government is afraid of the Assembly: Pratap Deba Photograph: (sambad.in)
ଭୁବନେଶ୍ବର:ବର୍ତ୍ତମାନ ସୁଦ୍ଧା ବିଧାନସଭା ନୋଟିସ ଆସି ସାରିବା କଥା। ଅଗଷ୍ଟରେ ବିଧାନସଭା ଆରମ୍ଭ ହେବା କଥା। ହେଲେ ଏଯାଏଁ କିଛି ହେଲା ନାହିଁ। ତେଣୁ ଏଥିରୁ ଜଣା ପଡୁଛି ସରକାର ବିଧାନସଭାକୁ ଡରୁଛନ୍ତି। ତେଣୁ ସେ ବିଧାନସଭା ଡାକୁ ନାହାନ୍ତି ବୋଲି ବିରୋଧୀ ଦଳ ଉପନେତା ପ୍ରତାପ କେଶରୀ ଦେବ ଶାସକ ଦଳ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି।
ସରକାର ଯେତିକି ଡେରି କରିବେ ସେତିକି ବ୍ୟାକଫୁଟକୁ ଯିବେ। ରାଜ୍ୟରେ ମହିଳା ସୁରକ୍ଷିତ ନୁହଁନ୍ତି। ପ୍ରତିଦିନ ଆଇନ ଶୃଙ୍ଖଳାକୁ ନେଇ ଅନେକ ପ୍ରସଙ୍ଗ ଆସୁଛି।ତାକୁ ଡରି ସରକାର ବିଧାନସଭା ଡାକୁ ନାହାନ୍ତି ବୋଲି ସେ କହିଛନ୍ତି।
ସେହିପରି ମେଟ୍ରୋ ପ୍ରକଳ୍ପ ନେଇ ସେ କହିଛନ୍ତି, ଓଡ଼ିଶା ସରକାର ଭୁବନେଶ୍ୱର ମେଟ୍ରୋ ଚୁକ୍ତିନାମା ବାତିଲ କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ। ଓଡ଼ିଶାର ପୂର୍ବ ସରକାରଙ୍କ ଦ୍ୱାରା ମଞ୍ଜୁର ହୋଇଥିବା ମେଟ୍ରୋ ପ୍ରକଳ୍ପକୁ ଏବେକାର ସରକାର ବାତିଲ କରିଛନ୍ତି। ଭୁବନେଶ୍ୱର ଏକ ବିସ୍ତାରଶୀଳ ସ୍ମାର୍ଟ ସିଟି। ପୂର୍ବ ଅଞ୍ଚଳର ଶିକ୍ଷା କେନ୍ଦ୍ର ହୋଇପାରୁଛି। ଆକାରରେ ବୃଦ୍ଧି ପାଇଛି ଏବଂ ଅନେକ ସଫ୍ଟୱେର୍ କମ୍ପାନିକୁ ଆକର୍ଷିତ କରିଛି। ଏହାର ବିକାଶ ପାଇଁ ସଂଯୋଗୀକରଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ତେଣୁ ମେଟ୍ରୋ ଜରୁରୀ ହୋଇପଡୁଛି।
ଆମେ ଆମ ବଜେଟରୁ ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଇଥିଲୁ ଏବଂ ଏହା ୨୦୨୭-୨୮ ସୁଦ୍ଧା ସମାପ୍ତ ହୋଇପାରିଥାନ୍ତା। ଯାତ୍ରୀମାନେ ଉପକୃତ ହୋଇଥାନ୍ତେ ଏବଂ ସହରର ସବୁଜ ବେଲ୍ଟ ପରିଚାଳନାାଧୀନ ହୋଇପାରିଥାନ୍ତା.।. ଏବେ ଏହାକୁ ବାତିଲ କରି ପୁନଃଆରମ୍ଭ କରିବାର ଅର୍ଥ ହେଉଛି ପ୍ରକଳ୍ପ ୨୦୩୦-୩୨ପୂର୍ବରୁ ସମାପ୍ତ ହେଉନାହିଁ।.. ଏହା ପ୍ରମାଣିତ କରେ ଯେ, ରାଜ୍ୟ ସରକାର ରାଜ୍ୟକୁ ପଛକୁ ନେଉଛନ୍ତି। ଆମେ ଏହି ମନୋଭାବକୁ ନିନ୍ଦା କରୁଛୁ, ଏହି ପ୍ରକଳ୍ପ ନିର୍ମାଣ କରିବାକୁ ଆମକୁ ୨ରୁ ଅଢ଼େଇ ବର୍ଷ ଲାଗିଲା.। ବିଜେପି ସରକାର ସହର ଏବଂ ରାଜ୍ୟବାସୀଙ୍କ ସହିତ ବିଶ୍ୱାସଘାତକତା କରିଛନ୍ତି।. ସରକାର ଏବେ ବି ଅନ୍ଧାରରେ ଅଛନ୍ତି। ସେମାନଙ୍କୁ ବହୁତ କାର୍ଯ୍ୟ କରିବାକୁ ପଡିବ ବୋଲି ସେ କହିଛନ୍ତି।
Pratap Keshari Deb
Follow Us