ଓଡ଼ିଶା ସ୍ପେଶାଲ୍ ଷ୍ଟ୍ରାଇକ୍ ଫୋର୍ସର କର୍ମଚାରୀଙ୍କ ଦରମା ବୃଦ୍ଧି କଲେ ସରକାର

Advertisment

ଓଡ଼ିଶା ସରକାର ଗୁରୁବାର ଦିନ ଓଡ଼ିଶା ସ୍ପେଶାଲ୍ ଷ୍ଟ୍ରାଇକ୍ ଫୋର୍ସ (ଓଏସଏସଏଫ) କର୍ମଚାରୀଙ୍କ ଦରମା ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ଘୋଷଣା କରିଛନ୍ତି...

ଓଡ଼ିଶା ସରକାର ଗୁରୁବାର ଦିନ ଓଡ଼ିଶା ସ୍ପେଶାଲ୍ ଷ୍ଟ୍ରାଇକ୍ ଫୋର୍ସ (ଓଏସଏସଏଫ) କର୍ମଚାରୀଙ୍କ ଦରମା ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ଘୋଷଣା କରିଛନ୍ତି...

Government increases salaries of Odisha Special Strike Force personnel

Government increases salaries of Odisha Special Strike Force personnel Photograph: (sambad.in)

ଭୁବନେଶ୍ୱର: ଓଡ଼ିଶା ସରକାର ଗୁରୁବାର ଦିନ ଓଡ଼ିଶା ସ୍ପେଶାଲ୍ ଷ୍ଟ୍ରାଇକ୍ ଫୋର୍ସ (ଓଏସଏସଏଫ) କର୍ମଚାରୀଙ୍କ ଦରମା ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ଘୋଷଣା କରିଛନ୍ତି।

ରିପୋର୍ଟ ଅନୁଯାୟୀ, ଓଡ଼ିଶା ସ୍ପେଶାଲ୍ ଷ୍ଟ୍ରାଇକ୍ ଫୋର୍ସର କର୍ମଚାରୀଙ୍କ ଦରମା ବୃଦ୍ଧି କରାଯାଇଛି। ରାଜ୍ୟ ସରକାର ମାସିକ ଦରମାରେ ବୃଦ୍ଧି କରିଛନ୍ତି।

ରିପୋର୍ଟ ଅନୁଯାୟୀ, ସିପାହୀ (ଜିଡି)ଙ୍କ ମାସିକ ଦରମା ୩୦ ହଜାର ଟଙ୍କାରୁ ୪୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଲାନ୍ସ ନାୟକ/ନାଇକ/ହାବିଲଦାର (ଜିଡି)ଙ୍କ ଦରମା ୩୨ ହଜାର ଟଙ୍କାରୁ ୫୦ ହଜାର ଟଙ୍କ ହୋଇଛି।

ସେହିପରି ଜୁନିଅର କମିସନଡ୍ ଅଫିସର (ଜିଡି)ଙ୍କ ଦରମା ୪୦ ହଜାର ଟଙ୍କାରୁ ୫୫ ହଜାର ଟଙ୍କା, ଜୁନିଅର କମିସନଡ୍ ଅଫିସର (ପ୍ରଶିକ୍ଷକ)ଙ୍କ ଦରମା ୪୦ ହଜାର ଟଙ୍କାରୁ ୫୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

ଅଧିକ ପଢ଼ନ୍ତୁ: ଆମ୍ବ ଗୋଟାଇବା ହେଲା କାଳ: ହାତୀ ଆକ୍ରମଣରେ ବୃଦ୍ଧ ମୃତ

ସେହିପରି ଡିଙ୍ଗି ଡ୍ରାଇଭର/ନାବିକ ମେକାନିକ୍ସ/ନାବିକଙ୍କ ମାସିକ ଦରମା  ୩୦ ହଜାର ଟଙ୍କାରୁ ୪୫ ହଜାର ଟଙ୍କା, ଇଞ୍ଜିନ ଡ୍ରାଇଭର/ଇଞ୍ଜିନିୟରଙ୍କ ୩୨ ହଜାର ଟଙ୍କାରୁ ୫୦ ହଜାର ଟଙ୍କା ଏବଂ ମାଷ୍ଟରଙ୍କ ଦରମା ୪୦ ହଜାର ଟଙ୍କାରୁ ୫୫ ହଜାର ଟଙ୍କାକୁ ବୃଦ୍ଧି ପାଇଛି।

ଅଧିକ ପଢ଼ନ୍ତୁ: ଓଡ଼ିଶା ଟ୍ରାଫିକ୍ ବିଭାଗରେ ୨୦୦୦ ନୂତନ ପଦବୀ ସୃଷ୍ଟି

CM Mohan Charan Majhi | Odisha Special Strike Force | OSSF 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe