ସରକାର-ଗଣମାଧ୍ୟମ ଆଲୋଚନା: ‘ସୁଭଦ୍ରା ଭଉଣୀ ହେବେ ସଫଳ ଉଦ୍ୟୋଗୀ’

Advertisment

ସୁଭଦ୍ରା ଯୋଜନାରେ ଏସ୍‌ଓପି ତଥା ଗାଇଡଲାଇନକୁ ଘରେ ଘରେ ପହଞ୍ଚାଇବା ସହ ଜନସଚେତନତା ସୃଷ୍ଟି କରିବାରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଭିନ୍ନ ଦକ୍ଷତା ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ସୁଭଦ୍ରା ଯୋଜନାକୁ ଆହୁରି ସମୃଦ୍ଧ କରାଯିବ।

ସୁଭଦ୍ରା ଯୋଜନାରେ ଏସ୍‌ଓପି ତଥା ଗାଇଡଲାଇନକୁ ଘରେ ଘରେ ପହଞ୍ଚାଇବା ସହ ଜନସଚେତନତା ସୃଷ୍ଟି କରିବାରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଭିନ୍ନ ଦକ୍ଷତା ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ସୁଭଦ୍ରା ଯୋଜନାକୁ ଆହୁରି ସମୃଦ୍ଧ କରାଯିବ।

ssdxcxcf

ଭୁବନେଶ୍ୱର: ସୁଭଦ୍ରା ଯୋଜନାରେ ଏସ୍‌ଓପି ତଥା ଗାଇଡଲାଇନକୁ ଘରେ ଘରେ ପହଞ୍ଚାଇବା ସହ ଜନସଚେତନତା ସୃଷ୍ଟି କରିବାରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଭିନ୍ନ ଦକ୍ଷତା ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ସୁଭଦ୍ରା ଯୋଜନାକୁ ଆହୁରି ସମୃଦ୍ଧ କରାଯିବ। ମହିଳା ଓ ଶିଶୁ ବିକାଶ ଆନୁକୂଲ୍ୟରେ ସ୍ୱସ୍ତି ପ୍ରିମିୟମରେ ଆୟୋଜିତ ‘ଗଣମାଧ୍ୟମ ସହ କଥାବାର୍ତ୍ତା’ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ମତ ପ୍ରକାଶ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।  ଆଗାମୀ ଦିନରେ ମହିଳାମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ ବୋଲି ସେ ମତ ଦେଇଥିଲେ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ମହିଳାମାନେ ୟୁଟ୍ୟୁବ ମାଧ୍ୟମରେ ରୋଜଗାର କରୁଛନ୍ତି। ତେଣୁ ସେ ଦିଗରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇ ପ୍ରଶିକ୍ଷଣ ଦିଆଯିବ ବୋଲି ସେ କହିଥିଲେ।

ଶ୍ରୀମତୀ ପରିଡ଼ା କହିଥିଲେ, ସୁଭଦ୍ରା ଯୋଜନାରେ କିଛି ମହିଳା ପ୍ରଥମ କିସ୍ତି ପାଇଥିଲେ। କିନ୍ତୁ ଆୟକର ଅଥବା ଅନ୍ୟାନ୍ୟ କାରଣ ପାଇଁ ସେମାନଙ୍କୁ ଦ୍ୱିତୀୟ କିସ୍ତି ମିଳିନାହିଁ।  କିଛି ଗରିବ ମହିଳାଙ୍କ ନାଁରେ ଜମି ନଥାଇ ମଧ୍ୟ ୫ ଏକର ପର୍ଯ୍ୟନ୍ତ ଜମି ଥିବା ଦର୍ଶାଉଛି। ଆଗାମୀ ଦିନରେ ସଂଶୋଧନ କରି ସେମାନଙ୍କ ପାଖରେ ଟଙ୍କା ପହଞ୍ଚିବା ବ୍ୟବସ୍ଥା କରାଯାଉଛି। ଅନେକ ମହିଳା ଏହି ଟଙ୍କାକୁ ସୁବିନିଯୋଗ କରିଛନ୍ତି। ସେସବୁ ସଫଳତାର କାହାଣୀ କହିବେ ସରକାର । ଏଥିପାଇଁ ଏକ କଫି ଟେବୁଲ ବୁକ ପ୍ରକାଶିତ ହେବ, ଯେଉଁଥିରେ ଶହେ ଭଉଣୀଙ୍କ କାହାଣୀକୁ ଦର୍ଶାଯିବ ବୋଲି ସେ କହିଥିଲେ। ଖୁବ କମ୍‌ ଦିନରେ ସୁଭଦ୍ରା ଯୋଜନାରେ ଏକ କୋଟିରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ଯୋଡ଼ିଥିବାରୁ ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀବୃନ୍ଦ ସମେତ ତୃଣମୂଳ ସ୍ତରରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ, ମୋ ସେବା କେନ୍ଦ୍ର, ଜନସେବା କେନ୍ଦ୍ର କର୍ମକର୍ତ୍ତାଙ୍କୁ ସେ ଧନ୍ୟବାଦ ଦେଇଥିଲେ। ଶ୍ରୀମତୀ ପରିଡ଼ା କହିଥିଲେ, ସୁଭଦ୍ରାକୁ ଅଣ୍ଟା ସଳଖି ଠିଆ ହେବା ପାଇଁ ଯେଉଁ ସବୁ ପ୍ରସ୍ତାବ ଆଜି ଆସିଛି, ତାହା କାର୍ଯ୍ୟକରୀ କରିବୁ। ପ୍ରଥମେ ଆମେ ଯେ‌ବେ ସୁଭଦ୍ରା ଯୋଜନାରେ ଟଙ୍କା ଦେଲୁ, ‌ସେବେ ଦେବୁ ବୋଲି କହିଥିଲୁ, କିନ୍ତୁ କ’ଣ କରିବେ ‌କହି ନଥିଲୁ। ଦ୍ବିତୀୟ କିସ୍ତିରେ ଟଙ୍କା ଦେବାବେଳେ ମହିଳାମାନେ ୫ହଜାର ଟଙ୍କାରେ ବି କିଛି କରିପାରିବେ ବୋଲି ଅନୁଭବ ଦେଇଥିଲେ। ସେ ଅନୁଭବ ଆଧାରରେ ଯେବେ ତୃତୀୟ କିସ୍ତି ଦେବୁ, ତାଙ୍କୁ ସ୍କିଲ୍‌ଡ ମଡୁଲ୍‌, ଟ୍ରେନିଂ, ମାର୍କେଟିଂ ଆଦିର ସୁବିଧା ଦେବୁ। ବ୍ୟାଙ୍କରୁ ଋଣ ନେଇ ବି ଛୋଟ ଛୋଟ ବ୍ୟବସାୟ କରିପାରିବାରେ ବାଟ ଦେଖାଇବୁ। କେଉଁ ମଡେଲ୍‌ରେ ଆମେ ସୁଭଦ୍ରାଙ୍କୁ ସକ୍ଷମ କରିବୁ ତାର ଏସ୍‌ଓପି ଆଣିବୁ।

ଅନ୍ୟତମ ଅତିଥି ଭାବେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇ ସୁଭଦ୍ରା ଯୋଜନା ରାଜ୍ୟର ବିକାଶ ପାଇଁ ଏକ ଗେମ୍‌ ଚେଞ୍ଜର ହେବ ବୋଲି କହିଥିଲେ। ଯେଉଁ ଯୋଜନା ମହିଳାମାନଙ୍କ ମୁହଁରେ ହସ ଫୁଟାଇ ପାରୁଛି ତାହା ହିଁ ସଫଳ ଯୋଜନା ବୋଲି କହିଥିଲେ। ଅତିଥି ଭାବେ ‘ସମ୍ୱାଦ’ ଓ ‘କନକ ନ୍ୟୁଜ’ର ସମ୍ପାଦକ ତନୟା ପଟ୍ଟନାୟକ ଯୋଗଦେଇ କହିଥିଲେ, ଏହି ଯୋଜନାରେ ଏତେ ସଂଖ୍ୟାରେ ମହିଳା ଯୋଡ଼ି ହୋଇପାରିବା ଏହାର ସଫଳତାକୁ ଦର୍ଶାଉଛି। ଏବେ ମହିଳାଙ୍କ ବିରୋଧରେ ଯେଉଁ ହିଂସା ଓ ଅପରାଧ ହେଉଛି, ତାହା ଅତ୍ୟନ୍ତ ଚିନ୍ତାଜନକ ବିଷୟ। ଏହି ଘଟଣାଗୁଡ଼ିକ ଗଣମାଧ୍ୟମ ବିସ୍ତୃତ ଭାବରେ ରିପୋର୍ଟିଂ କରୁଛନ୍ତି। ସରକାର ଏହାକୁ ଗୁରୁତ୍ୱର ସହ ନେଇ କାର୍ଯ୍ୟ କଲେ ଆମେ ମିଳିତ ଭାବେ ମହିଳାଙ୍କ ବିକାଶ କରିପାରିବା ବୋଲି ସେ ମତ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଉନ୍ନୟନ କମିସନର୍‌ ଅନୁ ଗର୍ଗ  ସୁଭଦ୍ରା ସହ ଜଡ଼ିତ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। କାର୍ଯ୍ୟକ୍ରମରେ ମହିଳା ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ଓ ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ସଂସ୍ଥାର ସମ୍ପାଦକ, ସାମ୍ବାଦିକମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe