ସରକାରୀ ଅର୍ଥ ହଡ଼ପ ମାମଲା: ଫରେଷ୍ଟର୍‌ ଓ ଗାଁସାଥୀ ଗିରଫ

Advertisment

ସରକାରୀ ଅନୁଦାନ ହଡ଼ପ ମାମଲାରେ ଗିରଫ ହୋଇଛନ୍ତି କୁନ୍ଦୁରା ରେଞ୍ଜ୍‌ ଅନ୍ତର୍ଗତ ବାଗଦେରୀ ସେକ୍ସନ ଫରେଷ୍ଟର ରମେଶ ଚନ୍ଦ୍ର ଭତରା ଓ ଗାଁସାଥୀ ମହେନ୍ଦ୍ର ଖରା। ସରକାରୀ ତହବିଲରୁ ୧୦ଲକ୍ଷ ୬୦ହଜାର ୧୫୦ଟଙ୍କା ହଡ଼ପ

ସରକାରୀ ଅନୁଦାନ ହଡ଼ପ ମାମଲାରେ ଗିରଫ ହୋଇଛନ୍ତି କୁନ୍ଦୁରା ରେଞ୍ଜ୍‌ ଅନ୍ତର୍ଗତ ବାଗଦେରୀ ସେକ୍ସନ ଫରେଷ୍ଟର ରମେଶ ଚନ୍ଦ୍ର ଭତରା ଓ ଗାଁସାଥୀ ମହେନ୍ଦ୍ର ଖରା। ସରକାରୀ ତହବିଲରୁ ୧୦ଲକ୍ଷ ୬୦ହଜାର ୧୫୦ଟଙ୍କା ହଡ଼ପ

ffhffhfhffhfhhf

କୋରାପୁଟ: ସରକାରୀ ଅନୁଦାନ ହଡ଼ପ ମାମଲାରେ ଗିରଫ ହୋଇଛନ୍ତି କୁନ୍ଦୁରା ରେଞ୍ଜ୍‌ ଅନ୍ତର୍ଗତ ବାଗଦେରୀ ସେକ୍ସନ ଫରେଷ୍ଟର ରମେଶ ଚନ୍ଦ୍ର ଭତରା ଓ ଗାଁସାଥୀ ମହେନ୍ଦ୍ର ଖରା। ସରକାରୀ ତହବିଲରୁ ୧୦ଲକ୍ଷ ୬୦ହଜାର ୧୫୦ଟଙ୍କା ହଡ଼ପ କରିଥିବା ଉଭୟଙ୍କ ବିରୋଧରେ ଅଭିଯୋଗ ରହିଛି। ପ୍ରାଥମିକ ତଦନ୍ତ ପରେ ପ୍ରମାଣ ମିଳିବାରୁ ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଉଭୟଙ୍କୁ ଡିସେମ୍ବର ୭ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ବୋଲି ଭିଜିଲାନ୍ସ ଏସ୍‌ପି ପ୍ରଦ୍ୟୁମ୍ନ କୁମାର ଦ୍ବିବେଦୀ ସୂଚନା ଦେଇଛନ୍ତି।

ବାଗଦେରୀ ସେକ୍ସନ ଜଙ୍ଗଲରେ ଟ୍ରେଞ୍ଚ୍‌ ଖୋଳିବା ପାଇଁ ବନ ବିଭାଗକୁ ଅନୁଦାନ ମିଳିଥିଲା। ଏହି କାମରେ ଶ୍ରମିକ ନିୟୋଜିତ ହୋଇଥିବା ନେଇ ଫରେଷ୍ଟର ଏବଂ ଗାଁ ସାଥୀ ଦର୍ଶାଇଥିଲେ। କାମ ବାବଦରେ ୧୧ଲକ୍ଷ ୪୪ହଜାର ୧୫୦ଟଙ୍କାର ବିଲ୍ କରିଥିଲେ। ଶ୍ରମିକଙ୍କ ଆକାଉଣ୍ଟରେ ବିଲ୍‌ ଅନୁସାରେ ଟଙ୍କା ଜମା ହୋଇଥିଲା। ପରବର୍ତ୍ତୀ ସମୟରେ ଶ୍ରମିକଙ୍କ ଠାରୁ ଜୋର୍‌ ଜବରଦସ୍ତି ଫରେଷ୍ଟର ଏବଂ ଗାଁ ସାଥୀ ୧୦ଲକ୍ଷ ୬୦ହଜାର ୧୫୦ ଟଙ୍କା ଆଦାୟ କରିଥିଲେ। ଯାହାକୁ ନେଇ ଶ୍ରମିକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା। ଅଭିଯୋଗ ଭିଜିଲାନ୍ସ ନିକଟରେ ପହଞ୍ଚିବା ପରେ ଏସ୍‌ପି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଇନସ୍‌ପେକ୍ଟର ସଂଜୟ ପ୍ରଧାନଙ୍କ ନେତୃତ୍ବରେ ବୈଷୟିକ ଟିମ୍‌ ତଦନ୍ତ କରିଥିଲେ। ତଦନ୍ତରୁ ମାତ୍ର ୮୪ହଜାର ଟଙ୍କାର କାମ ହୋଇଥିବା ପ୍ରମାଣ ମିଳିଥିଲା। ବଳକା ଟଙ୍କା ଫରେଷ୍ଟର ଏବଂ ଗାଁ ସାଥୀ ମିଳିତ ଭାବେ ହଡ଼ପ କରିଥିବା ଜଣାପଡ଼ିବା ପରେ ଭିଜିଲାନ୍‌ସ ପକ୍ଷରୁ ମାମଲା ରୁଜୁ ହୋଇଥିଲା। ଆଜି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଭିଜିଲାନ୍ସ ‌କୋର୍ଟର ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଶଶିଧର ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe