିଷ୍ଟ୍ରେରିଆଲ୍‌ କୋର୍ଟ (କାର୍ଯ୍ୟନିର୍ବାହୀ) ପାଇଁ ଛୁଟି ଘୋଷଣା କରିଛନ୍ତି। ଏହା ପରିବର୍ତ୍ତେ ସେପ୍ଟେମ୍ବର ୧୩ ତାରିଖ ଦ୍ୱିତୀୟ ଶନିବାରକୁ କାର୍ଯ୍ୟଦିବସ ଭାବେ ଘୋଷଣା କରାଯାଇଛି। ଅନ୍ୟପକ୍ଷରେ ୨୯ ତାରିଖ ଦିନ ସମସ୍ତ ସ୍କୁଲ୍‌, କଲେଜ ଓ ବିଶ୍ବବିଦ୍ୟାଳୟ ମଧ୍ୟ ବନ୍ଦ ରହିବ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe